Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

୧.୩୯ଲକ୍ଷ କୋଟି ଟଙ୍କାର ବଜେଟ: ଫୋକସରେ ଚାଷୀ ଓ ମହିଳା

ଭୁବନେଶ୍ୱର(ଓଡ଼ିଶା ୱେୟାର): ବିଜେଡି ପଞ୍ଚମ ପାଳି ସରକାର ଗଠନ କରିବା ପରେ ଆଜି ୨୦୧୯-୨୦ ଆର୍ଥିକ ବର୍ଷର ମୋଟ ୧ଲକ୍ଷ ୩୯ହଜାର କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟକୁ ଜନମଙ୍ଗଳ ଓ ବିକାଶମୁଖୀ ବଜେଟ ବୋଲି ଦାବି କରିବା ସହ କୃଷି ଓ କୃଷକ କଲ୍ୟାଣ, ଦାରିଦ୍ର‌୍ୟ ଦୂରୀକରଣ, ଖାଦ୍ୟ ନିରାପତ୍ତା, ସର୍ବାଙ୍ଗୀନ ବିକାଶ ସମେତ ମହିଳା, ଶିଶୁ, ଚାଷୀ, ଶ୍ରମିକ, ବରିଷ୍ଠ ନାଗରିକ,ଅନୁସୂଚିତ ଜାତି ଓ ଜନଜାତି ବର୍ଗର ସଶକ୍ତିକରଣକୁ ପ୍ରାଥମିକତା ଦିଆଯାଇଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି। ତେବେ ବଜେଟରେ ‘କାଳିଆ’ ଯୋଜନା ପାଇଁ ରାଜ୍ୟ ସରକାର ୫୬୧୧ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।
ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଆଜି ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମୋଟ ୧ଲକ୍ଷ ୩୯ହଜାର କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହା ଗତ ଆର୍ଥିକ ବର୍ଷର ବଜେଟ୍ ତୁଳନାରେ ୧୫.୮ପ୍ରତିଶତ ଅଧିକ। ବଜେଟରେ ବିଭିନ୍ନ ଟିକସ ଓ ଅନୁଦାନ ବାବଦରେ ୧୧୫.୨୬୬ କୋଟି ଟଙ୍କାର ରାଜସ୍ୱ ପ୍ରାପ୍ତି ହେବ ବୋଲି ଆକଳନ କରାଯାଇଥିବାବେଳେ ୨୩,୭୩୪ କୋଟି ଟଙ୍କାର ଋଣ ଆଣି ବଜେଟ୍ ଖର୍ଚ୍ଚ ଭରଣା କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟର ମୋଟ ଜିଡିପି ୫ଲକ୍ଷ ୪୦ହଜାର ୮୧୨କୋଟି ଟଙ୍କାରେ ପହଞ୍ôଚବ ବୋଲି ଆକଳନ କରାଯାଇଛି। ରାଜ୍ୟ ସରକାର ନିଜର ଟିକସ ଓ ଅଣଟିକସ କ୍ଷେତ୍ରରୁ ୪୫,୫୦୦ଟଙ୍କା,କେନ୍ଦ୍ର ସରକାରଙ୍କ ଅନୁଦାନ ଓ ଟିକସ ବାବଦରେ ୬୯,୭୬୬କୋଟି ଟଙ୍କା ପାଇବେ ବୋଲି ଆକଳନ କରିଛନ୍ତି। ଜିଏସଟି କ୍ଷତିପୂରଣ ଯୋଗୁ ରାଜ୍ୟକୁ କେନ୍ଦ୍ର ସରକାରଙ୍କଠୁ ଅଧିକ ଅର୍ଥ ମିଳିବ ବୋଲି ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
ରାଜ୍ୟ ସରକାର ଆଶ୍ଚର୍ଯ୍ୟଜନକ ଭାବେ ଚଳିତଥର ଶିକ୍ଷା ବଜେଟକୁ ହ୍ରାସ କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ମୋଟ ଜିଏସଡିପି(ରାଜ୍ୟର ମୋଟ ଘରୋଇ ଉତ୍ପାଦ)ର ୩.୬୧ ପ୍ରତିଶତ ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ ପାଇଁ ବ୍ୟୟବରାଦ କରାଯାଇଥିବାବେଳେ ଗତ ଆର୍ଥିକ ବର୍ଷରେ ଏହି ପରିମାଣ ୩.୬୧% ଥିଲା । ଚଳିତ ଆର୍ଥିକ ବର୍ଷରେ ଶିକ୍ଷା କ୍ଷେତ୍ର ପାଇଁ ମୋଟ ୧୯,୪୯୨କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ଏଥିରେ ସ୍କୁଲ ଓ ଗଣଶିକ୍ଷା ବିଭାଗରେ ୧୬,୪୦୦କୋଟି, ଉଚ୍ଚଶିକ୍ଷାରେ ୨୩୭୫ କୋଟି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାରେ ୭୧୭କୋଟି ଟଙ୍କାର ବନ୍ଦୋବସ୍ତ ହୋଇଛି ।
