Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବଜେଟ୍ ଅଧିବେଶନ

ଭୁବନେଶ୍ୱର(ଓଡ଼ିଶା ୱେୟାର):ରାଜ୍ୟପାଳଙ୍କ ଅଭିଭାଷଣରୁ ବିଧାନସଭାର ବଜେଟ୍ ଅଧିବେଶନର ଆରମ୍ଭ ହୋଇଛି। ରାଜ୍ୟପାଳଙ୍କ ମୁହଁରେ ରାଜ୍ୟ ସରକାର ନିଜର ସଫଳତାର ଲମ୍ବାଚଉଡ଼ା ହିସାବ ରଖିଛନ୍ତି। ଏହାସହିତ ୨୦୨୦-୨୧ ମସିହାରେ ସରକାର କେଉଁ ସବୁ କାର୍ଯ୍ୟକ୍ରମ କରିବେ ତା’ର ମଧ୍ୟ ଆଭାସ ଦେଇଛନ୍ତି।

ଭୁବନେଶ୍ୱର(ଓଡ଼ିଶା ୱେୟାର):ରାଜ୍ୟପାଳଙ୍କ ଅଭିଭାଷଣରୁ ବିଧାନସଭାର ବଜେଟ୍ ଅଧିବେଶନର ଆରମ୍ଭ ହୋଇଛି। ରାଜ୍ୟପାଳଙ୍କ ମୁହଁରେ ରାଜ୍ୟ ସରକାର ନିଜର ସଫଳତାର ଲମ୍ବାଚଉଡ଼ା ହିସାବ ରଖିଛନ୍ତି। ଏହାସହିତ ୨୦୨୦-୨୧ ମସିହାରେ ସରକାର କେଉଁ ସବୁ କାର୍ଯ୍ୟକ୍ରମ କରିବେ ତା’ର ମଧ୍ୟ ଆଭାସ ଦେଇଛନ୍ତି।
ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଆଜି ବିଧାନସଭାରେ ନିଜର ଅଭିଭାଷଣ ରଖି ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟ ଓ ଯୋଜନାକୁ ପ୍ରଶଂସା କରିଛନ୍ତି। ଏହାସହିତ ୨୦୨୦-୨୧ ବର୍ଷରେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚିତ କରିଛନ୍ତି। ରାଜ୍ୟପାଳ କହିଛନ୍ତି ଯେ, ପରାମର୍ଶଭିତ୍ତିକ ପ୍ରଶାସନ ହେଉଛି ବିକାଶ ଯାତ୍ରାର ମୂଳମନ୍ତ୍ର। ‘ଫାଇଭ-ଟି ଓ ମୋ ସରକାର’ ପରି ଅଭିନବ ଉପକ୍ରମ ଦୃଢ଼ ଇଚ୍ଛାଶକ୍ତି ସହ କାର୍ଯ୍ୟକାରୀ ହେଉଛି। ଗାନ୍ଧିଜୀଙ୍କ ଆଦର୍ଶ ଆଧାରିତ ଅନ୍ତ୍ୟୋଦୟ ନୀତି ପ୍ରତି ପ୍ରାଥମିକତା ଦେବା ସହ ଜନକେନ୍ଦ୍ରିକ ଯୋଜନାମାନ ପ୍ରଣୟନ ଓ ରୂପାୟନ କରିବା ଦିଗରେ ତାଙ୍କ ସରକାର ଦୃଢ଼ ପ୍ରତିଶ୍ରୁତିବଦ୍ଧ। ବଜେଟର ବିଶ୍ୱସନୀୟତାର ସୁଧାର ଆଣିବାକୁ ଓ ବର୍ଷ ଶେଷରେ ପାଣ୍ଠି ଫେରସ୍ତ ହ୍ରାସ କରିବା ଦିଗରେ ଆନ୍ତର୍ଜାତିକ ସର୍ବୋତ୍ତ ବ୍ୟବସ୍ଥାକୁ ଭିତ୍ତିକରି ୨୦୨୦-୨୧ରେ ବାର୍ଷିକ ବଜେଟ୍ ପ୍ରସ୍ତୁତ ହୋଇଛି। ସରକାରୀ-ଘରୋଇ ଭାଗିଦାରୀକୁ ଗୁରୁତ୍ୱ ଦେଇ ନୂଆ ପିପିପି ନୀତି ଓ ଏକ ନୂଆ ନିର୍ଦ୍ଦେଶାଳୟ ସୃଷ୍ଟି ହୋଇଛି। ଖାଦ୍ୟ ସୁରକ୍ଷା ଯୋଜନାରେ ୩ କୋଟି ୨୮ଲକ୍ଷ ୫୦ହଜାର ୮୧୬ଜଣ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ୨୦୧୪-୧୫ରୁ ଗ୍ରାମାଞ୍ଚଳ ଗରିବଙ୍କ ।