ଭୁବନେଶ୍ୱର:ସାଧାରଣ ନିର୍ବାଚନ ପୂର୍ବରୁ ଆଜି ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ଗଠନ କରିଛି । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ସାମ୍ମୁଖ୍ୟ ଗଠନକୁ ଅନୁମୋଦନ ଦେବା ସହ ଏହାର ଉପଦେଷ୍ଟା ଭାବେ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ମହିଳା ସମବାୟ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କୁ ନିଯୁକ୍ତ କରିଛନ୍ତି।
ଏହା ସହିତ ସାମ୍ମୁଖ୍ୟର ଆବାହକ ଭାବେ ଅବସରପ୍ରାପ୍ତ ପ୍ରଶାସକ ରବିନାରାୟଣ ନନ୍ଦ,ସଂଯୋଜକ ଭାବେ ପ୍ରବୀର ମହାନ୍ତିଙ୍କୁ ମନୋନୀତ କରିଥିବାବେଳେ ସଦସ୍ୟ ଭାବେ ମୋହନ ପ୍ରସାଦ ମିଶ୍ର,ଜୀବନ ଦୀକ୍ଷିତ, ଅଜୟ ରାଉତରାୟ, ପ୍ରଶାନ୍ତ ଜେନା, ସରୋଜ କୁମାର ଚୌଧୁରୀ, ଗୌରୀଶଙ୍କର ବେହେରା, ପ୍ରଶାନ୍ତ କୁମାର ପଟ୍ଟନାୟକ ଓ ଜ୍ୟୋତ୍ସ୍ନାମୟୀ ପରିଡ଼ାଙ୍କୁ କାର୍ଯ୍ୟକାରୀ କରିବାକୁ ଅନୁମତି ଦେଇଥିବା ଜଣାପଡ଼ିଛି।
ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ ରିଲିଜରେ ଏହି ସୂଚନା ଦେଇଛନ୍ତି ।


