Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଉପସ୍ଥାପିତ ହେଲା ବଜେଟ: ୪୦୦ ନୂଆ ବନ୍ଦେ ଭାରତ, ୧୬ ଲକ୍ଷ ଚାକିରି ସୃଷ୍ଟି

ନୂଆଦିଲ୍ଲୀ: ସଂସଦରେ ଉପସ୍ଥାପନ ହେଲା କେନ୍ଦ୍ର ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ବଜେଟ୍ । ଚଳିତ ବଜେଟରେ ଯୁବପୀଢିଙ୍କ ପାଇଁ ବଡ ଘୋଷଣା କରାଯାଇଛି । ଆତ୍ମନିର୍ଭର ଭାରତରେ ସୃଷ୍ଟି ହେବ ୬୦ ଲକ୍ଷ ନୂଆ ନିଯୁକ୍ତି । ଏବଂ ଆସନ୍ତା ୫ବର୍ଷରେ ୩୦ ଲକ୍ଷ କୋଟି ଅତିରିକ୍ତ ଉତ୍ପାଦନ ହେବ । ଯାହାଦ୍ୱାରା ଦେଶରେ ବେରୋଜଗାର ଏବଂ ବେକାରୀ ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି । ଦେଶରେ ବଢୁଥିବା ବେରୋଜଗାର, ବେକାରୀ ସମସ୍ୟା ଚିନ୍ତା ବଢାଉଥିବା ବେଳେ ଚଳିତ ବର୍ଷ କେନ୍ଦ୍ର ବଜେଟରେ ଯୁବପୀଢିହକୁ ଏକ ବଡ ଫାଇଦା ମିଳିଛି । ର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଆତ୍ମନିର୍ଭର ଭାରତ ଅନୁସାରେ, ୧୬ ଲକ୍ଷ ଯୁବପୀଢିଙ୍କୁ ଚାକିରୀ ଦିଆଯିବ। ଏହି ବଜେଟ୍‌ ଯୋଗେ କୃଷକ, ଯୁବପୀଢିଙ୍କୁ ଫାଇଦା ମିଳିବ। ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୯.୨% ରହିଛି। ଆଗକୁ ଭାରତର ଅଭିବୃଦ୍ଧି ହାର ୯.୨୭% ଲକ୍ଷ୍ୟ ରଖାଯାଇଛି ।

ସେ ଆହୁରି କହିଛନ୍ତି ଯେ, ଏୟାର ଇଣ୍ଡିଆରେ ନିବେଶ ପୁରା ହୋଇଛି ଓ ଏଲଆଇସିର ଆଇପିଓ ଅତି ଶୀଘ୍ର ଆସିବ। ପ୍ରଧାନମନ୍ତ୍ରୀ ଗତି ଶକ୍ତି କାରଣରୁ ଅର୍ଥବ୍ୟବସ୍ଥା ମଜବୁତ ହୋଇଛି। ୧୦୦ ବର୍ଷ ପାଇଁ ଢାଞ୍ଚାଗତ ସୁବିଧା ବଢାଇ ଦିଆଯିବ। ଏହାଦ୍ବାରା ଅନେକ ଭିତ୍ତିଭୂମିର ବିକାଶ ହେବ । ଆଗାମୀ ୨୫ ବର୍ଷକୁ ଆଖିରେ ରଖି ବଜେଟ୍ ପ୍ରସ୍ତୁତ କରାଯାଇଛି।

ଶସ୍ତା
ମୋବାଇଲ ଚାର୍ଜ, କପଡା, ସୁନାଗହଣା, ରତ୍ନ ପଥର, ଇମିଟେସନ ଗହଣା, ମେଡିକାଲ ଉପକରଣ, ବିଦେଶରୁ ଆମଦାନୀ ମେସିନ, କେମିକାଲ, ଚମଡା ସାମଗ୍ରୀ, ଷ୍ଟିଲ, ଇଲେକ୍ଟ୍ରୋନିସ୍ ସାମଗ୍ରୀ, କୃଷି ଉପକରଣ, ବିଦ୍ୟୁତ ଟ୍ରାନ୍ସଫରମ, କୃଷି ଉପକରଣ ବିଦ୍ୟୁତ ଟ୍ରାନ୍ସଫର୍ମର, ଔଷଧ

ବଜେଟ ପରେ କୃଷିଜାତ ଦ୍ରବ୍ୟ ଶସ୍ତା ହେବ। ଏହା ବ୍ୟତୀତ ବଜେଟରେ କଟା ଏବଂ ପଲିସ୍ ହୋଇଥିବା ହୀରା ଉପରେ କଷ୍ଟମ୍ ଡ୍ୟୁଟି କଟାଯାଇଛି। ପଲିସ ହିରା ଉପରେ ଆମଦାନୀ ଶୁଳ୍କ ୫% କୁ ହ୍ରାସ ପାଇଛି। କୃଷି ଉପକରଣ, ମୋବାଇଲ ଚାର୍ଜର, ଚମଡ଼ା ସାମଗ୍ରୀ ଶସ୍ତା ହେବ। ସେହିପରି ହୀରା ଗହଣା, ରତ୍ନ ପଥର, କପଡ଼ା, ବିଦ୍ୟୁତ ଟ୍ରାନ୍ସଫର୍ମର ସାମଗ୍ରୀ ଶସ୍ତା ହେବ। ଷ୍ଟିଲ୍, ଇମିଟେସନ ଗହଣା, ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ, ବିଦେଶରୁ ଆମଦାନୀ ମେସିନ, ଔଷଧ, ମେଡିକାଲ ଉପକରଣ ଓ କେମିକାଲ ଆଦି ମଧ୍ୟ ଶସ୍ତା ହେବ।

