Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଘରୋଇ ସଂସ୍ଥା ହାତକୁ ଯିବ ଓଏସଆରଟିସି, ଲିଜ୍ ଦେବେ ସରକାର

ଭୁବନେଶ୍ୱର(ଓଡ଼ିଶା ୱେୟାର): ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସଆରଟିସି)ର ପରିଚାଳନାକୁ ଘରୋଇ ସଂସ୍ଥା ହାତକୁ ଟେକି ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ୨୦୨୧-୨୨ରେ ୧୦ଟି ଅତ୍ୟାଧୁନିକ ବିଳାସପୂର୍ଣ୍ଣ ଭାଲଭୋ ବସ୍ ସହ ମୋଟ ୧୮୦ଟି ବସ୍ କିଣିଥିବା ଓଏସଆରଟିସିର ଆର୍ଥିକ ପରିଚାଳନାଗତ କ୍ଷତି ଉପରେ ବ୍ରେକ୍ ଲଗାଇବା ପାଇଁ ଏହାକୁ ପିପିପି ମୋଡରେ ଘରୋଇ ସଂସ୍ଥା ହାତକୁ ଟେକି ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେବା ସହ ଏ ଦିଗରେ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।
ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଗତ ସପ୍ତାହରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଓଏସଆରଟିସିର ଆର୍ଥିକ କ୍ଷତିକୁ ଦୃଷ୍ଟିରେ ରଖି ‘କ୍ରୁଟ’ ଶୈଳୀରେ ଏହାର ପରିଚାଳନା ଦାୟିତ୍ୱକୁ ପିପିପି ମୋଡରେ ଘରୋଇ ସଂସ୍ଥାକୁ ଟେକି ଦେବାକୁ ନିଷ୍ପତ୍ତି ହୋଇଛି । ବୈଠକର ନିଷ୍ପତ୍ତି ଅନୁସାରେ, ଯେଉଁ ଘରୋଇ ସଂସ୍ଥା ଏହାକୁ ଲିଜରେ ନେବ ସେ ଓଏସଆରଟିସିର ବସଗୁଡ଼ିକର ମେଣ୍ଟେନାନ୍ସ ଖର୍ଚ୍ଚ, ତେଲ ଖର୍ଚ୍ଚ, କର୍ମଚାରୀଙ୍କ ଦରମା ଆଦି ବହନ କରିବ । ଯେଉଁ ମାର୍ଗରେ ବସ ଚଳାଚଳ କ୍ଷତି ହେଉଥିବା ସେହି ମାର୍ଗ ପାଇଁ ରାଜ୍ୟ ସରକାର ଆବଶ୍ୟକ ସବସିଡି ଉକ୍ତ ଘରୋଇ ସଂସ୍ଥାକୁ ଦେବେ । ପିପିପି ମୋଡରେ ଓଏସଆରଟିସିର ପରିଚାଳନା ହେଲେ ସରକାରଙ୍କ ଉପରେ ତେଲ, ରକ୍ଷଣାବେକ୍ଷଣ ଓ କର୍ମଚାରୀ ଦରମା ବୋଝ ପଡ଼ିବ ନାହିଁ । ତେବେ କେବେ ସୁଦ୍ଧା ଏହି ଘରୋଇ ସଂସ୍ଥାକୁ ହସ୍ତାନ୍ତର ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ତାହା ଜଣାପଡ଼ିନି ।
ସୂଚନା ଅନୁସାରେ, ଓଏସଆରଟିସି ଅଧୀନରେ ଏବେ ମୋଟ ୬୩୬ଟି ବସ୍ ଥିବାବେଳେ ସେଥିରୁ ୪୭୮ଟି ବସ୍ ୩୧୭ଟି ମାର୍ଗରେ ଚଳାଚଳ କରୁଛି । ୭୭ଟି ବସ୍ ମରାମତି ହେବାକୁ ଦିଆଯାଇଥିବାବେଳେ ବାକି ୫୩ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ପଡ଼ିରହିଛି । ରାଜ୍ୟରେ ମୋଟ ଚଳପ୍ରଚଳ କରୁଥିବା ବସ ମଧ୍ୟରେ ଓଏସଆରଟିସି ବସ୍ ପରିମାଣର ପ୍ରାୟ ୫ ପ୍ରତିଶତ । ଏବେ ଏହି ବସ୍ ସଂଖ୍ୟାକୁ ୧ହଜାର କରିବା ନିମନ୍ତେ ବିଧାନସଭା ଷ୍ଟାଣ୍ଡିଂ କମିଟି ସୁପାରିଶ କରିଛନ୍ତି । କିନ୍ତୁ ଓଏସଆରଟିସି ପ୍ରତିବର୍ଷ କ୍ଷତି ସହୁଛି । ତଥା କମ୍ପାନୀ ଉପରେ ପଡ଼ୁଥିବା ଆର୍ଥିକ ବୋଝ ଓ କ୍ଷତିକୁ ଦୃଷ୍ଟିରେ ରଖି ଏହାକୁ ଲିଜ୍ ଆକାରରେ ଘରୋଇ ସଂସ୍ଥାକୁ ଦେବାକୁ ବିଭାଗ ସଜବାଜ ହୋଇଛି । ଘରୋଇ ସଂସ୍ଥାଗୁଡ଼ିକର ପରିଚାଳନା ଶୈଳୀରେ ଓଏସଆରଟିସିର କ୍ଷତିକୁ ହ୍ରାସ କରାଯାଇ ପାରିବ ବୋଲି ରାଜ୍ୟ ସରକାର ଆଶାବ୍ୟକ୍ତ କରିଛନ୍ତି ।
ସେହିପରି ଓଏସଆରଟିସିରେ ଏବେ ମୋଟ ୧୯୩ଜଣ ନିୟମିତ କର୍ମଚାରୀଙ୍କ ସମେତ ମୋଟ ୧୪୫୦ଜଣ କର୍ମଚାରୀ ଅଛନ୍ତି । ଓଏସଆରଟିସି ଅଧୀନରେ ରାଜ୍ୟର ପ୍ରମୁଖ ସହରାଂଚଳରେ ମୋଟ ୨୦୧ଟି ସ୍ଥାନରେ ୨୭୩ଏକର ଜମି ରହିଛି । ଯେଉଁଥିରୁ ରାଜ୍ୟ ସରକାର ଚାହିଁଲେ ଅନ୍ୟାନ୍ୟ ଉପଯୋଗ ମାଧ୍ୟମରେ ରାଜସ୍ୱ ସଂଗ୍ରହ କରିପାରନ୍ତେ । ଏଥିରୁ ୧୪୯ଟି ସ୍ଥାନରେ ଥିବା ଜମି ଉପଯୋଗରେ ଲାଗିଥିବାବେଳେ ବାକି ୫୨ଟି ସ୍ଥାନରେ ଓଏସଆରଟିସି ଜମି ସେଭଳି ପଡ଼ି ରହିଛି । ଏସବୁ ଜମି ଚାରିପଟେ ପାଚେରୀ ବୁଲାଇ ଏହାକୁ ଅନ୍ୟାନ୍ୟ କାର୍ଯ୍ୟରେ ଉପଯୋଗ କରି ରାଜସ୍ୱ ସଂଗ୍ରହ ପାଇଁ ବିଭାଗ ପରାମର୍ଶ ଦେଇଛି ।
ତେବେ ପ୍ରଶ୍ନ ଉଠୁଛି, ୧୯୭୪ ମସିହାରୁ କାର୍ଯ୍ୟକ୍ଷମ ଥିବା ଓଏସଆରଟିସି କ୍ରମାଗତ କ୍ଷତି ସହୁଥିଲେ ମଧ୍ୟ ରାଜ୍ୟ ସରକାର କାହିଁକି ଆଜି ପର୍ଯ୍ୟନ୍ତ କୌଣସି ଆଖିଦୃଶିଆ ନିଷ୍ପତ୍ତି ନେଇପାରୁନାହାନ୍ତି । ପେଷାଦାର ଢଙ୍ଗରେ ଓଏସଆରଟିସିର ପରିଚାଳନା କରିବାରେ କେଉଁଠି ସମସ୍ୟା ରହିଛି । ଯଦି ଘରୋଇ ବସଗୁଡ଼ିକ ବ୍ୟବସାୟିକ ଲାଭ କରିପାରୁଛନ୍ତି ତା’ହେଲେ ଅନୁରୂପ ଭାବେ ଓଏସଆରଟିସି କାହିଁକି କରିପାରୁନି । ସରକାର ଓଏସଆରଟିସି କ୍ଷତି କାହିଁକି ହେଉଛି ତାକୁ ଖୋଜି ତା’ର ନିରାକରଣ କରିବା ପରିବର୍ତ୍ତେ ସମ୍ପୂର୍ଣ୍ଣ ଓଏସଆରଟିସିକୁ ଘରୋଇ ସଂସ୍ଥା ହାତରେ ଟେକି ଦେବାକୁ ନିଷ୍ପତ୍ତି ନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ନିଜ ଅଫିସରଙ୍କ ଅପାରଗତା ଲୁଚାଇବାକୁ ଓଏସଆରଟିସି ଭଳି ସଂସ୍ଥାକୁ ପିପିପି ମୋଡରେ ଘରୋଇ ସଂସ୍ଥାକୁ ଟେକି ଦେବାକୁ ଷଡ଼ଯନ୍ତ୍ର କରିବା ଘଟଣାକୁ ରାଜ୍ୟବାସୀ ସହଜରେ ହଜମ କରିପାରୁନଥିବା ଚର୍ଚ୍ଚା ହେଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top