Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଆସନ୍ତାକାଲିଠୁ ବିଧାନସଭା: ଆସିବ ଓବିସି ପାଇଁ ସଂକଳ୍ପ ପ୍ରସ୍ତାବ

ଭୁବନେଶ୍ୱର(ଓଡ଼ିଶା ୱେୟାର):ଆସନ୍ତାକାଲିଠୁ ବିଧାନସଭାର ୩୧ଦିନିଆ ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ୨ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ଅଧିବେଶନରେ ଆଗତ ପାଇଁ ଏପର୍ଯ୍ୟନ୍ତ କୌଣସି ବିଲ୍ ପ୍ରସ୍ତୁତ ନଥିବାବେଳେ ୧୮ତାରିଖରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ ହେବ। ଗୃହ ପ୍ରଥମଦିନରୁ ଓବିସି ଗଣନାକୁ ନେଇ ସରଗରମ ହେବ ବୋଲି ସୂଚନା ମିଳିଛି। ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ପରେ ଦିବଂଗତ ୭ଜଣ ସଦସ୍ୟ ଓ ଯବାନଙ୍କ ଉଦ୍ଦେଶ୍ୟରେ ଗୃହରେ ଶୋକ ପ୍ରସ୍ତାବ ଆଗତ ହେବ।

ଭୁବନେଶ୍ୱର(ଓଡ଼ିଶା ୱେୟାର):ଆସନ୍ତାକାଲିଠୁ ବିଧାନସଭାର ୩୧ଦିନିଆ ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ୨ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ଅଧିବେଶନରେ ଆଗତ ପାଇଁ ଏପର୍ଯ୍ୟନ୍ତ କୌଣସି ବିଲ୍ ପ୍ରସ୍ତୁତ ନଥିବାବେଳେ ୧୮ତାରିଖରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ ହେବ। ଗୃହ ପ୍ରଥମଦିନରୁ ଓବିସି ଗଣନାକୁ ନେଇ ସରଗରମ ହେବ ବୋଲି ସୂଚନା ମିଳିଛି। ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ପରେ ଦିବଂଗତ ୭ଜଣ ସଦସ୍ୟ ଓ ଯବାନଙ୍କ ଉଦ୍ଦେଶ୍ୟରେ ଗୃହରେ ଶୋକ ପ୍ରସ୍ତାବ ଆଗତ ହେବ।
ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବଜେଟ୍ ଅଧିବେଶନ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଗୃହରେ ରାଜ୍ୟସ୍ୱାର୍ଥ ସମ୍ବଳିତ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହେବ। ତେବେ ଏପର୍ଯ୍ୟନ୍ତ କୌଣସି ବିଲ୍ ପ୍ରସ୍ତୁତ ନାହିଁ। ଅବଶ୍ୟ ପରବର୍ତ୍ତୀ ସମୟରେ ଗୃହରେ ବିଲ୍ ଆସିବ। ରାଜ୍ୟରେ ଓବିସି ଗଣନା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଥିବାବେଳେ ରାଜ୍ୟ କ୍ୟାବିନେଟରେ ସଂକଳ୍ପ ଗୃହୀତ ହୋଇଛି। ବିଧାନସଭାରେ ମଧ୍ୟ ଓବିସି ଗଣନା ପ୍ରସଙ୍ଗରେ ଅନୁରୂପ ପ୍ରସ୍ତାବ ଆଗତ କରାଯିବ।
ତେବେ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଓବିସି ପ୍ରସଙ୍ଗରେ ଗୃହରେ ଦୁଇଦିନିଆ ଆଲୋଚନା ପାଇଁ ଶାସକ ଦଳ ସଜବାଜ ହେଉଛି । ରାଜ୍ୟରେ ଓବିସି କମିଶନର ପୁର୍ନଗଠନ କରିଥିବା ରାଜ୍ୟ ସରକାର ଏବେ ଓବିସି ଗଣନା ଉପରେ ଗୁରୁତ୍ୱ ଦେଉଛନ୍ତି । ଶାସକ ବିଜେଡି ଏହି ଓବିସି ଗଣନାକୁ ଗୃହରେ ପ୍ରସଙ୍ଗ କରି ନିଜର ଭୋଟବ୍ୟାଙ୍କ ବଢ଼ାଇବାକୁ ଲକ୍ଷ୍ୟ ରଖିଛି । ଗୃହରେ ସର୍ବସମ୍ମତି ପ୍ରସ୍ତାବ ଗୃହୀତ କରି ଓବିସି ଗଣନା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ ଶାସକ ବିଜେଡି ରଣନୀତି ପ୍ରସ୍ତୁତ କରିଛି । ତେବେ ଓବିସି ଗଣନା ପ୍ରସଙ୍ଗକୁ ନେଇ ବିଜେପି ଓ କଂଗ୍ରେସକୁ ମନାଇବା ଶାସକ ବିଜେଡି ପାଇଁ ସେତେଟା ସହଜ ହେବ ନାହିଁ ବୋଲି ଆକଳନ କରାଯାଉଛି। ଏହାବ୍ୟତୀତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ୨୦ବର୍ଷ ସରକାର ପୂରଣ ହେଉଥିବାରୁ ବିଜେଡି ପକ୍ଷରୁ ମଧ୍ୟ ଗୃହରେ ଏକ ଧନ୍ୟବାଦ ପ୍ରସ୍ତାବ ଆସିବାର କାର୍ଯ୍ୟକ୍ରମ ରହିଛି।
ସେହିପରି ଚଳିତ ଅଧିବେଶନରେ ବିଭିନ୍ନ କାର୍ଯ୍ୟକୁ ଟେକ୍ନୋଲୋଜି ମାଧ୍ୟମରେ କରିବା ଉପରେ ବିଧାନସଭା ସଚିବାଳୟ ପକ୍ଷରୁ ଗୁରୁତ୍ୱ ଦିଆଯିବ ଓ ବିଧାୟକମାନଙ୍କୁ ଅନୁରୂପ ଭାବେ ଟୋକ୍ନୋଲୋଜି ଉପଯୋଗ କରିବା ପାଇଁ ପ୍ରୋତ୍ସାହିତ କରାଯିବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ବିଧାନସଭାର ବଜେଟ୍ ଅଧିବେଶନ ୨ଟି ପର୍ଯ୍ୟାୟରେ ଆସନ୍ତାକାଲିଠୁ ଆରମ୍ଭ ହୋଇ ଫେବୃୟାରୀ ୨୬ତାରିଖ ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟରେ ମାର୍ଚ୍ଚ ୧୧ତାରିଖରୁ ଏପ୍ରିଲ ୯ତାରିଖ ପର୍ଯ୍ୟନ୍ତ ଚାଲିବ। ୧୮ତାରିଖରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ମଧ୍ୟ ଆଗତ ହେବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top