Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ୟୁକ୍ରେନର ବୋରୋଦିଆଙ୍କାରୁ ଆସୁଛି ଛାତିଥରା ଦୃଶ୍ୟ, ୪୧୦ ସାଧାରଣ ନାଗରିକଙ୍କ ମୃତ୍ୟୁ, ୨୦୦ରୁ ଅଧିକ ଲୋକଙ୍କ ମିଳୁନି ପତ୍ତା

ନୂଆଦିଲ୍ଲୀ : ବୁଚା ନୃସଂଶତାକୁ ଟପିଲା ବୋରୋଦିଆଙ୍କା । ୟୁକ୍ରେନର ବୋରୋଦିଆଙ୍କାରୁ ଆସୁଛି ଛାତିଥରା ଦୃଶ୍ୟ । କିଭର ୪୦ କିଲୋମିଟର ଦୂରରେ ବୋରୋଦିଆଙ୍କା ସମ୍ପୂର୍ଣ୍ଣ ମାଟିରେ ମିଶିଛି । ବୁଚାରୁ ଅଧିକ ବୋରୋଦିଆଙ୍କାରେ ମୃତାହତ ସୂଚନା ଆସୁଛି । ୨୦୦ରୁ ଅଧିକ ଲୋକଙ୍କ ପତ୍ତା ମିଳୁନି। ସେମାନଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ବୁଚାରେ ୪୧୦ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ବୁଚା ପରି ବୋରୋଦିଆଙ୍କା ମଧ୍ୟ ରୁଷ ଦଖଲରେ ଥିଲା । ରୁଷ୍‌ ସେନାର ଯୁଦ୍ଧ ଅପରାଧର ଆଉ ଏକ ଘୃଣ୍ୟ ଚିତ୍ର । ଏଠି ବି ଭୟାନକ ନରସଂହାର କରିଛି ରୁଷ୍‌ ସେନା। ପୁଣି ଥରେ ସ୍ତବ୍ଧ ହୋଇଛି ବିଶ୍ୱ ।
ୟୁକ୍ରେନର ବିଭିନ୍ନ ସ୍ଥାନରେ ଜାରି ରହିଥିବା ବେଳେ ମଙ୍ଗଳବାର ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ଜାତିସଂଘ ସୁରକ୍ଷା ପରିଷଦକୁ ଉଦ୍ ବୋଧନ ଦେଇ ରୁଷ୍ ବର୍ବରତାକୁ କଡ଼ା ନିନ୍ଦା କରିଥିଲେ । ସେ କହିଥିଲେ ଯେ, ରୁଷ୍ ଆମକୁ ଚାକର ଭଳି ରଖିବାକୁ ଯୋଜନା କରିଛି ଏବଂ ଏଥିପାଇଁ ଅତ୍ୟନ୍ତ ଅମାନବୀୟ ଭାବେ ଆକ୍ରମଣ ଜାରି ରଖିଛି। ଏ ପର୍ଯ୍ୟନ୍ତ ରୁଷ୍ ସେନାର ବର୍ବରତାରେ ବିଶ୍ବ ସ୍ତବ୍ଧ ଥିବା ବେଳେ ଆଗକୁ ବିଭିନ୍ନ ସହରରେ ରୁଷ୍ ସେନା କରିଥିବା ଅଧିକ ବର୍ବରତାର ପ୍ରମାଣ ସାମ୍ନାକୁ ଆସିବ। ରୁଷ୍ ର ଏଭଳି ବର୍ବରତା ପାଇଁ ତୁରନ୍ତ ଏହାକୁ ଜାତିସଂଘ ନିରାପତ୍ତା ପରିଷଦରୁ ବହିଷ୍କାର କରିବା ପାଇଁ ଜେଲେନସ୍କି ଦାବି କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top