Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଓଡ଼ିଶାରେ ପ୍ରବେଶ କଲା ‘ବିଆରଏସ’ : ଗମାଙ୍ଗଙ୍କ ସହ ମିଶିଲେ ବହୁ ନେତା ଓ କର୍ମୀ

ଭୁବନେଶ୍ୱର(ଓଡ଼ିଶା ୱେୟାର): ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ଭାରତ ରାଷ୍ଟ୍ରସମିତି(ବିଆରଏସ) ଆଜି ଆନୁଷ୍ଠାନିକ ଭାବେ ଓଡ଼ିଶାରେ ନିଜର ପାଦ ଥାପିଛି । ଓଡ଼ିଶାର ୧୨ରୁ ଅଧିକ ପୂର୍ବତନ ବିଧାୟକ, ସାଂସଦଙ୍କ ସମେତ ମୋଟ ପ୍ରାୟ ୫୦୦ଜଣ ଆଜି ହାଇଦ୍ରାବାଦର ବିଆରଏସ କାର୍ଯ୍ୟାଳୟରେ କେସିଆରଙ୍କ ଉପସ୍ଥିତିରେ ବିଆରଏସରେ ସାମିଲ ହୋଇଛନ୍ତି । ବିଆରଏସ୍ ଗଠନର ସଂକଳ୍ପ ସମ୍ପର୍କରେ ଅବଗତ କରିବା ସହ କେସିଆର କୌଣସି ରାଜନୀତିକ ଦଳକୁ ସିଧାସଳଖ ଆକ୍ଷେପ କରିନଥିଲେ ମଧ୍ୟ ନିର୍ବାଚନରେ ନେତା-ପାର୍ଟି ଜିତୁଛି, ନିର୍ବାଚନ ପରେ ଜନତା ହାରୁଛି ବୋଲି କହିବା ସହ ତାଙ୍କ ଦଳ ନିର୍ବାଚନରେ ଜନତା କିଭଳି ଜିତିବ ସେ ଦିଗରେ କାର୍ଯ୍ୟ କରିବାକୁ ସଂକଳ୍ପବଦ୍ଧ ବୋଲି କହିଥିଲେ ।
ଆଜି ହାଇଦ୍ରାବାଦରେ ବିଆରଏସ୍ ପାର୍ଟି କାର୍ଯ୍ୟାଳୟରେ ଓଡ଼ିଶାରୁ ଯାଇଥିବା ପ୍ରାୟ ୫ଶହରୁ ଉର୍ଦ୍ଧ୍ୱ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ସେ ଦଳରେ ଆନୁଷ୍ଠାନିକ ଭାବେ ସାମିଲ କରିଛନ୍ତି । ଏକ ସ୍ୱତନ୍ତ୍ର ଚାର୍ଟର ପ୍ଲେନ ଓ ୧୦ଟି ବସରେ ଏହି ନେତାମାନେ ଆଜି ହାଇଦ୍ରାବାଦରେ ପହଂଚିଥିଲେ । କେସିଆରଙ୍କ ଉପସ୍ଥିତିରେ ଦଳର କାର୍ଯ୍ୟାଳୟରେ ବିଆରଏସରେ ସାମିଲ ହୋଇଥିବା ଓଡ଼ିଶାର ନେତାମାନେ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ତାଙ୍କ ପତ୍ନୀ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ,ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, ମୟୂରଭଞ୍ଜ ପୂର୍ବତନ ସାଂସଦ ରାମଚନ୍ଦ୍ର ହାଂସଦା, ପୂର୍ବତନ ବିଧାୟକ ନବୀନ ନନ୍ଦ, ରଥ ଦାସ, ଅର୍ଜୁନ ଦାସ, ରାଘବ ସେଠୀ, ଦେବରାଜ ସେଠୀ ଓ ବୃନ୍ଦାବନ ମାଝୀଙ୍କ ସମେତ ଚାଷୀ ନେତା ଅକ୍ଷୟ କୁମାର, ଶେଷଦେବ ନନ୍ଦ, ଆରଟିଆଇ କର୍ମୀ ପ୍ରଦୀପ ପ୍ରଧାନ, କଂଗ୍ରେସ ନେତା କୈଳାସ ମୁଖି, ରାଜେଶ ପାତ୍ର, ରବିନ୍ଦ ପ୍ରଧାନ, ଫାଲଗୁନ ଶବର, ଜନାର୍ଦ୍ଦନ ପାତ୍ର, ସୁଧୀର ଷଡ଼ଙ୍ଗୀ, ପ୍ରତାପ ଚୌଧୁରୀ, ପ୍ରମୋଦ ସାମନ୍ତରାୟ, ନିମାଇଁ ରାୟ, ବିଶ୍ୱପ୍ରିୟ ନାୟକ, ଜଗବନ୍ଧୁ ନାୟକ, ସୂର୍ଯ୍ୟ ପତି, କୈଳାସ କୁମାର ନାୟକ, କାଶୀନାଥ ବେହେରା, ଅମିତ ଜେନା, ରଣଜିତ୍ ପଟ୍ଟନାୟକ, ଆଡଭୋକେଟ୍ କ୍ଷୀରୋଦ ରାଉତ ପ୍ରମୁଖ ବିଆରଏସରେ ସାମିଲ ହୋଇଛନ୍ତି ।
ଆଜି ସନ୍ଧ୍ୟାରେ ଏହି ନେତାମାନଙ୍କୁ ଦଳରେ ସ୍ୱାଗତ କରି କେସିଆର କହିଥିଲେ ଯେ, ଓଡ଼ିଶାର ମହାନଦୀର ମାତ୍ର ୨୫-୩୦ପ୍ରତିଶତ ଜଳ ଉପଯୋଗ ହେଉଛି । ପ୍ରାୟ ୫୫ ପ୍ରତିଶତ ଜଳ ସମୁଦ୍ରକୁ ଯାଉଛି । ଆବଶ୍ୟକତାରୁ ଅଧିକ ଜଳ ନଷ୍ଟ ହେଉଛି । ଏହି ଜଳକୁ ଲୋକଙ୍କ ପିଇବା ପାଣି, ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ କାର୍ଯ୍ୟରେ ଉପଯୋଗ କରାଯାଇ ପାରନ୍ତା । ବ୍ରାହ୍ମଣୀ, ବୈତରଣୀ ସହ ଆଉ ଛୋଟ ଛୋଟ ନଦୀ ବି ଅଛି । ନଦୀ ଜଳ ସମୁଦ୍ରରେ ନଷ୍ଟ ହେଉଛି କିନ୍ତୁ କାହିଁକି ଲୋକଙ୍କ କାମରେ ଲାଗି ପାରୁନି । ଓଡ଼ିଶାର ଢେଙ୍କାନାଳ ଓ ତାଳଚେରରେ ଉଚ୍ଚମାନର କୋଇଲା ମିଳୁଛି । ଓଡ଼ିଶାର କୋଇଲା ଖଣି କାହା କାମରେ ଲାଗୁଛି । ବିଦ୍ୟୁତ ଉତ୍ପାଦନ ହୋଇପାରନ୍ତା । ଓଡ଼ିଶାରେ ଦୀର୍ଘଦିନ ଧରି ଚାଷୀ ଆନ୍ଦୋଳନ ଜାରି ରହିଛି । ଦଳିତ, ଗରିବ, ଚାଷୀଙ୍କ ପ୍ରତି ଉପହାସ କରାଯାଉଛି । ଧନର ଅଭାବ ନୁହେଁ ବରଂ ମନର ଅଭାବ ଯୋଗୁ ଏସବୁ ହୋଇପାରୁନି । ନିର୍ବାଚନ ଜିତିବା ପାଇଁ ନୂଆ ନୂଆ ପ୍ରତିଶ୍ରୁତି ଦେଇ ଭୋଟ ପାଇଲା ପରେ ସେସବୁ ଭୁଲି ଯାଉଛନ୍ତି । ନିର୍ବାଚନରେ ନେତା ଓ ପାର୍ଟି ଜିତୁଛି, କିନ୍ତୁ ଜନତା ହାରି ଯାଉଛନ୍ତି । କିନ୍ତୁ ବିଆରଏସ ଚାହେଁ ନିର୍ବାଚନରେ ଜନତା ଜିତୁ । ତା ହିଁ ଗଣତନ୍ତ୍ର । ଦଳଗୁଡ଼ିକ ନିଜ କ୍ଷମତା ପାଇଁ ବା ରାଜନୀତିକ ଷଡ଼ଯନ୍ତ୍ରକାରୀମାନେ ନିର୍ବାଚନ ଜିତିବା ପାଇଁ ପ୍ରତିଶ୍ରୁତି ଦେଇଥାନ୍ତି । ଯାହାକୁ ପରେ ପାଳନ କରନ୍ତି ନାହିଁ । ସେଥିପାଇଁ ବିଆରଏସ୍ ‘ଅବକି ବାର କିଷାନ ସରକାର’ର ସ୍ଲୋଗାନ ଦେଉଛି । ଚାଷୀମାନେ ହିଁ ନେତା ହେବେ, ଦେଶ ତଥା ରାଜ୍ୟର ଭାଗ୍ୟ ନିର୍ଦ୍ଧାରଣ କରିବେ । ସେ ନିଜ ରାଜ୍ୟ ତେଲେଙ୍ଗାନାର ଉଦାହରଣ ଦେଇ କହିଥିଲେ ଯେ, ମାତ୍ର ୮ବର୍ଷ ତଳେ ତେଲେଙ୍ଗାନାରେ ବି ପିଇବା ପାଣି, ଜଳସେଚନ ଓ ବିଦ୍ୟୁତ ସମସ୍ୟା ଥିଲା । କିନ୍ତୁ ଏବେ ରାଜ୍ୟର ଶତପ୍ରତିଶତ ଘରେ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଯେଉଁ ୫୦% ଲୋକ ଦାଦନ ଖଟିବାକୁ ଯାଇଥିଲେ ସେମାନଙ୍କୁ ନିଜ ଘରକୁ ଫେରାଇ ଅଣାଯାଇ ପାରିଛି । ଚାଷୀ ଏଠାରେ ଆତ୍ମହତ୍ୟା କରୁନି । ତେଣୁ ଏସବୁ ସମ୍ଭବପର ହୋଇପାରିଛି କେବଳ ରାଜନୀତିକ ଇଚ୍ଛାଶକ୍ତି ଯୋଗୁ । ବିଭିନ୍ନ କାରଣରୁ ରାଜକୋଷର କ୍ଷତି ହେଲେ ତା’ର ଭରଣା ଜନତାଙ୍କଠୁ କରାଯାଉଛି, କିନ୍ତୁ ଫାଇଦା ହେଲେ ତାହା ଉଦ୍ୟୋଗପତିଙ୍କୁ ଦିଆଯାଉଛି । ତେଣୁ ଏସବୁରେ ପରିବର୍ତ୍ତନ ଆବଶ୍ୟକ । ଏବେ ତେଲେଙ୍ଗାନାରେ ଚାଲିଥିବା ଦଳିତ ବନ୍ଧୁ, ରାଇଥୁ ବନ୍ଧୁ ଆଦି ଯୋଜନାକୁ ସମଗ୍ର ଦେଶରେ ଲାଗୁ କରାଯିବ ବୋଲି ସେ କହିଛନ୍ତି । କେସିଆର ମଧ୍ୟ ଆସନ୍ତାକାଲି ପୁଣିଥରେ ଓଡ଼ିଶାରୁ ଯାଇଥିବା ନେତାମାନଙ୍କୁ ଭେଟିବା ସହ ତେଲେଙ୍ଗାନାର ବିକାଶ ମଡେଲକୁ ଅନୁଧ୍ୟାନ କରିବାକୁ ପରାମର୍ଶ ଦେଇଛନ୍ତି ।
କେସିଆରଙ୍କ ଦଳ ଆଗାମୀ ସାଧାରଣ ନିର୍ବାଚନରେ ରାଜ୍ୟର ସମସ୍ତ ୧୪୭ ବିଧାନସଭା ଓ ୨୧ଟି ଲୋକସଭା ଆସନରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଥିବାବେଳେ ଦଳର ନିଜର ସଫଳ ତେଲେଙ୍ଗାନା ବିକାଶ ମଡେଲକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ଚାହିଁଛି । ଗୋଟିଏ ବିମାନ ଓ ୧୦ଟି ବସ୍ ପଠାଇ ଓଡ଼ିଶାରୁ ଲୋକଙ୍କୁ ନେଇ ବିଆରଏସରେ ସାମିଲ କରାଇବା ନିଷ୍ପତ୍ତି ମାଧ୍ୟମରେ ଓଡ଼ିଶା ତାଙ୍କ ଫୋକସରେ ବୋଲି କେସିଆର ସନ୍ଦେଶ ଦେଇଛନ୍ତି । ଏହାସହିତ ଓଡ଼ିଶାରେ ଦୃଢ଼ ବିରୋଧୀ ଦଳର ବିକଳ୍ପ ଭାବେ ଉଭା ହୋଇ ଶାସକ ବିଜେଡିକୁ କଡ଼ା ଟକ୍କର ଦେବା ନିମନ୍ତେ ଆସନ୍ତା ଏପ୍ରିଲ ମାସରେ କେସିଆରଙ୍କ ଉପସ୍ଥିତିରେ ଏକ ବିଶାଳ ସମାବେଶ ଭୁବନେଶ୍ୱରରେ କରିବା ନିମନ୍ତେ ମଧ୍ୟ ଲକ୍ଷ୍ୟ ରହିଥିବା ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top