ସେହିପରି ‘ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା’ର ସ୍ଲୋଗାନ ଦେଉଥିବା ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରେ ସ୍ୱାସ୍ଥ୍ୟ ବିଭାଗ ପାଇଁ ଟଙ୍କାଟିଏ ବି ଅଧିକ ବ୍ୟୟବରାଦ କରିନାହାନ୍ତିି । ଗତବର୍ଷ ଯାହା ଥିଲା ଚଳିତବର୍ଷ ବି ସେୟା ରହିଛି । ଚଳିତଥର ମୋଟ ଜିଏସଡିପିର ୧.୧୮% ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଖର୍ଚ୍ଚ କରିବାକୁ ବଜେଟରେ ବ୍ୟୟବରାଦ ହୋଇଛି । ଗତବର୍ଷ ମଧ୍ୟ ୧.୧୮% ସ୍ୱାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ ହୋଇଥିଲା । ଚଳିତ ବଜେଟ୍ରେ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୬୭୩୮ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏଥିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପାଇଁ ୧୨୦୩ କୋଟି, ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ପାଇଁ ୫୭୮କୋଟି ଓ ଜାତୀୟ ସ୍ୱାସ୍ଥ୍ୟ ମିଶନରେ ଓଡ଼ିଶାର ଅଂଶଦାନ ବାବଦରେ ୧୩୨୩କୋଟି ଟଙ୍କା ସାମିଲ ଅଛି ।
ସେହିପରି ଚଳିତ ଆର୍ଥିକ ବର୍ଷରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ରର ବଜେଟ୍ ପରିମାଣ ୨୦,୭୧୪କୋଟି ଟଙ୍କା ଥିବାବେଳେ କାଳିଆ ଯୋଜନା ପାଇଁ ୫୬୧୧ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସେହିପରି ବିଜେପୁରରେ ଉପନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ପାର୍ବତୀଗିରି ବୃହତ୍ ଉଠାଜଳସେଚନ ପ୍ରକଳ୍ପ ପାଇଁ ବଜେଟରେ ୧୭୭୭କୋଟି ଟଙ୍କା ବ୍ୟୟବରାଦ କରିଥିଲେ ମଧ୍ୟ ୧୨୪୭କୋଟି ଟଙ୍କାର ଗଙ୍ଗାଧର ମେହେର କେନାଲ ଉଠା ଜଳସେଚନ ପାଇଁ ମାତ୍ର ୧୦୦କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଶ୍ରୁତି ସତ୍ତେ୍ୱ ୨୦୧୪ରୁ ୨୦୧୯ ମସିହା ମଧ୍ୟରେ ୧୦ଲକ୍ଷ ହେକ୍ଟର ପରିବର୍ତ୍ତେ ୯ଲକ୍ଷ ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ସୁବିଧା ଦିଆଯାଇଥିବା ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ନିଜ ବଜେଟରେ ସ୍ୱୀକାର କରିଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷରେ ଆଉ ୨.୬୫ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଅସମ୍ପୂର୍ଣ୍ଣ ଥିବା ଜଳସେଚନ ପ୍ରକଳ୍ପ ପାଇଁ ଓଡ଼ିଶା ନିଜର ଅଂଶଦାନ ବାଦରେ ୧୮୬୧କୋଟି ଟଙ୍କା ବ୍ୟୟବରାଦ କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top