Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଆଜି ୧୦ଟି ସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ଓ୍ବେୟାର):) ଆଜି ୧୦ଟି ସ୍ମାର୍ଟ ସ୍କୁଲର ଲୋକାର୍ପଣ। ଗଞ୍ଜାମ ଜିଲ୍ଲା ଶେରଗଡ ଓ ହିଞ୍ଜିଳକାଟୁର ୫ଟି ଲେଖାଏଁ ସ୍କୁଲର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିଠୁ ୩୦ ତାରିଖ ମଧ୍ୟରେ ୫୦ଟି ସ୍କୁଲ ଲୋକାର୍ପଣ ହେବ । ୫ଟି ପର‌୍ୟ୍ୟାୟରେ ୧୦ଟି ଲେଖାଏ ସ୍କୁଲ ଲୋକାର୍ପଣ କରାଯିବ । କାର‌୍ୟ୍ୟକ୍ରମରେ ରାଜ୍ୟର ୨୦ଜଣ ମନ୍ତ୍ରୀଙ୍କ ସମେତ ୧୦୮ ବିଧାୟକ ଉପସ୍ଥିତ ରହିବେ । ଏଥିପାଇଁ ଗଞ୍ଜାମ ଗସ୍ତରେ ଯିବେ ୧୦୮ ବିଧାୟକ ଓ ବିଧାୟିକା । ଆଜି ତାମ୍ପରାରେ ପହଂଚିଛନ୍ତି ୨୩ ବିଧାୟକ ଓ ବିଧାୟିକା । ଗୋଟିଏ ସ୍କୁଲରେ ୨ଜଣ ଲେଖାଏଁ ବିଧାୟକ ଯୋଗଦେଇ ପଞ୍ଚାୟତ ପ୍ରତିନିଧି, ସ୍କୁଲ ମନିଟରିଂ କମିଟି, ଶିକ୍ଷକ ଓ ପିଲାମାନଙ୍କ ସହ ଆଲୋଚନା କରିବେ ।
ସ୍ମାର୍ଟ ସ୍କୁଲ ରୂପାନ୍ତରୀକରଣ ପାଇଁ ପ୍ରତି ହାଇସ୍କୁଲକୁ ସିଏସ୍‌ଆର୍ ବା କର୍ପୋରେଟ୍ ସୋସିଆଲ ରେସପନସିବିଲିଟି ପାଣ୍ଠିରୁ ୧୫ ଲକ୍ଷ ଓ ମୋ ସ୍କୁଲ ପାଣ୍ଠିରୁ ୩୦ଲକ୍ଷ ଲେଖାଏ ଅନୁଦାନ ମଞ୍ଜୁର ହୋଇଥିଲା। ଏହାସହ ପଂଚାୟତ ଓ ବ୍ଲକ ପାଣ୍ଠି ବିନିଯୋଗ ହୋଇଛି। କ୍ଲାସରୁମ ଅତ୍ୟାଧୁନିକ ଢାଞ୍ଚାରେ ନିର୍ମାଣ କରାଯିବା ସହ ଇ-ଲାଇବ୍ରେରୀ, ଇ-ଲାବୋରେଟାରୀ, ଅତ୍ୟାଧୁନିକ ଟଏଲେଟ୍‌, ପିଇବା ପାଣି ଆଦିର ବ୍ୟବସ୍ଥା କରାଯିବ । ବ୍ଲାକବୋର୍ଡ ପରିବର୍ତ୍ତେ ଏଲ୍‌ଇଡି ଓ ହ୍ଵାଇଟ୍ ବୋର୍ଡରେ ପାଠ ପଢିବେ ଛାତ୍ରଛାତ୍ରୀ । ବିଦ୍ୟାଳୟ ଗୁଡିକର ଲୋକାର୍ପଣ ପୂର୍ବରୁ ଗଞ୍ଜାମ ଜିଲ୍ଲା ଗସ୍ତ କରି ୫ଟି ସଚିବ ସ୍କୁଲର ଭିତ୍ତିଭୂମି ତଦାରଖ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top