Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଅଭିନେତ୍ରୀ ପାୟଲଙ୍କୁ ଏସିଡ୍‌ ଆଟାକ୍‌ ଅଭିଯୋଗ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ପାୟଲ ଘୋଷ। ପାୟଲଙ୍କୁ ଏସିଡ୍‌ ଆଟାକ୍‌ ହୋଇଥିବା ଅଭିଯୋଗ ହୋଇଛି। ମେଡିସିନ୍‌ କିଣବାକୁ ଯାଉଥିବା ବେଳେ କେହି ମୁଖାପିନ୍ଧା ଦୁର୍ବୃତ୍ତ ତାଙ୍କୁ ଏସିଡ୍‌ ମାଡ଼ କରିଥିବା ଅଭିଯୋଗ କରିଛନ୍ତି। ପାୟଲ କହିଛନ୍ତି ଯେ, ଯେତେବେଳେ ସେ ତାଙ୍କ କାରରେ ଯାଉଥିଲେ, କିଛି ପୁରୁଷ ତାଙ୍କୁ ଫଲୋ କରି ଏକ ରଡ଼ରେ ଆକ୍ରମଣ କରିଥିଲେ। ଏହି ସମୟରେ ସେମାନେ ଏକ ବୋତଲରେ ଥିବା ତରଳ ପଦାର୍ଥକୁ ତାଙ୍କ ଉପରକୁ ଫୋପାଡ଼ିଥିଲେ। ଏହାକୁ ସେ ଏସିଡ୍‌ ବୋଲି ସନ୍ଦେହ କରୁଛନ୍ତି।
ସେ କହିଛନ୍ତି ଯେ, ସୌଭାଗ୍ୟବସତଃ ସେ ଏହି ଆକ୍ରମଣରୁ ବର୍ତ୍ତିଯାଇଛନ୍ତି। କିନ୍ତୁ ତାଙ୍କ ବାମ ହାତରେ ସାମାନ୍ୟ ଆଘାତ ଲାଗିଛି। ଏହି ପ୍ରସଙ୍ଗରେ ସେ ଥନାରେ ଏକ ଏଫ୍ଆଇଆର୍ ଦାଖଲ କରିବେ ବୋଲି ଅଭିନେତ୍ରୀ କହିଛନ୍ତି। ତେବେ ଏ ସମ୍ପର୍କରେ ସେ ତାଙ୍କ ଇନଷ୍ଟାଗ୍ରାମରେ କ୍ଲିପ୍ ଜାରି କରି ସୂଚନା ଦେଇଛନ୍ତି। ସେଥିରେ ସେ କହିଛନ୍ତି ଯେ, ହାଏ, ମୁଁ ପାୟଲ ଘୋଷ । ଗତକାଲି ମୁଁ କିଛି ମେଡିସିନ୍‌ କିଣିବାକୁ ଘରୁ ବାହାରିଥିଲି। ଯେତେବେଳେ ମୁଁ ମୋ ଡ୍ରାଇଭର ସିଟରେ ବସିବାକୁ ଯାଉଥିଲି ସେହି ସମୟରେ କିଛି ଲୋକ ଆସି ମତେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ।
ସେମାନଙ୍କ ହାତରେ ଏକ ବୋତଲ ଥିଲା । ମୁଁ ଜାଣିନି ସେଥିରେ କଣ ଥିଲା। କିନ୍ତୁ ସେଥିରେ ଏସିଡ୍ ଥିବା ମୁଁ ସନ୍ଦେହ କରୁଛି। ସେମାନେ ମତେ ରଡ଼ରେ ମାରିବାକୁ ଚେଷ୍ଟା କରିଥିଲେ ଏବଂ ମୁଁ କୌଶଳ କ୍ରମେ ଖସିଆସିଥିଲି ବୋଲି ସେ କହିଛନ୍ତି। ଏଥିରେ ସାମାନ୍ୟ ଆହତ ହୋଇଛନ୍ତି ବୋଲି କହିଛନ୍ତି। ପୂର୍ବରୁ ପାୟଲ ଫିଲ୍ମ ନିର୍ମାତା ଅନୁରାଗ କାଶ୍ୟପଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଥିଲେ। ତାଙ୍କ ବିରୋଧରେ ସେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଅଭିଯୋଗ ଅନୁଯାୟୀ, ୨୦୧୩ ମସିହାରେ ଭର୍ସୋଭା ୟାରି ରୋଡସ୍ଥିତ ଏକ ସ୍ଥାନରେ ଅନୁରାଗ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ପାୟଲଙ୍କ ଅଭିଯୋଗକୁ ଆଧାର କରି ଭର୍ସୋଭା ଥାନାରେ ଅନୁରାଗଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top