ଭୁବନେଶ୍ୱର(ଓଡ଼ିଶା ୱେୟାର): ବିଧାନସଭାରେ ବିଜେପି ବିଧାୟକ ଦଳ ନେତା ତଥା ବିରୋଧୀ ଦଳ ନେତା ଭାବେ ପ୍ରଦୀପ୍ତ ନାଏକଙ୍କୁ ମନୋନୀତ କରାଯିବା ପରେ ଆଜି ଦଳର ଦୁଇ ବରିଷ୍ଠ ବିଧାୟକଙ୍କୁ ସନ୍ତୁଷ୍ଟ କରାଯାଇଛି। ଧାମନଗରରୁ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କୁ ବିଧାନସଭାରେ ଦଳର ଉପନେତା ଓ କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କୁ ବିରୋଧୀ ଦଳର ମୁଖ୍ୟ ସଚେତକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ,ଓଡ଼ିଶାବାସୀ ବିଜେପିର ୨୩ଜଣ ବିଧାୟକଙ୍କୁ ଜିତାଇ ବିଧାନସଭାରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ଦେଇଛନ୍ତି।ଓଡ଼ଶାବାସୀ ଯେଉଁ ଗୁରୁଦାୟିତ୍ୱ ଦେଇଛନ୍ତି ତାକୁ ସୂଚାରୁ ରୂପେ ବିଜେପି ବିଧାନସଭାରେ ତୁଲାଉଛି।


