Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଓଡ଼ିଶାରେ କରୋନାର ୩ୟ ଲହର ସଂକ୍ରମଣ ଆଶଙ୍କା କମ୍‌: ‘ସୂତ୍ର’

ଭୁବନେଶ୍ୱର (ଓଡ଼ିଶା ଓ୍ବେୟାର): ଓଡ଼ିଶାରେ କରୋନାର ୩ୟ ଲହର ସଂକ୍ରମଣ ଆଶଙ୍କା କମ୍‌ । କରୋନାର ୩ୟ ଲହରକୁ ନେଇ ଏଭଳି ପୂର୍ବାନୁମାନ କରିଛି ଆଇଆଇଟି କାନପୁର ‘ସୂତ୍ର’ ମଡେଲ । କରୋନାର ଯଦି କୌଣସି ନୂତନ ଭାରିଏଣ୍ଟ ନଆସେ ତାହଲେ ଦୈନିକ ସଂକ୍ରମଣ ୨ହଜାର ମଧ୍ୟରେ ରହିପାରେ । ସେପ୍ଟେମ୍ବରରୁ ସଂକ୍ରମଣ ବଢିବା ସହିତ ଅକ୍ଟୋବର ଶେଷ ଆଡକୁ ପୁଣି ଖସି ଆସିବ । ମୋଟାମୋଟି ଭାବେ ମାସେ କିମ୍ବା ଦେଢମାସ ରହିପାରେ କରୋନା ।
ଟିକାକରଣରେ ଓଡ଼ିଶା ବେଶ ଆଗୁଆ ରହିଛି । ତେଣୁ ୩ୟ ଲହରର ପ୍ରଭାବ ଏତେଟା ରହିବନି । ରାଜ୍ୟରେ ଯଦି କଟକଣା କୋହଳ ହୁଏ,ତେବେ ସଂକ୍ରମଣ ବଢିବା ଆଶଙ୍କା ରହିଛି । ଅନ୍ୟପଟେ ଯଦି ଡେଲଟା କିମ୍ବା ଡେଲଟା ପ୍ଲସ ଭାରିଆଣ୍ଟ ଆସେ, ତେବେ ସଂକ୍ରମଣ ବଢିବ । ଏପରିକି ଦୈନିକ ସଂକ୍ରମଣ ୫ହଜାର ପାର କରିବ । ତେବେ ୨ୟ ଲହର ଭଳି ଏତେଟୋ ଘାତକ ହେବ ନାହିଁ । ଫଳରେ ମୃତ୍ୟୁସଂଖ୍ୟା ମଧ୍ୟ କମ ରହିବ । ଯଦି ସବୁ ଠିକଠାକ ରୁହେ, ରାଜ୍ୟ ସମେତ ଦେଶରେ ସଂକ୍ରମଣ ଏତେଟା ଅଧିକ ହେବ ନାହିଁ ବୋଲି ପ୍ରଫେସର ମନୀନ୍ଦ୍ର ଅଗ୍ରଓ୍ଵାଲ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top