Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଏମଏସପି ବୃଦ୍ଧିକୁ ବିଜେଡିର ସ୍ୱାଗତ

ଭୁବନେଶ୍ୱର: ଓଡ଼ିଶାର ଧାନ ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ନିମନ୍ତେ ରାଜ୍ୟ ସରକାର କ୍ରମାଗତ ଉଦ୍ୟମ କରିଆସୁଛନ୍ତି । ଆମ ବ୍ୟବସ୍ଥାରେ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରନ୍ତି କେନ୍ଦ୍ର ସରକାର । ରାଜ୍ୟର ଚାଷୀମାନଙ୍କ ଦାବିକୁ କ୍ରମାଗତ ଅଣଦେଖା କରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ ଉପଯୁକ୍ତ ବୃଦ୍ଧି ନକରିବା ଦୁର୍ଭାଗ୍ୟଜନକ । ଯଦିଓ ବିଳମ୍ବରେ ହେଲେ ମଧ୍ୟ କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୦୦ ଟଙ୍କା ବୃଦ୍ଧି କରିବା ସ୍ୱାଗତଯୋଗ୍ୟ ପଦକ୍ଷେପ । ଏନ୍‍ଡିଏ ସରକାର ସ୍ୱାମୀନାଥନ କମିଟି ସୁପାରିସ୍‍ ଆଧାରରେ ଧାନ ଚାଷରେ ହେଉଥିବା ଖର୍ଚ୍ଚର ଦେଢ଼ଗୁଣା ମୂଲ୍ୟ ବୃଦ୍ଧି କରିବା ପାଇଁ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ତାହା କାର୍ଯ୍ୟକାରୀ କଲେ ନାହିଁ । ସଂପ୍ରତି ଓଡ଼ିଶାର ଚାଷୀମାନେ ଯେଉଁ ଦୁର୍ଦ୍ଦଶା ଭୋଗୁଛନ୍ତି, ତା’ର ମୁଖ୍ୟ କାରଣ ହେଉଛି, ଧାନର ଉଚିତ୍‍ ମୂଲ୍ୟ ନପାଇବା । ଓଡ଼ିଶା ସରକାର ପ୍ରତି କ୍ୱିଣ୍ଟାଲ ଧାନରେ ଚାଷୀର ସମୁଦାୟ ୨୩୪୪ ଟଙ୍କା ଖର୍ଚ୍ଚ ହେଉଛି ବୋଲି ଆକଳନ କରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବାକୁ ଦଳମତ ନିର୍ବିଶେଷରେ ଓଡ଼ିଶା ବିଧାନସଭାରେ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା । କିନ୍ତୁ ସ୍ୱାମୀନାଥନ କମିଟିକୁ ଲାଗୁ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ଆଜି ପ୍ରତାରଣାରେ ପରିଣତ ହୋଇଛି । ଏପରିକି ରାଜ୍ୟ ସରକାର ଚାଷୀଙ୍କୁ ବୋନସ୍‍ ଦେବା ପ୍ରସଂଗରେ କେନ୍ଦ୍ର ସରକାର ସ୍ପଷ୍ଟ ଭାବେ ରାଜ୍ୟଗୁଡିକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ଯେ ଯଦି ଧାନ ସଂଗ୍ରହ କ୍ଷେତ୍ରରେ ରାଜ୍ୟ ସରକାର ଚାଷୀଙ୍କୁ ଟଙ୍କାଟିଏ ବୋନସ୍‍ ଦିଏ, ତେବେ ବିକେନ୍ଦ୍ରୀକରଣ ଧାନ ସଂଗ୍ରହରେ ଏଫ୍‍ସିଆଇ ସାମିଲ ହୋଇପାରିବ ନାହିଁ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୦ ଟଙ୍କା ବୃଦ୍ଧି କରି ସ୍ୱାମୀନାଥନ କମିଟିର ସୁପାରିଶକୁ ସଂପୂର୍ଣ୍ଣ ରୂପେ ଅଣଦେଖା କରିଥିବା ଆଜି ସ୍ପଷ୍ଟ ହୋଇଛି । ଯଦି ସ୍ୱାମୀନାଥନ କମିଟି ଆଧାରରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଥାନ୍ତେ, ଆଉ ୩୦୦ ଟଙ୍କା ବୃଦ୍ଧି ପାଇଥାନ୍ତା । ଅତୀତରେ ବିଜୁ ଜନତା ଦଳ କହିଛି ଯେ କେନ୍ଦ୍ର ସର୍ବଦା ବଡ଼ ବଡ଼ କଥା କହିଆସିଛନ୍ତି । କିନ୍ତୁ କାର୍ଯ୍ୟ କ୍ଷେତ୍ରରେ ତାହା କରୁନାହାନ୍ତି ଏବଂ ସବୁବେଳେ ଅର୍ଦ୍ଧସତ୍ୟ ଉପରେ ବିଶ୍ୱାସ କରୁଛନ୍ତି । ପୂର୍ଣ୍ଣାଙ୍ଗ ତଥ୍ୟ ଦିଅନ୍ତି ନାହିଁ କିମ୍ବା ଦେଇଥିବା ପ୍ରତିଶ୍ରୁତି ପାଳନ ନକରିବା, କେନ୍ଦ୍ର ସରକାରଙ୍କ ନିତିଦିନିଆ ଅଭ୍ୟାସରେ ପରିଣତ ହୋଇଗଲାଣି । ବିଗତ ୪ବର୍ଷରେ କେବଳ ଓଡ଼ିଶା ନୁହେଁ, ସାରା ଭାରତର ଜନସାଧାରଣ ଏହାକୁ ଅନୁଭବ କରିଛନ୍ତି ବୋଲି ବିଜୁ ଜନତା ଦଳ ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top