Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଏସିଏଫ ମୃତ୍ୟୁ ମାମଲା: ଥାନାରେ ହାଜର ହେଲେ ଗଜପତି DFO, ଜେରା କରୁଛି କ୍ରାଇମବ୍ରାଞ୍ଚ

ପାରଳାଖେମୁଣ୍ଡି(ଓଡ଼ିଶା ଓ୍ବେୟାର):): ପାରଳାଖେମୁଣ୍ଡି ଥାନାରେ ହାଜର ହେଲେ ଗଜପତି DFO। ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍‌। ଘଟଣାଦିନ କ’ଣ ହୋଇଥିଲା, କେମିତି ପୋଡ଼ି ହେଲେ ସୌମ୍ୟରଞ୍ଜନ । ସେନେଇ ତଥ୍ୟ ଓଗାରିବେ ତଦନ୍ତକାରୀ ଅଧିକାରୀ। ସୌମ୍ୟ ମୃତ୍ୟୁ ମାମଲାରେ ଦିନକୁ ଦିନ ତଦନ୍ତରେ ମିଳୁଛି ନୂଆ ନୂଆ ସୁରାକ । ଗତ ୭ ଦିନ ଧରି ମାରାଥନ୍ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍‌।
ଗତକାଲି ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ଘଣ୍ଟା ଘଣ୍ଟା ଧରି ଜେରା କରାଯାଇଛି । ପାରଳାଖେମୁଣ୍ଡି ଥାନାରେ ତାଙ୍କୁ ଦିନ ସାଢ଼େ ୧୦ଟାରୁ ଅପରାହ୍‌ଣ ୨ଟା ଯାଏ ନାନା ପ୍ରଶ୍ନ ପଚାରିଥିଲେ ତଦନ୍ତକାରୀ ଅଧିକାରୀ । ଘଟଣାଦିନ ରାତିରେ ସୌମ୍ୟଙ୍କ ବାସଭବନକୁ କାହିଁକି ଯାଇଥିଲେ ? ନମୁନା ସଂଗ୍ରହରେ ଭାଗ ନେଇଥିଲେ କି ?ସୌମ୍ୟଙ୍କୁ ଆଣୁଥିବା ଆମ୍ବୁଲାନ୍ସକୁ ବାଟରେ ଅଟକାଇଥିଲେ କି? ସେଦିନ ସେ ପାରଳାଖେମୁଣ୍ଡି ହସ୍ପିଟାଲକୁ କାହିଁକି ଆସିଥିଲେ ? ବିଦ୍ୟାଭାରତୀ ତାଙ୍କୁ ଫୋନ୍ କରି ଡାକିଥିଲେ କି ? ଏମିତି ଅନେକ ପ୍ରଶ୍ନ ତାଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ପଚରାଉଚରା କରିଥିବା ସୂଚନା ମିଳିଛି ।
ପାରଳାଖେମୁଣ୍ଡିରେ ତଦନ୍ତ ପରେ ଖୁବଶୀଘ୍ର ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ଏଥିପାଇଁ ଟିମ୍ ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ଥିବା ବିଦ୍ୟାଭାରତୀଙ୍କ ଗାଁକୁ ଯିବ । ସେହିପରି ବାଲେଶ୍ୱର ଜିଲ୍ଲା ଖଇରାରେ ସୌମ୍ୟଙ୍କ ଗାଁରେ ପହଞ୍ଚି ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରାଯିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top