Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

୯ମାସ ପରେ ଭୂପୃଷ୍ଠକୁ ଫେରିବେ ଅନ୍ତରୀକ୍ଷ ଯାତ୍ରୀ ସୁନୀତା ୱିଲିୟମ୍ସ

ୱାଂଶିଟନ: ପ୍ରାୟ ଦୀର୍ଘ ୯ମାସ ପରେ ଭୂପୃଷ୍ଠକୁ ଫେରିବେ ଅନ୍ତରୀକ୍ଷ ଯାତ୍ରୀ ସୁନୀତା ୱିଲିୟମ୍ସ ଓ ବେରୀ ୱିଲମୋର । ୨୦୨୪ ଜୁନ୍ ୫ତାରିଖରେ ବୋଇଙ୍ଗ୍ ଷ୍ଟାରଲାଇନରରେ ମାତ୍ର ୮ଦିନ ପାଇଁ ଆନ୍ତର୍ଜାତିକ ଅନ୍ତରୀକ୍ଷ ଷ୍ଟେସନକୁ ଯାଇଥିବା ଏହି ଦୁଇ ମହାକାଶ ଯାତ୍ରୀ ଗତ ୯ମାସ ଧରି ସେଠାରେ ଅଟକି ରହିଛନ୍ତି । ଶୁକ୍ରବାର ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା(ନାସା) ଏହି ଦୁଇ ଅନ୍ତରୀକ୍ଷ ଯାତ୍ରୀଙ୍କ ଫେରିବା ନିମନ୍ତେ ରେସକ୍ୟୁ ଟିମ୍ ପଠାଇବାକୁ ମଞ୍ଜୁରୀ ଦେବା ସହ ମାର୍ଚ୍ଚ ୧୯ତାରିଖରେ ଉଭୟ ଯାତ୍ରୀ ମହାକାଶଯାନ ଡ୍ରାଗନ୍ ମାଧ୍ୟମରେ ଭୂପୃଷ୍ଠକୁ ଫେରିବେ ବୋଲି କହିଛି ।
ଉଲ୍ଲେଖଯୋଗ୍ୟ, ୨୦୨୪ ଜୁନ୍ ମାସରେ ସୁନୀଲ ଓ ବେରୀ ଉଭୟ ଅନ୍ତରୀକ୍ଷ ଷ୍ଟେସନରେ ପହଂଚିବା ପରେ ସେମାନଙ୍କ ଯାନର କ୍ୟାପସୁଲରେ ଯାନ୍ତ୍ରିକ ତ୍ରୁଟି ଅନୁଭୂତ ହୋଇଥିଲା । ଯେଉଁଥିପାଇଁ ସେମାନଙ୍କୁ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ସେଠାରେ ଅଟକି ରହିବାକୁ ପଡ଼ିଛି । ଆଉ ସେମାନେ ଯାଇଥିବା ଷ୍ଟାରଲାଇନରକୁ ବିନା ଚାଳକ ଦଳରେ ଭୂପୃଷ୍ଠ ଆଣିବାକୁ ନିଷ୍ପତ୍ତି ନିଆଯାଇଥିଲା । କିଛି ସପ୍ତାହ ପରେ ଦୁଇଜଣ ଅନ୍ତରୀକ୍ଷ ଯାତ୍ରୀଙ୍କ ସହ ସ୍ପେସ୍‌ଏକ୍ସ-କ୍ରୁ-୯ ମିଶନରେ ପଠାଯାଇଥିଲା । ଯେଉଁଥିରେ ୨ଟି ସିଟ୍ ଏହି ଦୁଇଜଣ ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ଓ ସେମାନେ ଫେବୃୟାରୀରେ ଭୂପୃଷ୍ଠକୁ ଫେରିବାର କାର୍ଯ୍ୟକ୍ରମ ଥିଲା । ମାତ୍ର ଏବେ ଅନ୍ତରୀକ୍ଷରେ ଥିବା ୪ଜଣ ଯାତ୍ରୀ ଏକାଠି ଭୂପୃଷ୍ଠକୁ ମାର୍ଚ୍ଚ ୧୯ରେ ଫେରିବେ ବୋଲି ଜଣାପଡ଼ିଛି । ତେବେ ଏହି ୪ଜଣ ଅନ୍ତରୀକ୍ଷ ଯାତ୍ରୀଙ୍କ ଫେରିବା ସ୍ପେସଏକ୍ସ କ୍ରୁ-୧୦ ମିଶନ ଉପରେ ନିର୍ଭର କରୁଛି । ଯାହାକୁ ମାର୍ଚ୍ଚ ୧୨ ଓ ୧୩ତାରିଖରେ ଲଂଚ କରାଯିବ । କ୍ରୁ-୧୦ ଅନ୍ତରୀକ୍ଷ ଷ୍ଟେସନରେ ପହଂଚିବା ପରେ ଓ ସେଠାରେ ନିଜର ସ୍ଥାନ ଗ୍ରହଣ କରିବା ପରେ କ୍ରୁ-୯ ଭୂପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top