Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

୨୫ରୁ ବିଜେପିର ରାଜ୍ୟବ୍ୟାପୀ ଓବିସି ଜାଗରଣ ଅଭିଯାନ

ଭୁବନେଶ୍ୱର(ଓଡ଼ିଶା ୱେୟାର): ଆସନ୍ତା ୨୫ତାରିଖରୁ ବିଜେପି ପକ୍ଷରୁ ରାଜ୍ୟବ୍ୟାପୀ ଓବିସି ଜାଗରଣ ଅଭିଯାନ ଚାଲିବ। ଆଜି ଏନେଇ ଦଳ ପକ୍ଷରୁ ସୂଚନା ଦିଆଯିବା ସହ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାକୁ ଲାଗୁ କରିନଥିବା ଯୋଗୁ ରାଜ୍ୟ ସରକାରଙ୍କୁ ବିଜେପି କଡ଼ା ଭାଷାରେ ସମାଲୋଚନା କରିଛି।

ଭୁବନେଶ୍ୱର(ଓଡ଼ିଶା ୱେୟାର): ଆସନ୍ତା ୨୫ତାରିଖରୁ ବିଜେପି ପକ୍ଷରୁ ରାଜ୍ୟବ୍ୟାପୀ ଓବିସି ଜାଗରଣ ଅଭିଯାନ ଚାଲିବ। ଆଜି ଏନେଇ ଦଳ ପକ୍ଷରୁ ସୂଚନା ଦିଆଯିବା ସହ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାକୁ ଲାଗୁ କରିନଥିବା ଯୋଗୁ ରାଜ୍ୟ ସରକାରଙ୍କୁ ବିଜେପି କଡ଼ା ଭାଷାରେ ସମାଲୋଚନା କରିଛି।
ଆଜି ଦଳର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଐର ଖାରବେଳ ସ୍ୱାଇଁ କହିଛନ୍ତି ଯେ , ମଣ୍ଡଳ କମିଶନଙ୍କ ସୁପାରିଶ ଏବଂ ସୁପ୍ରିମକୋର୍ଟଙ୍କ ଅନୁମୋଦନ ପରେ ପଛୁଆବର୍ଗକୁ ସରକାରୀ ଚାକିରୀ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମଲେଖା ଏବଂ ପଂଚାୟତ ଓ ମୁନିସିପାଲିଟି ନିର୍ବାଚନରେ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ରହିଛି। କେନ୍ଦ୍ରସରକାରଙ୍କ ସମେତ ଦେଶର ଅନେକ ରାଜ୍ୟରେ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେଉଛି। କିନ୍ତୁ ଓଡ଼ିଶାରେ ରାଜ୍ୟସରକାର ସଂରକ୍ଷଣ ବ୍ୟବସ୍ଥାକୁ ପଛୁଆବର୍ଗଙ୍କ ପାଇଁ ଲାଗୁ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସବୁ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକା ରହିବା କଥା ନୁହେଁ। ସ୍ୱାଧୀନତା ପରଠାରୁ ଓଡିଶାରେ ଅନୁସୂଚିତ ଜାତି ଓ ଜନଜାତି ମାନଙ୍କୁ ତାଙ୍କର ଜନସଂଖ୍ୟା ଅନୁସାରେ ରାଜ୍ୟରେ ୩୮.୭୫ ଭାଗ ସଂରକ୍ଷଣ ଦିଆଯାଇଛି। ସମ୍ବିଧାନରେ ନିୟମ ଅନୁଯାୟୀ ଅନୁସୂଚିତ ଜାତି ଓ ଜନଜାତି ମାନଙ୍କୁ ୨୨.୫ ଭାଗ ସଂରକ୍ଷଣ ଦିଆଯିବ। ଆଦିବାସୀମାନଙ୍କୁ ୧୫ ଭାଗ ଏବଂ ଦଳିତ ଆଦିବାସୀମାନଙ୍କୁ ୭.୫ ଭାଗ ସଂରକ୍ଷଣ ଦିଆଯିବ। କିନ୍ତୁ ଓଡ଼ିଶାରେ ରାଜ୍ୟସରକାର ସଂଖ୍ୟା ଅଧିକା ଦେଖାଇ ମୂଳରୁ ୩୮.