Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଭୁଶୁଡିଲା ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ବିତୀୟ କ୍ୟାମ୍ପସର ନବ ନିର୍ମିତ ପ୍ରାଚୀର

ଯାଜପୁର,(ଓଡ଼ିଶା ଓ୍ବେୟାର): ଲଗାଣ ବର୍ଷାରେ ଭୁଶୁଡ଼ି ପଡିଲା ବଡ଼ଚଣା ବ୍ଲକ ସିହା ଠାରେ ଥିବା ଉତ୍କଳ ବିଶ୍ଵବିଦ୍ୟାଳୟ ଦ୍ଵିତୀୟ ଗ୍ରାମୀଣ କ୍ୟାମ୍ପସର ପାଚେରୀ। ଭାଙ୍ଗି ପଡ଼ିଥିବା ପାଚେରୀ ତଳୁ ସାମ୍ନାକୁ ଆସିଲା ଠିକାଦାରଙ୍କ ଦ୍ବାରା ନିମ୍ନମାନର ନିର୍ମାଣ କାର୍ଯ୍ୟର ନମୁନା ଓ ପୂର୍ତ୍ତ ବିଭାଗର ଯନ୍ତ୍ରୀମାନଙ୍କ ଦୂରଦର୍ଶିତା । ମାତ୍ର ବର୍ଷକ ତଳେ ହୋଇଥିବା ଏହି କ୍ୟାମ୍ପସ ଚତୁଃପାର୍ଶ୍ଵର ପାଚେରୀ ମଧ୍ୟରୁ ଦକ୍ଷିଣ ପୂର୍ବ କୋଣରୁ ପ୍ରାୟ ୧୫୦ଫୁଟରୁ ଉର୍ଦ୍ଧ୍ବ ଲମ୍ବର ପାଚେରୀ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ତଳେ ଲୋଟି ଯାଇଛି । ୨୦୧୭ ମସିହାରେ ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ ଅନ୍ତର୍ଗତ ସିହା ଗ୍ରାମର ପ୍ରାୟ ୭୦ ଏକର ପରିମିତ ଜମି ଉପରେ ଉତ୍କଳ ବିଶ୍ୱ ବିଦ୍ୟାଳୟ ଦ୍ବିତୀୟ କ୍ୟାମ୍ପସ ପ୍ରତିଷ୍ଠା ପାଇଁ କାର୍ଯ୍ୟାରମ୍ଭ ହୋଇଥିଲା ।

ପ୍ରାଥମିକ ଭାବେ ଚତୁଃପାର୍ଶ୍ଵର ପାଚେରୀ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଚାରିବାଟିଆ ପୂର୍ତ୍ତ ବିଭାଗ ଡ଼ିଭିଜନକୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ବିଭାଗର ବଡ଼ଚଣା ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ତତ୍ତ୍ଵାବଧାନରେ ଜନୈକ ଠିକାଦାରଙ୍କ ଦ୍ବାରା ନିର୍ମାଣ କାର୍ଯ୍ୟ କରାଯାଇ ବର୍ଷକ ତଳେ ସମ୍ପୂର୍ଣ୍ଣ ହୋଇଥିଲା । ଆରମ୍ଭରୁ ସ୍ଥାନୀୟ ଲୋକେ ନିମ୍ନମାନର ନିର୍ମାଣ କାର୍ଯ୍ୟ ନେଇ ଆପତ୍ତି ଉଠାଇଥିଲେ ବି କେହି କର୍ଣ୍ଣପାତ କରି ନଥିଲେ । ତେବେ ଆଜି ପାଚେରୀ ଭାଙ୍ଗି ପଡ଼ିବା ପରେ ନିମ୍ନମାନର ନିର୍ମାଣ କାର୍ଯ୍ୟ ମାଟି ତଳୁ ଫୁଟି ପଦାକୁ ବାହାରି ଆସିଛି । ମାତ୍ର ତିନି ଫୁଟ୍ ମାଟି ତଳୁ ହିଁ ନିମ୍ନ ମାନର କଂକ୍ରିଟ ପିଲାର ସବୁ ସ୍ଥାପନ କରାଯାଇ ଏହି ପାଚେରୀ ନିର୍ମାଣ କରାଯାଇଥିବା ଦେଖିବାକୁ ମିଳିଛି ।
ଇଟା କାନ୍ଥ ନିର୍ମାଣ ଓ ପଲସ୍ତରା କାର୍ଯ୍ୟ ବି ଅତ୍ୟନ୍ତ ନିମ୍ନ ମାନର ହୋଇଥିବା ଏବେ ପରିଲକ୍ଷିତ ହୋଇଛି । ଯାହାକୁ ବିଭାଗୀୟ ଯନ୍ତ୍ରୀ ମାନେ ଅଣଦେଖା କରି ଠିକାଦାରଙ୍କୁ ବିଲ ପ୍ରଦାନ କରିଥିବା ଜଣାଯାଇଛି। ଅନ୍ୟପକ୍ଷରେ ଯେଉଁ କୋଣ ଦେଇ ସେହି ୭୦ ଏକର ପରିମିତ ଜମିରୁ ବର୍ଷାଜଳ ନିଷ୍କାସନ ହୋଇଥାଏ ସେହି ଅଞ୍ଚଳଟି ଢାଲୁ ରହିଛି । ମାତ୍ର ପାଚେରୀ ନିର୍ମାଣ କାର୍ଯ୍ୟ ସମୟରେ ଯନ୍ତ୍ରୀ ଓ ଠିକାଦାର ଦୂରଦର୍ଶୀ ରହି ସେହି ସ୍ଥାନରେ ବର୍ଷାଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନ କରି ତାହାକୁ ଇଟା ପାଚେରୀ ମଧ୍ୟରେ ଆବଦ୍ଧ କରି ରଖିଦେବା ଫଳରେ ଦୁଇଦିନର ଲଗାଣ ବର୍ଷାରେ ସମଗ୍ର କ୍ୟାମ୍ପସର ବର୍ଷା ଜଳ ଗଚ୍ଛିତ ହୋଇ ରହିବା କାରଣରୁ ଦୁର୍ବଳ ପାଚେରୀଟି ଶେଷରେ ଭୁଶୁଡ଼ି ପଡ଼ିଥିବା ଜଣାଯାଇଛି । ଏଭଳି ନିମ୍ନମାନର ନିର୍ମାଣ ଉପରେ ଯାଜପୁର ଜିଲ୍ଲାପାଳ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top