Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଲୋକଙ୍କୁ କ୍ଷତିପୂରଣ ନମିଳିବା ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲାପାଳଙ୍କ ଦରମା ବନ୍ଦ

ଭୁବନେଶ୍ୱର(ଓଡ଼ିଶା ୱେୟାର): କୁକୁରପେଟା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ଜମି ହରାଇଥିବା ୧୮୮ଜଣ ଗ୍ରାମବାସୀଙ୍କୁ କ୍ଷତିପୂରଣ ନମିଳିବା ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲାପାଳ ଓ ଅନ୍ୟ ଦୁଇଜଣ ଅଫିସରଙ୍କ ଦରମାକୁ ବନ୍ଦ ରଖିବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗତ ୬ ଦଶନ୍ଧିରୁ ଅଧିକ ସମୟ ଧରି ଏହି ଜଳସେଚନ ପ୍ରକଳ୍ପ ପାଇଁ ନିଜ ଜମି ହରାଇଥିବା ୧୮୮ଟି ପରିବାର ଏପର୍ଯ୍ୟନ୍ତ କ୍ଷତିପୂରଣ ପାଇନାହାନ୍ତି । ଏହି ଲୋକମାନେ କ୍ଷତିପୂରଣ ନପାଇବା ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲାପାଳଙ୍କ ଦରମାକୁ ବନ୍ଦ କରିବାକୁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ହାଇକୋର୍ଟର ୨ଜଣିଆ ଖଣ୍ଡପୀଠ ଜଷ୍ଟିସ ବିଆର ଷଡ଼ଙ୍ଗୀ ଓ ଜଷ୍ଟିସ ବିପି ଶତପଥୀ ତାଙ୍କ ରାୟରେ ଦର୍ଶାଇଛନ୍ତି ଯେ, କୁକୁରପେଟା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ ଯୋଗୁ ୧୮୮ଜଣ ଗାଁ ଲୋକଙ୍କ ଜମି ଜଳମଗ୍ନ ହୋଇଛି । ଏହି ପ୍ରକଳ୍ପ ପାଇଁ ୧୯୬୧ ମସିହାରେ ସେମାନଙ୍କର ଜମିକୁ ରାଜ୍ୟ ସରକାର ଅଧିଗ୍ରହଣ କରିଥିଲେ । ସେବେଠୁ ଜମି ହରାଇଥିବା ଏହି ଲୋକମାନେ କ୍ଷତିପୂରଣ ପାଇବାକୁ ଦୀର୍ଘ ୬ ଦଶନ୍ଧି ଧରି ପ୍ରୟାସ କରୁଛନ୍ତି । ସେମାନେ ଜିଲ୍ଲା ପ୍ରଶାସନଠୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନି । ଏହି ମାମଲାର ବିଚାର କରି ପ୍ରଭାବିତ ଜମିହରା ଲୋକେ ନିଜର କ୍ଷତିପୂରଣ ନପାଇବା ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲାପାଳ, ଜମି ଅଧିଗ୍ରହଣ ଅଫିସର ଓ ଅନୁଗୁଳ ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦରମା ବନ୍ଦ ରଖିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ଏହି ପ୍ରଭାବିତ ଲୋକମାନେ ଅନୁଗୁଳ ଜିଲ୍ଲାର ୫ଟି ଗାଁର ବାସିନ୍ଦା । ଏହି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଯୋଗୁ ସେମାନେ ନିଜର ୬୨ଏକର ଜମି ହରାଇଥିଲେ । ଏହି ଜଳସେଚନ ପ୍ରକଳ୍ପ ଯୋଗୁ ଗତ ୫୧ବର୍ଷ ଧରି ସେମାନଙ୍କର ଜମି ଜଳମଗ୍ନ ହୋଇ ରହିଥିଲେ ମଧ୍ୟ ଜମିର ରେକର୍ଡ ଉକ୍ତ ଗାଁ ଲୋକମାନଙ୍କ ନାଁରେ ରହିଛି । କିନ୍ତୁ ଜଳସେଚନ ପ୍ରକଳ୍ପ ଯୋଗୁ ଜମି ଜଳମଗ୍ନ ହୋଇ ରହିଥିଲେ ମଧ୍ୟ ରାଜ୍ୟ ସରକାର ଏହି ଜମିକୁ ଅଧିଗ୍ରହଣ କରିବା ନେଇ ବିଜ୍ଞପ୍ତି ଜାରି କରିନାହାନ୍ତି । ପ୍ରଶାସନର ଏଭଳି ଖାମଖିଆଲି ମନୋଭାବକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ ଅନୁଗୁଳ ଜିଲ୍ଲାପାଳ ଓ ଅନ୍ୟ ଦୁଇ ବରିଷ୍ଠ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରଭାବିତ ଲୋକଙ୍କ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଦରମା ନଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top