ଭୁବନେଶ୍ୱର: ଆସନ୍ତା ମାସ ୧୧ ତାରିଖରେ କଲେଜ ଛାତ୍ର ସଂସଦ ପାଇଁ ଭୋଟଗ୍ରହଣ ଅନୁଷ୍ଠିତ ହେବ।ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଅକ୍ଟୋବର ୧ ତରିଖରେ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇ।୩ତାରିଖରେ ନାମାଙ୍କନପତ୍ର ଦାଖଲ କରାଯିବ।
ସେହିଦିନ ପ୍ରାର୍ଥୀପତ୍ର ଯାଂଚ ହେବ।୪ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ପରେ ପ୍ରାର୍ଥୀ ତାଲିକା ଘୋଷଣା ହେବ ।୧୦ତାରିଖରେ ହ୍ୱାଟ୍ ଆଇ ଷ୍ଟାଣ୍ଡ ଫର୍ ବୈଠକ ହେବ ।୧୧ ତାରିଖରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ ଓ ଉକ୍ତଦିନ ଫଳାଫଳ ଘୋଷଣା ହେବ।ଏହାପରେ କଲେଜ ଦଶହରା ଛୁଟି ଯୋଗୁ ବନ୍ଦ ରହିବ ବୋଲି ସୂଚନା ମିଳିଛି।


