Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଶ୍ରୀମନ୍ଦିରକୁ ନିନ୍ଦିତ କରିବାକୁ ଷଡ଼ଯନ୍ତ୍ର ଚାଲିଛି : ବିଜୟ ମହାପାତ୍ର

ଭୁବନେଶ୍ୱର୍ : ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥ ସଂସ୍କୃତିକୁ ବାହାରେ ନିନ୍ଦିତ କରିବା ପାଇଁ ସୁପରିକଳ୍ପିତ ଷଡ଼ଯନ୍ତ୍ର ଚାଲିଛି ଓ କିଛି ଲୋକ ଏଭଳି କାର୍ଯ୍ୟ ଉଦ୍ଦେଶ୍ୟମୂଳକ ଭାବେ କରୁଛନ୍ତି ବୋଲି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି ।
ଶ୍ରୀ ମହାପାତ୍ର ଆଜି ସୋସିଆଲ୍ ମିଡିଆ ଫେସ୍ବୁକ୍ ଲାଇଭ୍ରେ ଶ୍ରୀମନ୍ଦିର ପରିଚାଳନା ପ୍ରସଙ୍ଗରେ ମତ ରଖି କହିଛନ୍ତି ଯେ, ରତ୍ନଭଣ୍ଡାରର ଚାବି ହଜିବା ଓ ରତ୍ନଭଣ୍ଡାର ଭିତରେ ବହୁ ରତ୍ନଅଳଙ୍କାର ରହିଥିବାକୁ ନେଇ ଲୋକଙ୍କ ମନ ମଧ୍ୟରେ ଅଯଥା ସନ୍ଦେହ ସୃଷ୍ଟି କରାଯାଉଛି । ଭିତର ରତ୍ନଭଣ୍ଡାରର ଚାବି ଯେମିତି କାଲି ହଜିଛି ସେଭଳି ଧାରଣ ଲୋକଙ୍କ ମନରେ ସୃଷ୍ଟି କରାଯାଇଛି । ଆଉ ଏବେ କିଛି ଲୋକଙ୍କ ବିବୃତ୍ତି ଦେବାର ଅଭ୍ୟାସ ଏଭଳି ହେଲାଣି ଯେ ସେମାନେ ସବୁ ବିଷୟରେ ବିବୃତ୍ତି ରଖୁଛନ୍ତି । ସେମାନେ ଯେମିତି ଏକା ତୁଳସୀ ଓ ପବିତ୍ର ଓ ଆଉ ସମସ୍ତେ ଅପବିତ୍ର ସେଭଳି ବିବୃତ୍ତି ଦେଉଛନ୍ତି । ସେହିପରି କେତେକ ଜାଣିବାଶୁଣିବା ଲୋକ କହୁଛନ୍ତି ଯେ ୧୯୮୫ ମସିହାରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର କେବେ ଖୋଲାଯାଇନି । ମାତ୍ର ସ୍ପଷ୍ଟ କରିବାକୁ ଚାହୁଁଛି ଯେ ୧୯୮୫ ଜୁଲାଇ ୧୪ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଥିଲା । ୧୯୮୨ ଡିସେମ୍ବର ୨୬ ତାରିଖ ଓ ୧୯୭୮ ମସିହାରେ ମଧ୍ୟ ରତ୍ନଭଣ୍ଡାର ଖୋଲାଯାଇଥିଲା । ୧୯୮୫ ମସିହାରେ ଯେତେବେଳେ ରତ୍ନଭଣ୍ଡାର ଖୋଲାଯାଇ ରତ୍ନ ଅଳଙ୍କାରର ଗଣତି ହୋଇଥିଲା । ଜିଲ୍ଲାପାଳଙ୍କ ପ୍ରତିନିଧି ଭାବେ ଅତିରିକ୍ତ ଜିଲ୍ଲାପାଳ ମଦନମୋହନ ନନ୍ଦ ଭିତର ରତ୍ନଭଣ୍ଡାର ଚାବି ଆଣିଥିଲେ । ସମସ୍ତଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯିବା ପରେ ରତ୍ନ ଓ ଅଳଙ୍କାର ଗଣନା କରି ବିଧିବଦ୍ଧ ଭାବେ ଲେଖାଯାଇଥିଲା । ବୋଧହୁଏ ଖୁବ୍ କମ୍ ଲୋକ ଜାଣିଥିବେ ଯେ, ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ୧୯୭୮ ମସିହାରେ ତତ୍କାଳୀନ ରାଜ୍ୟପାଳ ଜି.ଡି.ଶର୍ମାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ସୁପରିଚାଳନା ପାଇଁ ସରକାରଙ୍କୁ ସୁପାରିସ୍ କରିବା ନିମନ୍ତେ ଏକ କମିଟି ଗଠନ ହୋଇଥିଲା । ଏହି କମିଟିରେ ବହୁ ନିର୍ବିବାଦୀୟ ରାଜନେତା ରହିଥିଲେ । ଏହି କମିଟି ମଧ୍ୟ ସରକାରଙ୍କୁ ତାଙ୍କର ରିପୋର୍ଟ ଦେଇଥିଲେ । ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ମଧ୍ୟ ରାଜ୍ୟପାଳ ହୋଇଥିଲେ । ଏବେ ଯେଉଁ ବିବାଦ ଦେଖାଦେଇଛି ତାହା କେବଳ ଜିଲ୍ଲାପାଳଙ୍କ ବୟାନ ପାଇଁ ହୋଇଛି । ଜିଲ୍ଲାପାଳ ଏଭଳି ବୟାନ ଦେବା ଆଦୌ ଉଚିତ୍ ନଥିଲା ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ରାଜ୍ୟ ସରକାର ସଂକୀର୍ଣ୍ଣ ମାନସିକତା ନହୋଇ ଉଦାରମନା ହୋଇ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଆଗେଇ ଆସିବା ଦରକାର । ରତ୍ନଭଣ୍ଡାର ସୁରକ୍ଷା ପାଇଁ ଯାଞ୍ଚ ଠିକ୍ ହେବା ଆବଶ୍ୟକ । ଏଥିପାଇଁ ସ୍ୱତନ୍ତ୍ର ଅଫିସର ନିଯୁକ୍ତି କରାଯିବା ପାଇଁ ସେ ଦାବି କରିଛନ୍ତି । ଆଇନ ଅନୁସାରେ ସବୁ କାର୍ଯ୍ୟ ହେଉ । ସେବାୟତଙ୍କୁ ସବୁବେଳେ ଦୋଷ ଦେବା ଠିକ୍ ନୁହେଁ । ସେବାୟତଙ୍କୁ ସବୁ ଦୋଷ ଦେଇ ସରକାରୀ ଅଧିକାରୀମାନେ ଖସିଯିବାକୁ ଉଦ୍ୟମ କରିବା ମଧ୍ୟ ଅନୁଚିତ୍ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top