Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

କଂଗ୍ରେସର ସୋମବାର ୬ଘଂଟିଆ ଚକାବନ୍ଦ : ଏବେ ବିଜେଡି ଭରସା

ଭୁବନେଶ୍ୱର : ତୈଳ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ରାଜ୍ୟବ୍ୟାପୀ ବିକ୍ଷୋଭ ଓ ପ୍ରତିବାଦ ସଭା କରିବା ପରେ କଂଗ୍ରେସ ଏବେ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତି ନେଇଛି । ଦଳ ଆସନ୍ତା ୪ତାରିଖରେ କଟକ ଓ ଭୁବନେଶ୍ୱର ସହରରେ ସକାଳ ୬ଟାରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ଚକାବନ୍ଦ ଆନ୍ଦୋଳନ ଡାକରା ଦେଇଛି ।
ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ତୈଳ ଦର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ସୋମବାର କଟକ ଓ ଭୁବନେଶ୍ୱର ସହରରେ ଚକାବନ୍ଦ କାର୍ଯ୍ୟକ୍ରମ ପାଳନ କରାଯିବ । ଏହି ଦୁଇ ସହରର ଲୋକମାନଙ୍କୁ ସୋମବାର ଦିନ ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ଗାଡ଼ିମୋଟର ଚଳାଚଳ ନକରିବା ପାଇଁ ନିବେଦନ କରାଯାଇଛି । ବାରମ୍ବାର ବଢ଼ୁଥିବା ତୈଳ ଦର ପ୍ରତିବାଦରେ କଂଗ୍ରେସ ଏହି କାର୍ଯ୍ୟକ୍ରମ ଡାକରା ଦେଇଛି । ତେବେ ଏହି କାର୍ଯ୍ୟକ୍ରମରେ ଲୋକଙ୍କୁ ସ୍ୱତଃ ସାମିଲ ହେବା ପାଇଁ ନିବେଦନ କରାଯାଉଛି । ଅନ୍ୟପକ୍ଷରେ ବିଜେଡି ମୁଖପାତ୍ର ପ୍ରତାପ କେଶରୀ ଦେବ ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କଂଗ୍ରେସ ଏକ ରାଜନୀତିକ ଦଳ । ତୈଳ ଦର ବୃଦ୍ଧି ପ୍ରତିବାଦରେ ସେମାନେ ଏକ ରାଜନୀତିକ ଦଳ ଭାବେ କିଛି କାର୍ଯ୍ୟକ୍ରମ ହାତକୁ ନେଇପାରିବେ । ବିଜେଡି ପୂର୍ବରୁ ରାଜ୍ୟବ୍ୟାପୀ ଏହି ପ୍ରସଙ୍ଗରେ କାର୍ଯ୍ୟକ୍ରମ କରିସାରିଛି । ତେଣୁ କଂଗ୍ରେସର ଆନ୍ଦୋଳନ ସହ ବିଜେଡିର କିଛି ସାମଞ୍ଜସ୍ୟ ନାହିଁ । ବିଜେଡି ଏହାକୁ ସମର୍ଥନ କରିବ କି ବୋଲି ପ୍ରଶ୍ନକୁ ଶ୍ରୀ ଦେବ ଏଡ଼ାଇ ଯାଇଥିଲେ । ଅନ୍ୟପକ୍ଷରେ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ଉପରେ ଚାପ ସୃଷ୍ଟି କରିବା ନିମନ୍ତେ କଂଗ୍ରେସର ଏହି ଚକାବନ୍ଦ କାର୍ଯ୍ୟକ୍ରମକୁ ବିଜେଡି ପ୍ରଚ୍ଛଦ ପଟ୍ଟରେ ରହି ସଫଳ କରିବାକୁ ରଣନୀତି ପ୍ରସ୍ତୁତ କରିଛି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଓଡ଼ିଶାର ହୋଇଥିବାରୁ କଂଗ୍ରେସ ଓ ବିଜେଡି ତୈଳ ଦର ବୃଦ୍ଧିର ପ୍ରତିବାଦ ଜଣାଇବା ଆଳରେ ତାଙ୍କ ବିରୋଧରେ ମାହୋଲ୍ ପ୍ରସ୍ତୁତ କରିବାରେ ଲାଗିଥିବା ପଡ଼ିଥିବା ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top