ଭୁବନେଶ୍ୱର(ଓଡ଼ିଶା ୱେୟାର):କଳିଙ୍ଗ ଷ୍ଟାଡିୟମ ଚାଲିଥିବା ଓଡ଼ିଶା ବିଶ୍ୱକପ ପୁରୁଷ ହକି-୨୦୧୮ରେ ବେଲଜିୟମ ଚାମ୍ପିଅନ ହୋଇଛି।
ହକି ଇତିହାସରେ ପ୍ରଥମ ଥର ବିଶ୍ଵ କପ ଟାଇଟଲ ହାସଲ କରି ଇତିହାସ ରଚିଛି ବେଲଜିୟମ। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ମ୍ୟାଚର ମୁକାବିଲାରେ ତିନିତିନି ଥରର ବିଶ୍ଵ ଚମ୍ପିଆନ ନେଦରଲାଣ୍ଡ୍ସକୁ ହରାଇ ଚତୁର୍ଦ୍ଦଶ ହକି ବିଶ୍ଵ କପର ଫାଇନାଲରେ ବିଜୟୀ ହେଲା ବେଲଜିୟମ।ନିର୍ଦ୍ଧାରିତ ସମୟରେ ପରସ୍ପରକୁ କୌଣସି ଗୋଲ୍ ନ ଦେଇପାରିବାରୁ ପେନଲାଟି ସୁଟ୍ ଆଉଟର ସହାୟତା ନିଆଯାଇଥିଲା। ୨୦୧୪ରେ ଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆଠୁ ହାରିଥିଲା ନେଦରଲାଣ୍ଡ୍ ।
।
ଚତ୍ମକାର ଗୋଲ ରକ୍ଷଣ ବଳରେ ଦଳକୁ ଚମ୍ପିଆନ କରାଇଥିବା ବେଲଜିୟମ ଗୋଲ କିପର ଭିନସେଣ୍ଟ ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହାସହିତ ପୂଟା ଟୂର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିଥିବା ବେଲଜିୟମ ଖେଳାଳି ଅର୍ଥର ଭାନ ଡୋରେନ ପ୍ଲେୟାର ଅଫ ଦ ସିରିଜ୍ ବିବେଚିତ ହୋଇଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କ୍ରିକେଟ୍ କିମ୍ବଦନ୍ଦୀ ସଚିନ ତେନ୍ଦୁଲକର, ଅନ୍ତରାଷ୍ଟ୍ରୀୟ ହକି ଫେଡେରେସନର ଅଧ୍ୟକ୍ଷ ନରିନ୍ଦର ବାତ୍ରା ଖେଳାଳିଙ୍କୁ ପୁରସ୍କୃତ କରିଥିଲେ।
ହକି ଇତିହାସରେ ବେଲଜିୟମ ପ୍ରଥମ ଥର ଚମ୍ପିଆନ ହୋଇଥିବାବେଳେ ନେଦରଲାଣ୍ଡ୍ ଏହାକୁ ମିଶାଇ ସାତ ଥର ଫାଇନାଲରେ ପ୍ରବେଶ କରି ତିନି ଥର ଚମ୍ପିଆନ ହୋଇଛି।


