Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ସିଦ୍ଧୁଙ୍କ ଟ୍ବିଟ ପରେ ପଞ୍ଜାବ କଂଗ୍ରେସର ଝଡ଼, ସୋନିଆଙ୍କୁ ଭେଟିବା ପାଇଁ ଦିଲ୍ଲୀରେ ଅମରିନ୍ଦର

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ବିବାଦ ଥମିବାର ନାଁ ନେଉନାହିଁ । ସିଦ୍ଧୁଙ୍କ ଟ୍ବିଟ ପରେ ପଞ୍ଜାବ କଂଗ୍ରେସ ବିବାଦର ଝଡ଼ ବଢିବାରେ ଲାଗିଛି । ଫଳରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ଦିଲ୍ଲୀରେ ପହଞ୍ଚିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ। ତେବେ ନଭଜୋତ ସିଂହ ସିଦ୍ଧୁଙ୍କୁ ପଞ୍ଜାବର ଅଧ୍ୟକ୍ଷ କରିବା ପରେ ପ୍ରଥମ ଥର ପାଇଁ ଅମରିନ୍ଦର ସିଂହ ସୋନିଆଙ୍କୁ ଭେଟିବେ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ନଭଜୋତ ସିଂହ ସିଦ୍ଧୁଙ୍କୁ ନେଇ ସୋନିଆଙ୍କ ସହିତ ଆଲୋଚନା କରିବାକୁ ଦିଲ୍ଲୀ ଆସିଥିବା ଜଣାପଡ଼ିଛି । ତେବେ ସୋମବାର ରାତିରେ ସିଦ୍ଧୁ ଏକ ଟ୍ବିଟ ଜରିଆରେ ନିଜ ଦଳର ସରକାର ଉପରେ ବର୍ଷିଥିଲେ । ଏହି ଟ୍ବିଟରେ ସେ ରାଜ୍ୟରେ ବଢୁଥିବା ନିଶାଦ୍ରବ୍ୟ ସମ୍ପର୍କରେ ପ୍ରଶ୍ନ କରିଥିଲେ । ତେବେ ଏହାକୁ ନେଇ ସିଦ୍ଧୁ ବାରମ୍ବାର ଟ୍ବିଟ କରିବା ସହିତ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ । ଯାହା ଫଳରେ ରାଜ୍ୟସରକାର ପାଇଁ ସମସ୍ୟା ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି ।
ସିଦ୍ଧୁ ତାଙ୍କ ଟ୍ବିଟରେ ଲେଖିଥିଲେ କି ୨୦୧୮ ଫେବୃଆରୀରେ ଏଡିଜିପି ହରପ୍ରୀତ ସିଦ୍ଧୁ ଅଧ୍ୟକ୍ଷତାରେ ଏସଟିଏଫ ପଞ୍ଜାବ ଓ ହରିଆଣା କୋର୍ଟରେ ଷ୍ଟାଟସ ରିପୋର୍ଟ ଦାୟର କରାଯାଇଥିଲା । ଏଥିରେ ଇଡ଼ି ଦ୍ବାରା ଦାଖଲ ହୋଇଥିବା ବୟାନ ଓ ପ୍ରମାଣର ଯାଞ୍ଚ କରାଯାଇଥିଲା । ବିକ୍ରମଜିତ ସିଂହ ମଜଠିଆ ଓ ନିଶା ପଦାର୍ଥର ତସ୍କରୀରେ ଅନ୍ୟ ମାନଙ୍କ ସାମିଲ ହେବା ନେଇ ରଖାଯାଇଥିଲା ।
ପରବର୍ତ୍ତୀ ଟ୍ବିଟ୍‌ରେ ସିଦ୍ଧୁ କହିଛନ୍ତି, \’ହାଇକୋର୍ଟ ପଞ୍ଜାବ ସରକାରଙ୍କୁ ଏସଟିଏଫ ରିପୋର୍ଟ ଅନୁଯାୟୀ ଆଇନ ଅନୁଯାୟୀ କାର‌୍ୟ୍ୟ କରିବାକୁ କହିଛନ୍ତି। ୨୩ ମଇ ୨୦୧୮ରେ, ସରକାର ଅପିଲ୍-କମ-ଷ୍ଟାଟସ୍ ରିପୋର୍ଟରେ ଦାଖଲ କରିଥିଲେ, ଯାହାକି ଏକ ସିଲ୍ କଭରରେ କାରାଗାରରେ ଅଛି। ଅଢେଇ ବର୍ଷ ବିଳମ୍ବ ପରେ ପଞ୍ଜାବର ଲୋକମାନେ ଆଉ କେତେ ସମୟ ଅପେକ୍ଷା କରିବା ଉଚିତ୍? ବୋଲି ଟ୍ବିଟ ଜରିଆରେ ସିଦ୍ଧୁ ସରକାରଙ୍କୁ ପ୍ରଶ୍ନ କରିଚନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top