ମହଙ୍ଗା
ଛତା କିଣିବା
ବିଦେଶୀ ସାମଗ୍ରୀ

ମହଙ୍ଗା ହେବ। ଛତା ଉପରେ କଷ୍ଟମ୍ ଡ୍ୟୁଟି ବୃଦ୍ଧି କରିବାକୁ ଘୋଷଣା କରାଯାଇଛି। ବିଦେଶୀ ସାମଗ୍ରୀ ଆମଦାନୀ ମହଙ୍ଗା ହେବ। ଏହା ବ୍ୟତୀତ ଅର୍ଥମନ୍ତ୍ରୀ ସୀତାରମଣ ମଧ୍ୟ କିଛି ରାସାୟନିକ ପଦାର୍ଥ ଉପରେ କଷ୍ଟମ ଡ୍ୟୁଟି ହ୍ରାସ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏଥିମଧ୍ୟରେ ମିଥାନୋଲ୍ ମଧ୍ୟ ଅନ୍ତର୍ଭୁକ୍ତ। ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଏହା କରାଯାଇଛି ବୋଲି ସେ କହିଛନ୍ତି। ଇସ୍ପାତ ସ୍କ୍ରାପ ଉପରେ କଷ୍ଟମ ଡ୍ୟୁଟି ଛାଡକୁ ଆଉ ଏକ ବର୍ଷ ବଢାଇବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।

କେଉଁ ଯୋଜନାକୁ କେତେ ?
କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ୬ହଜାର କୋଟି
ଜାତୀୟ ରାଜପଥ ସଂପ୍ରସାରଣ ପାଇଁ ୨୦ ହଜାର କୋଟି
ଭିତିଭୁମି ପାଇଁ ୨୦ ହଜାର କୋଟି
ବର୍ଷକୁ ୨୫ ହଜାର କିମି ହାଇୱେ ନିର୍ମାଣ ଲକ୍ଷ

ବ୍ୟାଙ୍କି :-
ଆରବିଆଇ ୨୦୨୨-୨୩ରେ ଡ଼ିଜିଟାଲ କରେନ୍ସିଂ ଲଂଚ କରିବ
ଏଲଆଇସିର ଆଇପିଓ ଶିଘ୍ର ଆସିବ
ଇ-ପାସପୋର୍ଟ ବ୍ୟବସ୍ଥା ଜାରି କରାଯିବ
ଡ଼ାକ ଘରେ କୋର ବ୍ୟାଙ୍କିଂ ସେବା
ଡ଼ାକ ଘରେ ଏଟିଏମ ସୁବିଧା କରାଯିବ
ଟେଲିକମ୍ କ୍ଷେତ୍ରରେ ନୂଆ ନିଯୂକ୍ତି ସୁଯୋଗ
ବିମା ବଣ୍ଡ ଜାରି କରିବ ଆଇଆରଡ଼ିଏ
ଚଳିତ ବର୍ଷରୁ ଆରମ୍ଭ ହେବ ୫ଜି ସେବା
ଗାଁରେ ମିଳିବ ବ୍ରଡ଼ବ୍ୟାଣ୍ଡ ସୁବିଧା

ସ୍ୱାସ୍ଥ୍ୟ : –
ମହିଳାଙ୍କ ଓ ଶିଶୁଙ୍କ ପାଇଁ ପୋଷଣ ୨.୦ ଯୋଜନା
ସ୍ୱାସ୍ଥ୍ୟ ଭିତିଭୁମିକୁ ମଜଭୁତ କରିବାକୁ ଗୁରୁତ୍ୱ

ରେଲୱେ :
ପିପିପି ମୋଡରେ କରାଯିବ ରେଳବାଇର ବିସ୍ତାର । ଷ୍ଟେସନଗୁଡିକ ମଧ୍ୟରେ ମଲଟି-ମଡେଲ କନେକ୍ଟିଭିଟି ହେବ । ପିଏମ ଗତି ଶକ୍ତି ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହୋଇଛି । ୧୦୦ ପ୍ରଧାନମନ୍ତ୍ରୀ ଗତିଶକ୍ତି କାର୍ଗୋ ଟର୍ମିନାଲ ନିର୍ମାଣ କରାଯିବ । ଆଗାମୀ ୩ ବର୍ଷରେ ଦେଶରେ ୪ ଶହ ବନ୍ଦେ ଭାରତଟ୍ରେନ ଚାଲିବ । ବଜେଟ୍ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ୭ଟି ଇଂଜିନ ଉପରେ ଦେଶର ଅର୍ଥନୀତି ଦୌଡ଼ିବ । ‘କୱଚ୍’ ଯୋଜନାରେ ୨ ହଜାର କିଲୋମିଟର ବିଶ୍ୱସ୍ତରୀୟ ସୁରକ୍ଷିତ ରେଳପଥ ତିଆରି କରାଯିବ । ୮ଟି ନୂଆ ରୋପ ୱେ ତିଆରି ହେବ । ପ୍ରଦୁଷଣ ମୁକ୍ତ ଇନ୍ଧନ ଉପରେ ଗୁରୁତ୍ୱ ଦେଉଛନ୍ତି କେନ୍ଦ୍ର ସରକାର ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top