୭୫ ଭାଗ ସଂରକ୍ଷଣ ଦେଉଛନ୍ତି। ଓଡ଼ିଶାରେ ପାଖାପାଖି ୫୪ ଭାଗ ପଛୁଆ ବର୍ଗ ରହିଛନ୍ତି। ଏହାସତ୍ୱେ ବି ୨୭ ପ୍ରତିଶତ ସଂରକ୍ଷଣ ସେମାନଙ୍କୁ ମିଳୁନାହିଁ । ଯେତେବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହାକୁ କାଟିଦିଆଗଲା ସେତେଳେ ରାଜ୍ୟସରକାର ସୁପ୍ରିମକୋର୍ଟ ଯାଇ ଏହା ବିରୁଦ୍ଧରେ ଚ୍ୟାଲେଞ୍ଚଞ୍ଚ କରିପାରିଥାନ୍ତେ। କିନ୍ତୁ ରାଜ୍ୟସରକାର ତାହା କଲେ ନାହିଁ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।
ଗତ ୩ଦିନ ତଳେ ରାଷ୍ଟ୍ରୀୟ ପଛୁଆ ବର୍ଗ ଆୟୋଗ ଓଡିଶା ଗସ୍ତରେ ଆସିଥିଲେ। ତାଙ୍କୁ ବିଜେପି ପକ୍ଷରୁ ଏ ସମସ୍ତ ଘଟଣା ଜଣାଇବା ପରେ ସେ ଏହି ପ୍ରସଙ୍ଗ ଉଠାଇବାରୁ ହଠାତ୍ ରାତାରାତି ପଛୁଆ ବର୍ଗ କମିଶନ ଘୋଷଣା କରାଯାଇଛି। ରାଜ୍ୟସରକାର ଏବେ ପଛୁଆ ବର୍ଗ କମିଶନ ଘୋଷଣା କଲେ। ପୂର୍ବ କମିଶନଙ୍କ ମୃତ୍ୟୁ ପରେ ୪ ବର୍ଷ ଧରି ଏହି ପଦବୀ ଖାଲି ଥିଲା। ପଛୁଆବର୍ଗ ଅଧ୍ୟକ୍ଷ ନିଯୁକ୍ତି ନେଇ ପୂର୍ବରୁ ଅନେକ ଥର ଦାବି କରାଯାଇଥିଲେ ମଧ୍ୟ ରାଜ୍ୟ ସରକାର ଶୁଣିନଥିଲେ। ପଛୁଆ ବର୍ଗଙ୍କୁ ସୁବିଧା କି ଅଧିକାର ଦେବା ପାଇଁ ଏ ସରକାର ଚାହୁଁ ନାହାଁନ୍ତି। ଏ ସରକାର ପଛୁଆ ବର୍ଗ ବିରୋଧୀ । ସମ୍ବିଧାନର ବ୍ୟବସ୍ଥାକୁ ପଛୁଆ ବର୍ଗଙ୍କୁ ଦେବା ପାଇଁ ସରକାର ଚାହୁଁ ନାହାଁନ୍ତି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।
କର୍ଣ୍ଣାଟକରେ ୭୩ ଭାଗ, ତାମିଲନାଡୁରେ ସଂରକ୍ଷଣ ୬୯ ଭାଗ ଆରକ୍ଷଣର ବ୍ୟବସ୍ଥା ରହିଛି। ଓଡ଼ିଶା ସରକାର ସୁପ୍ରିମକୋର୍ଟ ଯାଇ ଏହି ପ୍ରସଙ୍ଗ ଉଠାଇ ପଛୁଆ ବର୍ଗଙ୍କ ହିତ ଦୃଷ୍ଟିରୁ ସେମାନଙ୍କୁ ଆରକ୍ଷଣ ଯୋଗାଇ ଦିଅନ୍ତୁ। ଓଡ଼ିଶା ହାଇକୋର୍ଟ ୨୭ ପ୍ରତିଶତ ଆରକ୍ଷଣକୁ ଖଣ୍ଡନ କରିବା ସମୟରେ ସରକାରୀ ଓକିଲ କର୍ଣ୍ଣାଟକ ଏବଂ ତାମିଲନାଡୁର ଆରକ୍ଷଣ ବ୍ୟବସ୍ଥା କଥା ଉଠାଇନଥିଲେ।
ପଛୁଆ ବର୍ଗଙ୍କୁ ସମ୍ବିଧାନ ସମ୍ମତ ୨୭ ପ୍ରତିଶତ ଆରକ୍ଷଣ ନିଯୁକ୍ତି କ୍ଷେତ୍ରରେ, ଶିକ୍ଷାନୁଷ୍ଠାନରେ ନାମଲେଖା ଏବଂ ପଂଚାୟତ ଓ ମୁନିସିପାଲିଟି ନିର୍ବାଚନରେ ଦିଆଯାଉ। ପଛୁଆ ବର୍ଗର ହିତ ଚାହୁଁଥିଲେ ରାଜ୍ୟସରକାର ସୁପ୍ରିମକୋର୍ଟ ଶୀଘ୍ର ଯାଆନ୍ତୁ ବୋଲି ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଛନ୍ତି। ଚଳିତ ବିଧାନସଭାରେ ପଛୁଆ ବର୍ଗଙ୍କ ପାଇଁ ଆରକ୍ଷଣ ବ୍ୟବସ୍ଥା ନକଲେ ପେବୃଆରୀ ୨୫ ତାରିଖରୁ ସାରା ରାଜ୍ୟରେ ‘ଓବିସି ଜାଗରଣ ଅଭିଯାନ’ କାର୍ଯ୍ୟକ୍ରମ ଚାଲିବ ବୋଲି ଓବିସି ମୋର୍ଚ୍ଚା ସଭାପତି କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top