Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଶ୍ରୀଲଙ୍କାରେ ଭୟଙ୍କର ପରିସ୍ଥିତି : ଚାଉଳ କିଲୋ ୫୦୦ ଟଙ୍କା

କଲମ୍ବୋ : ଶ୍ରୀଲଙ୍କାରେ ଏବେ ଉପୁଜିଲାଣି ଭୟଙ୍କର ପରିସ୍ଥିତି। ଖାଇବାକୁ ଖାଦ୍ୟ ନାହିଁ କି ପିଇବାକୁ ପାଣି ନାହିଁ। ଚାଉଳ, ଡ‌ାଲିର ଘୋର ଅଭାବ ସହ ଡିଜେଲ ଟାଙ୍କି ବନ୍ଦ ହୋଇସାରିଲାଣି। ପେଟ୍ରୋଲ ପାଇଁ ଲାଗୁଛି ଲମ୍ବା ଧାଡ଼ି। ରନ୍ଧନ ଗ୍ୟାସ ନାହିଁ ଓ କିରୋସିନ ମିଳୁ ନଥିବା ବେଳେ ଦିନକୁ ୧୦ ଘଣ୍ଟା ବିଜୁଳି କାଟ୍ ହେଉଛି। ଶିଳ୍ପ ଓ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ହୋଇଥିବା ବେଳେ ଲୋକମାନେ ଚାକିରି ହରାଇ ବେକାର ହୋଇପଡ଼ିଛନ୍ତି। ଏହି କାରଣରୁ ଲୋକ ଏବେ ଦେଶ ଛାଡ଼ିବା ଆରମ୍ଭ କରିଦେଇଛନ୍ତି।

ପରିସ୍ଥିତି ଏତେ ଖରାପ ହୋଇଛି ଯେ ଚିନିର ମୂଲ୍ୟ ୨୯୦ଟଙ୍କା ଏବଂ ଚାଉଳ କିଲୋ ୫୦୦ଟଙ୍କାକୁ ବୃଦ୍ଧି ପାଇଛି। ସରକାରୀ ତଥ୍ୟ ଅନୁଯାୟୀ ଶ୍ରୀଲଙ୍କାରେ ମୁଦ୍ରାସ୍ଫୀତି ହାର ୧୭ ପ୍ରତିଶତ ଅତିକ୍ରମ କରିଛି। ସମଗ୍ର ଦକ୍ଷିଣ ଏସିଆର ଯେକୌଣସି ଦେଶରେ ମୁଦ୍ରାସ୍ଫୀତିର ଏହା ସବୁଠାରୁ ଖରାପ ସ୍ତର। ଏହି କାରଣରୁ, ସ୍ୱାଧୀନତା ପରଠାରୁ ଶ୍ରୀଲଙ୍କା ସାମ୍ନାରେ ସବୁଠାରୁ ଗୁରୁତର ସଙ୍କଟ ଦେଖାଦେଇଛି। ବର୍ତ୍ତମାନ ଏହି ଛୋଟ ଦେଶର ଅବସ୍ଥା ଏପରି ହୋଇଛି ଯେ ଲୋକଙ୍କୁ ୧ କପ୍ ଚା’ ପାଇଁ ୧୦୦ଟଙ୍କା ଦେବାକୁ ପଡୁଛି। କେବଳ ଏତିକି ନୁହେଁ, ରୁଟି ଏବଂ କ୍ଷୀର ଭଳି ଜରୁରୀ ଜିନିଷର ମୂଲ୍ୟ ମଧ୍ୟ ଆକାଶ ଛୁଆଁ ହୋଇଛି।
ଖବର ଅନୁଯାୟୀ, ବର୍ତ୍ତମାନ ଶ୍ରୀଲଙ୍କାରେ ଏକ ପ୍ୟାକେଟ ପାଉରୁଟିର ମୂଲ୍ୟ ୧୫୦ଟଙ୍କାକୁ ବୃଦ୍ଧି ପାଇଛି। ଅମୁଲ କିଲୋକୁ ୧୯୭୫ ଟଙ୍କା ହୋଇଥିବା ବେଳେ ଏଲପିଜି ସିଲିଣ୍ଡରର ମୂଲ୍ୟ ୪,୧୧୯ ଟଙ୍କାରେ ପହଞ୍ଚିଛି । ସେହିଭଳି ପେଟ୍ରୋଲ ଲିଟରକୁ ୨୫୪ଟଙ୍କା ଏବଂ ଡିଜେଲ ଲିଟରକୁ ୧୭୬ଟଙ୍କାରେ ବିକ୍ରି ହେଉଛି।
କୁହାଯାଉଛି ଯେ, ସରକାରଙ୍କ ଟିକସ କାଟ୍ ନୀତି ଯୋଗୁଁ ଶ୍ରୀଲଙ୍କାର ଅର୍ଥନୈତିକ ପରିସ୍ଥିତି ସଙ୍କଟ ଭିତରକୁ ଠେଲି ହୋଇଯାଇଥିଲା। ଏହା ସାଙ୍ଗକୁ କୋଭିଡ୍ ସଂକ୍ରମଣ ଏବଂ ଲକଡାଉନ୍ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି। ଅର୍ଥନୀତି ଆଉ ସରକାରଙ୍କ ନିୟନ୍ତ୍ରଣରେ ନାହିଁ। ରାଜସ୍ବର ମୁଖ୍ୟ ସୂତ୍ର କୁହାଯାଉଥିବା ପର୍ଯ୍ୟଟନ ଶିଳ୍ପ ଭୁଶୁଡ଼ି ପଡ଼ିଛି। ବିଦେଶୀ ମୁୁଦ୍ରା ଭଣ୍ଡାର ଖାଲି ପଡ଼ିଥିବାରୁ ଅନେକ ଅତ୍ୟାବଶ୍ୟକ ସାମଗ୍ରୀର ମଧ୍ୟ ଆମଦାନୀ ହୋଇପାରୁ ନାହିଁ। ଅତ୍ୟ‌ାବଶ୍ୟକ ସାମଗ୍ରୀର ଘୋର ଅଭାବ। ଯାହା ମିଳୁଛି, ତାହାର ଦାମ୍ ଆକାଶଛୁଆଁ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top