Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଅଷ୍ଟ୍ରେଲିଆ ଠାରୁ ହାରିଲା ଭାରତୀୟ ମହିଳା ଦଳ

ମେଲବର୍ଣ୍ଣ: ମିତାଲି ରାଜଙ୍କ ସ୍ମରଣୀୟ ଇନିଂସ ସତ୍ତ୍ୱେ ଅଷ୍ଟ୍ରେଲିଆ ଠାରୁ ଏକତରଫା ଭାବେ ୯ ୱିକେଟ ହାରିଛି ଭାରତୀୟ ମହିଳା ଦଳ। ଏହି ବିଜୟ ସହ ଅଷ୍ଟ୍ରେଲିଆ କ୍ରମାଗତ ୨୫ଟି ଦିନିକିଆ ଜିତିବାର ବିରଳ ରେକର୍ଡ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରି ୨୨୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ମହିଳା ଦଳ ୪୧ ଓଭରରେ ମାତ୍ର ୧ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି।
ଭାରତ ଦେଇଥିବା ୨୨୬ ରନ୍‌ର ଟାର୍ଗେଟ ପିଛା କରୁଥିବା ଅଷ୍ଟ୍ରେଲିଆ ପକ୍ଷରୁ ଦୁଇ ଓପନର ଆଲୟସା ହେଲି ଓ ରାଚେଲ ହାୟନେସ ଦମଦାର ବ୍ୟାଟିଂ କରିଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ୧୨୬ ରନ ଯୋଡ଼ି ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ। ଏହି ଯୋଡ଼ିକୁ ଭାଙ୍ଗିବା ପାଇଁ ମିତାଲି ରାଜ ଅନେକ ପରିବର୍ତ୍ତନ କରିଥିଲେ। କିନ୍ତୁ କାହାକୁ ମଧ୍ୟ ସଫଳତା ମିଳିଥିଲେ।
ଉଭୟ ପ୍ରଥମ ୱିକେଟ ପାଇଁ ୧୨୬ ରନ୍‌ ଯୋଡ଼ିବା ସହ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ବ୍ୟକ୍ତିଗତ ୭୭ ରନ୍‌ କରିଥିବା ହେଲିଙ୍କୁ ଶେଷରେ ପୁନମ ଯାଦବ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଭାରତ ଏହି ସମୟରେ ଅଷ୍ଟ୍ରେଲିଆ ଉପରେ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲା।
କିନ୍ତୁ ହାୟନେସ ଓ ଅଧିନାୟକ ମେଗ ଲାନ୍ନିଂ ଏହା କରିବାକୁ ଦେଇଥିଲେ। ଉଭୟ ଦ୍ୱିତୀୟ ୱିକେଟ ପାଇଁ ଅପରାଜିତ ୧୦୦ ରନ୍‌ର ଭାଗିଦାରୀ କରିଥିଲେ। ଲାନ୍ନିଂ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲା। ଉଭୟ ଶେଷ ଯାଏ ଅପରାଜିତ ରହି ଅଷ୍ଟ୍ରେଲିଆକୁ ୯ ୱିକେଟରେ ବିଜୟ ଭେଟି ଦେଇଥିଲେ। ମ୍ୟାଚ୍‌ ଶେଷ ହେବା ବେଳକୁ ଲାନ୍ନିଂ ୫୩ ଓ ହାୟନେସ ୯୩ ରନ୍‌ କରି ଅପରାଜିତ ରହିଥିଲେ।
ଏହାପୂର୍ବରୁ ଭାରତ ମିତାଲି ରାଜଙ୍କ ୬୧ ଓ ୟାସ୍ତିକା ଭାଟିଆଙ୍କ ୩୫ ରନ୍‌ ବଳରେ ୮ ୱିକେଟ ହରାଇ ୨୨୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ମିତାଲି କ୍ରମାଗତ ୫ମଥର ପାଇଁ ଦିନିକିଆରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏଥିସହ ନିଜ କ୍ରିକେଟିଂ କ୍ୟାରିୟର୍‌ରେ ୨୦ ହଜାର ରନ ପୂରଣ ହାସଲ କରିବାର କୀର୍ତ୍ତିମାନ ସ୍ଥାପନ କରିଥିଲେ। ୧୯୯୯ ମସିହାରେ ଭାରତ ପାଇଁ ଡେବ୍ୟୁ କରିଥିବା ମିତାଲି ଇତି ମଧ୍ୟରେ ୨୧୮ଟି ଦିନିକିଆ ମ୍ୟାଚ୍‌ ଖେଳି ସାରିଲେଣି। ସେ ଆଜି ତାଙ୍କ କ୍ରିକେଟିଂ କ୍ୟାରିୟର୍‌ରେ ୨୦ ହଜାର ରନ ପୂରଣ କରିବାକୁ ସକ୍ଷମ ହୋଇଛନ୍ତି। ଶେଷ ୫ ଦିନିକିଆରେ ସେ ଯଥାକ୍ରମେ ୭୯,୭୨,୫୯, ୭୫ ଓ ଆଜିର ମ୍ୟାଚ୍‌ରେ ୬୧ ରନ୍‌ର ଇନିଂସ ଖେଳିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top