Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଚାମ୍ପିୟନ୍ସ ଟ୍ରଫି ଫାଇନାଲ ମ୍ୟାଚ୍ ପୂର୍ବରୁ ବିରାଟ କୋହଲୀ ଆହତ

ଦୁବାଇ: ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲ ମ୍ୟାଚ୍ ପୂର୍ବରୁ ଟିମଇଣ୍ଡିଆ ଅଡ଼ୁଆରେ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦୁବାଇ ଇଂଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡ଼ିୟମରେ ହେବାକୁ ଥିବା ଫାଇନାଲ ମ୍ୟାଚରେ ଟିମଇଣ୍ଡିଆର ଅଲରାଉଣ୍ଡର ବିରାଟ କୋହଲୀ ଆହତ ହେବାର ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି । ପାକିସ୍ତାନୀ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ବିରାଟ କୋହଲୀ ନେଟପ୍ରାକ୍ଟିସରେ ବ୍ୟାଟିଂ କରୁଥିବାବେଳେ ତାଙ୍କ ଜଘଂରେ ବଲ୍ ବାଜିଥିଲା । ଅବଶ୍ୟ ବିରାଟ ଏହି ବଲ୍ ବାଜିବା ପରେ ସଙ୍ଗେସଙ୍ଗେ ଫିଜିଓଥେରାପିଙ୍କ ପାଖକୁ ଯାଇଥିଲେ । ତେଣୁ ବିରାଟ ଆହତ ହୋଇଥିବା ଖବର ଏବେ ଭାରତୀୟ କ୍ରିକେଟ୍ ଫ୍ୟାନ୍ସମାନଙ୍କୁ ନିରାଶ କରିଛି ।
ସେପଟେ ଫାଇନାଲ ମ୍ୟାଚରେ ୧୧ଜଣିଆ ଟିମରେ ୱିକେଟ୍ କିପର ତଥା ବ୍ୟାଟସମ୍ୟାନ୍ ଋଷଭ ପନ୍ଥଙ୍କୁ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ନେଟପ୍ରାକ୍ଟିସରେ ଋଷଭ ଜୋରଦାର ପ୍ରାକ୍ଟିସ କରୁଥିବାରୁ ତାଙ୍କୁ ଏହି ଫାଇନାଲ ମ୍ୟାଚରେ ଖେଳିବାର ସୁଯୋଗ ମିଳିପାରେ ବୋଲି କୁହାଯାଉଛି । ଅବଶ୍ୟ ସେ ଏହି ଚାମ୍ପିୟନ୍ସ ଟ୍ରଫି-୨୦୨୫ରେ ଏପର୍ଯ୍ୟନ୍ତ ଗୋଟିଏବି ମ୍ୟାଚ୍ ଖେଳିବାର ସୁଯୋଗ ପାଇନାହାନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top