Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ସ୍ୱାସ୍ଥ୍ୟ ସହାୟତା ପାଇଁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା ବିଜେଡି

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣକୁ ନେଇ ବିଜେପି ଯେଉଁ ଅଭିଯୋଗ କରୁଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ଆୟୁଷ୍ମାନ ଭାରତ ଯୋଜନାରେ କୌଣସି ସମାନତା ନାହିଁ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଉଛି ଏକ ଆସ୍ୟୁରାନ୍ସ ସ୍କିମ୍ , ଆଉ ଆୟୁଷ୍ମାନ ଭାରତ ହେଉଛି ଇନ୍ସ୍ୟୁରାନ୍ସ ସ୍କିମ୍ । ବିଜେପି ଏବେ ଯେଉଁ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛି, ବିଜେଡି ୨୦୧୪ ସାଧାରଣ ନିର୍ବାଚନରେ ତା’ର ପରିକଳ୍ପନା କରିଥିଲା । ବିଜେଡି ନିଜର ନିର୍ବାଚନୀ ଇସ୍ତାହାରରେ ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲା । ଯାହାକୁ ଓଡ଼ିଶା ସରକାର କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ବିଜେଡି କହିଛି ।
ଆଜି ଦଳର ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ସାଂସଦ ପ୍ରତାପ ଦେବ କହିଛନ୍ତି ଯେ, କେନ୍ଦ୍ର ସରକାର ତାଙ୍କ ଶେଷବେଳକୁ ସମ୍ବିଧାନ ପ୍ରଣେତା ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଦିନ ପ୍ରଧାନମନ୍ତ୍ରୀ ଏହିଭଳି ଏକ ଯୋଜନା ହେବ ବୋଲି ଘୋଷଣା କରିଥିଲେ, ଯାହା ତାକୁ ବଜେଟରେ ରୂପାୟନ ଦେଇଥିଲେ । କିନ୍ତୁ କେବେ ହେବ, କେଉଁ ପ୍ରକାର ହେବ ତାହା ଏ ପର୍ଯ୍ୟନ୍ତ ଲୋକଙ୍କ ପାଖରେ ଉପସ୍ଥାପିତ କରିପାରି ନାହାନ୍ତି । ଏବେ କେନ୍ଦ୍ରର ଆୟୁଷ୍ମାନ ଯୋଜନା ଓ ରାଜ୍ୟର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭିତରେ ଗୋଟିଏ ମୌଳିକ ପ୍ରାର୍ଥକ୍ୟ ରହିଛି, ଯାହା ଦୁଇଟିଯାକ ଯୋଜନା ଏକାଭଳିଆ ନୁହେଁ । ଆୟୁଷ୍ମାନ ଯୋଜନା ବୀମା ଆଧାରିତ ଯୋଜନା, ଯାହା କେନ୍ଦ୍ର ସରକାର ୬୦ ଭାଗ ଅର୍ଥ ଦେଉଥିବା ବେଳେ ରାଜ୍ୟ ସରକାର ଏଥିରେ ୪୦ ଭାଗ ଅର୍ଥ ଦେବେ । ହିତାଧିକାରୀଙ୍କୁ ଚୟନ କରିବା, ସର୍ବେକ୍ଷଣ ଭଳି ଯଦି ରାଜ୍ୟର ଅନ୍ୟାନ୍ୟ ଆନୁଷଙ୍ଗିକ ଉପକରଣଗୁଡିକୁ ଯୋଡ଼ିବେ, ତେବେ ଏହା ୫୦:୫୦ ଅନୁପାତକୁ ଆସିଯିବ । ଅପରପକ୍ଷରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଶ୍ୱାସନା ଭିତ୍ତିକ ଯୋଜନା । ରାଜ୍ୟ ସରକାର ଯେଉଁ ଯୋଜନା କରିଛନ୍ତି, ସେଥିରେ ଜଣେ ନାଗରିକ ସିଧାସଳଖ ଉପକୃତ ହୋଇପାରିବ । ଏଥିରେ କୌଣସି ବୀମା କରିବାକୁ ପଡିବ ନାହିଁ । ଗୋଟିଏ ଯୋଜନାରେ ଜଣେ ହିତାଧିକାରୀ ସିଧାସଳଖ ଉପକୃତ ହେଉଥିବା ବେଳେ ଅନ୍ୟ ଯୋଜନାରେ ବୀମା ମାଧ୍ୟମରେ ଉପକୃତ ହେଉଛି, ଯାହା ଏହି ଦୁଇଟି ଯୋଜନା ମଧ୍ୟରେ ପ୍ରାର୍ଥକ୍ୟ । କେନ୍ଦ୍ର ସରକାର ୨୦୧୧ ଏସ୍ଇସିସି ତାଲିକା ଅନୁସାରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ନେଇଥିବାରୁ ବହୁ ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟସେବାରୁ ବଞ୍ôଚତ ହେବାକୁ ପଡ଼ିବ । କେନ୍ଦ୍ର ସରକାର ପ୍ରଥମେ ୪୮ଲକ୍ଷ ଓ ପରେ ୬୧ଲକ୍ଷ ପରିବାରକୁ ସାମିଲ କରିବାକୁ କହିଲେ । କିନ୍ତୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ସିଧାସଳଖ ୭୦ଲକ୍ଷ ପରିବାର ସାମିଲ ହେଉଛନ୍ତି । କେନ୍ଦ୍ର ସରକାର ଆୟୁଷ୍ମାନ ଯୋଜନା ପାଇଁ ଏ ପର୍ଯ୍ୟନ୍ତ ତାରିଖ ଘୋଷଣା କରିନାହାନ୍ତି । ଏହା ଏକ ସମୟସାପେକ୍ଷ କାର୍ଯ୍ୟଧାରା । ନିର୍ବାଚନର କିଛି ମାସ ପୂର୍ବରୁ ଏହାକୁ କାର୍ଯ୍ୟକାରୀ କରାଇବା ନିଶ୍ଚିତ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟ ମୁଖ୍ୟ ସଚିବ କେନ୍ଦ୍ର ସରକାରଙ୍କୁ ଏକ ଚିଠି ଜରିଆରେ ୯ଲକ୍ଷ ପରିବାର ଆୟୁଷ୍ମାନ ଯୋଜନାରୁ ବାଦ୍‍ ପଡିବେ ବୋଲି ଆଶଙ୍କା କରିଥିଲେ । ରାଜ୍ୟ ସରକାର ୩ଟି ପ୍ରସ୍ତାବ ଦେଇଥିଲେ କିନ୍ତୁ କେନ୍ଦ୍ର ସରକାର ଏହାକୁ ଅଗ୍ରାହ୍ୟ କରିଦେଇଥିଲେ । ତେଣୁ ରାଜ୍ୟ ସରକାରଙ୍କ ଏହି ନିଜସ୍ୱ ଯୋଜନା ରାଜ୍ୟର ଗରିବ ହିତାଧିକାରୀଙ୍କ ପାଇଁ ସମ୍ପୂର୍ଣ୍ଣ ଫିଟ୍ ହେବ ବୋଲି ବିଜେଡି ଦାବି କରିଛି । ତେଣୁ ଗୋଟିଏ ଯୋଜନା ଆସିବା ଆଗରୁ ତାକୁ ନିନ୍ଦା ଓ ସମାଲୋଚନା କରିବା କଦାପି ଗ୍ରହଣଯୋଗ୍ୟ ନୁହେଁ । ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଡ. ସସ୍ମିତ ପାତ୍ର ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top