Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ରମଣ ସିଂହଙ୍କ ମକ୍ତବ୍ୟ ପ୍ରତିବାଦରେ ଯୁବ-ଛାତ୍ର ବିଜେଡିର ବିକ୍ଷୋଭ

ଭୁବନେଶ୍ୱର: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ବକ୍ତବ୍ୟ ପ୍ରତିବାଦରେ ଆଜି ଯୁବ-ଛାତ୍ର ବିଜେଡି ପକ୍ଷରୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‍ ଛକଠାରେ ଏକ ପଥପ୍ରାନ୍ତ ସଭାରେ ହଜାରେରୁ ଊଦ୍ଧ୍ୱର୍ ଯୁବ-ଛାତ୍ର କର୍ମୀ ଏକଜୁଟ୍‍ ହୋଇ ରମଣ ସିଂହଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ବିଜୁ ଜନତା ଦଳ ସାଧାରଣ ସଂପାଦକ (ଯୁବ ବ୍ୟାପାର) ସଂଜୟ କୁମାର ଦାସବର୍ମା, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ରଙ୍କ ନେତୃତ୍ୱରେ ଯୁବ-ଛାତ୍ର କର୍ମୀମାନେ ଛତିଶଗଡ଼ ଓ କେନ୍ଦ୍ର ସରକାର ବିରୋଧୀ ପ୍ଲାକାର୍ଡମାନ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜି କରିଥିଲେ । ରମଣ ସିଂହଙ୍କ ଔଦ୍ଧତ୍ୟପୂର୍ଣ୍ଣ ମନ୍ତବ୍ୟ ଏବଂ କେନ୍ଦ୍ରର ପକ୍ଷପାତିତାର ଦୃଢ଼ ନିନ୍ଦା କରିବା ସହ ରମଣ ସିଂହଙ୍କ ଓଡ଼ିଶା ବିରୋଧୀ ମନ୍ତବ୍ୟ ପାଇଁ ରାଜ୍ୟବାସୀଙ୍କ ପାଖରେ କ୍ଷମା ମାଗନ୍ତୁ ଏବଂ ରାଜ୍ୟର ଦୁଇ କେନ୍ଦ୍ରମନ୍ତ୍ରୀ ଓ ବିଜେପି ମଧ୍ୟ ରମଣ ସିଂହଙ୍କ ବକ୍ତବ୍ୟ ଉପରେ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ଦାସବର୍ମା କହିଥିଲେ । ଏହି ବିକ୍ଷୋଭ ଓ ପଥପ୍ରାନ୍ତ ସଭାରେ ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ଯୁବ ବିଜେଡି ମହାସଚିବ ଶିଶିର ପରିଜା, ଉପଦେଷ୍ଟା ଅମରେଶ ଜେନା, ସଂଜୟ ବାବୁ, ସୁନୀଲ ପ୍ରଧାନ, ଉପସଭାପତି ଦୁର୍ଗା ସାମନ୍ତରାୟ, ସନ୍ତୋଷ ବେଜ, ସାଧାରଣ ସଂପାଦକ ଜ୍ୟୋତିରଞ୍ଜନ ଜେନା, ଏଲିନା ଦାଶ, ଧୃତୀରଞ୍ଜନ ମାର୍ଥା, ସୁନୀଲ ପଣ୍ଡା, ନରେଶ ପାତ୍ର, ତନ୍ମୟ ସ୍ୱାଇଁ, ସଂପାଦକ ମଳୟ ରଞ୍ଜନ ପତି, ଜିଲ୍ଲା ସଭାପତି ଅମରଜିତ୍‍ ସେନାପତି, ସୁଜିତ ସ୍ୱାଇଁ, ଛାତ୍ର ବିଜେଡି ଉପଦେଷ୍ଟା ଚିନ୍ମୟ ସାହୁ, ଉପ-ସଭାପତି କନିଷ୍କ ଜେନା, ସୌଭିକ୍‍ ବିଶ୍ୱାଳ, ସାଧାରଣ ସଂପାଦକ ପ୍ରଦୋଷ ପରିଡ଼ା, ବିଶ୍ୱପ୍ରତାପ ସାହୁ, ସୁଜିତ ପାଲ୍‍ଟାସିଂହ, ମିକୁ ପ୍ରଧାନ, ପ୍ରମୋଦ ପାତ୍ର, ଜ୍ୟୋତି ରଞ୍ଜନ ସାମଲ, ଜୋନ୍‍ ସଭାପତି ଅଜିତ ବେହେରା, ମହିଳା ବିଜେଡି ଉପସଭାପତି ସଂଯୁକ୍ତା ମହଲ, ଜିଲ୍ଲା ସଭାପତି ଭାରତୀ ସିଂହଙ୍କ ସମେତ ବହୁ କର୍ପୋରେଟର୍‍, ଦଳୀୟ କର୍ମୀ ଯୋଗ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top