ଇଁ ୨୩ଲକ୍ଷରୁ ଅଧିକ ପକ୍କାଘର ନିର୍ମାଣ କରି ରାଜ୍ୟ ସରକାର ସମଗ୍ର ଦେଶରେ ଅଗ୍ରଣୀ। ୨୦୧୯ ଡିସେମ୍ବର ସୁଦ୍ଧା ବିଭିନ୍ନ ଗ୍ରାମାଞ୍ଚଳ ଗୃହ ନିର୍ମାଣ ଯୋଜନାରେ ୪୦୭୨ କୋଟି ଟଙ୍କା ବ୍ୟୟରେ ୨ଲକ୍ଷ ଗୃହ ନିର୍ମାଣ କାର୍ଯ୍ୟ ହୋଇଛି। ୧୯ଲକ୍ଷ ପରିବାରକୁ କର୍ମନିଯୁକ୍ତି ଓ ଘର ପିଛା ହାରାହାରି ୩୬ଦିନର ଶ୍ରମଦିବସ ସୃଷ୍ଟି ହୋଇଛି। ରାଜ୍ୟରେ ୩୦ଟି କିଶୋରୀ ନ୍ୟାୟ ବୋର୍ଡ କରାଯାଇଛି। ୪୮ଲକ୍ଷ ୩୮ହଜାର ୫୪୮ଜଣଙ୍କୁ ସାମାଜିକ ସୁରକ୍ଷା ପେନସନ ଯୋଗାଇ ଦିଆଯାଇଛି। ଚଳିତବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ୪୧ଲକ୍ଷ ୮୪ହଜାର ୬୯୭ଜଣ ଛାତ୍ରଛାତ୍ରୀଙ୍କୁ ସ୍କୁଲ ୟୁନିଫର୍ମ ଓ ୫ଲକ୍ଷ ୨୫ହଜାର ୧୪୪ଜଣ ଛାତ୍ରଛାତ୍ରୀଙ୍କୁ ସାଇକେଲ ବଣ୍ଟନ କରାଯାଇଛି। ୨୦୦୨-୦୩ରେ ମୋଟ ଋଣ-ଘରୋଇ ଅନୁପାତ ୫୦.୭ ପ୍ରତିଶତ ଥିବାବେଳେ ୨୦୧୮-୧୯ରେ ଏହା ୧୬.୮ ପ୍ରତିଶତକୁ ହ୍ରାସ ପାଇଛି। ୨୦୧୯ ଶେଷ ସୁଦ୍ଧା ନିର୍ମାଣ ଟିକସ ବାବଦରେ ୨୦୪୯.୩୮କୋଟି ଟଙ୍କା ମିଳିଛି। ବୋର୍ଡ ଅଧୀନରେ ୨୯.୧୯ଲକ୍ଷ ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି। ପୁରୀ ଶ୍ରୀମନ୍ଦିରର ପାରିପାଶ୍ୱିର୍କ ବିକାଶ ପାଇଁ ୨୩୦୮କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ଆଉ ୯୦୦କୋଟି ଟଙ୍କାର କାର୍ଯ୍ୟ ଆରମ୍ଭ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଜାଗା ମିଶନରେ ୫୭,୫୫୦ଟି ପିରବାରକୁ ମୂଳବାସିନ୍ଦା ଭିତ୍ତିରେ ଜାଗା ଅଧିକାର ପ୍ରମାଣପତ୍ର ଦିଆଯାଇଛି। ରାଜ୍ୟରେ ୪.୨ଲକ୍ଷ ଏମଏସଏମଇ ଉଦ୍ୟୋଗ ଜରିଆରେ ୨୦ଲକ୍ଷ କୋଟିରୁ ଅଧିକ ପୁଞ୍ଜିନିବେଶ କରାଯାଇ ୧୬ଲକ୍ଷ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ରାଜ୍ୟରେ ଆଇନଶୃଙ୍ଖଳା ଶାନ୍ତିପୂର୍ଣ୍ଣ ରହିଥିବା ରାଜ୍ୟପାଳ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top