Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ଘଟଣା : ଅପହରଣ କରିଥିଲା ରଞ୍ଜନ

କଟକ : ସତ ମାନିଲା ରଞ୍ଜନ । ସେ ହିଁ କରିଥିଲେ ମାନସକୁ ଅପହରଣ । କ୍ରାଇମ୍‌ବ୍ରାଞ୍ଚ ଆଗରେ ସବୁ ସତ ଓଗାଳିଲା ଅଭିଯୁକ୍ତ ରଞ୍ଜନ ନାୟକ । ଅପହରଣ ବେଳେ ସାଥିରେ ଥିଲେ ଶର୍ମିଷ୍ଠା , ଝୁନା ଭୋଇ, ଭାଗ୍ୟଧର ନାୟକ, ନିଲୁ ଓରଫ ବିବେକ ।

ଖବର ଅନୁଯାୟୀ, କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଜେରା କରୁଛି କ୍ରାଇମ୍‌ବ୍ରାଞ୍ଚ । ଏହି ଜେରା ବେଳେ ମାନସଙ୍କୁ ଅପହରଣ କରିଥିବା କଥା କ୍ରାଇମ୍‌ବ୍ରାଞ୍ଚ ଆଗରେ ମାନିଥିଲା ରଞ୍ଜନ । ଏପରିକି ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂପର୍କରେ କ୍ରାଇମବ୍ରାଞ୍ଚକୁ ଜଣାଇଛି । ଅପହରଣ ଦିନ କେଉଁ କେଉଁ ଲୋକ ଉପସ୍ଥିତ ଥିଲେ, କାହା କାର୍‌ରେ ମାନସଙ୍କୁ ଅପହରଣ କରାଯାଇଥିଲା । ସେନେଇ ସମସ୍ତ କଳାଚିଠା ଖୋଲିଛି ରଞ୍ଜନ । ଏହାପରେ ରଞ୍ଜନଙ୍କୁ ନେଇ ଚଣ୍ଡିଖୋଲ ଯାଇଥିଲା କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ।

କ୍ରାଇମବ୍ରାଞ୍ଚ ଟିମ୍‌କୁ ମାନସଙ୍କ ମୋବାଇଲର ଇୟର ଫୋନ୍‌, ଅଧାପୋଡ଼ା ଚପଲ ମିଳିଛି । ଚଣ୍ଡିଖୋଲ ନିକଟ ଦୈତାରୀ-ପାରାଦୀପ ରାସ୍ତା କଡରୁ ମିଳିଛି ଏହି ସମସ୍ତ ପ୍ରମାଣ । ଏପିରିକି ଦୈତାରୀ-ପାରାଦୀପ ରାସ୍ତା କଡ ଵୁଦାରୁ ମିଳିଛି କୋଡି, କୋଦାଳ। ଏହି ସମୟରେ ମାନସକୁ କିଡନାପ କରିଥିବା ମାନିଲା ଅଭିଯୁକ୍ତ ରଞ୍ଜନ ନାୟକ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ପଳାସପୁର ନିକଟରୁ ଶର୍ମିଷ୍ଠାଙ୍କ କାର୍‌ରେ ମାନସଙ୍କୁ କିଡନାପ କରାଯାଇଥିଲା । କିଡନାପ ବେଳେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ସହ , ଝୁନା ଭୋଇ, ଭାଗ୍ୟଧର ନାୟକ , ନିଲୁ ଓରଫ ବିବେକ ସାଙ୍ଗରେ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top