Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

୧୦ରେ ରାଜ୍ୟର ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବ କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ୱେୟାର): – ରାଜ୍ୟରେ ମହିଳାମାନଙ୍କ ପ୍ରତି ଅତ୍ୟାଚାର ହୁହୁ ହୋଇ ବଢ଼ିଚାଲିଛି। ବିଗତ ୮ ମାସ ଭିତରେ ରାଜ୍ୟରେ ମହିଳାଙ୍କ ପ୍ରତି ପାଶବିକ ଅତ୍ୟାଚାର ଏତେ ମାତ୍ରାରେ ବଢ଼ିଚାଲିଛି ଯେ ଏବେ ଦିନରେ ଜଣେ ଏକାକୀ ମହିଳା ବାଟରେ ଯିବାକୁ ଡରୁଛି ବୋଲି ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉଦବେଗ ପ୍ରକାଶ କରି ଭୁବନେଶ୍ୱର ଜିଲ୍ଲା ପ୍ରଭାରୀ ନବଜ୍ୟୋତି ପଟ୍ଟନାୟକ କହିଛନ୍ତି। ଏହାର ପ୍ରତିବାଦରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶରେ ସାରା ରାଜ୍ୟରେ ଆସନ୍ତା ମାର୍ଚ୍ଚ ୧୦ ତାରିଖ ଦିନ ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ କରାଯିବା ସହ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯିବ

ସେ କହିଛନ୍ତି ମା କୁ ସମ୍ମାନ , ବେଟି ପଢାଓ,ବେଟି ବଚାଓ କେବଳ ନାରାରେ ରହିଗଲା।ଦୀର୍ଘ ୨୫ ବର୍ଷର ପୂର୍ବ ସରକାରରେ ପରି ଠୁଁ ଆରମ୍ଭ କରି ବେବିନା , ମାଧାବିଲତା,ମମିତା ଏବଂ କୁନ୍ଦୁଲି ପୀଡ଼ିତା ଭଳି ବହୁ ମହିଳା ନିର୍ଯ୍ୟାତିତ ହୋଇଛନ୍ତି।କେହି ନ୍ୟାୟ ପାଇଲେ ନାହିଁ।ସାଧାରଣ ଜନତା ଭାବିଥିଲେ ସରକାର ବଦଳିବା ପରେ ମହିଳାଙ୍କ ପ୍ରତି ଅତ୍ୟାଚାର ହ୍ରାସ ପାଇବ କିନ୍ତୁ ପରବର୍ତ୍ତୀ ସମୟରେ ବିଜେପି ସରକାର ଆସିବା ପରେ ମହିଳାଙ୍କ ପ୍ରତି ଅତ୍ୟାଚାର,ବ୍ୟଭିଚାର,ଗଣଦୁଷ୍କ୍ରମ୍,ମହିଳା ନିଖୋଜ ହେବା ଘଟଣା ସାରା ଦେଶରେ ରେକର୍ଡ ସୃଷ୍ଠି କରିଛି।
ଓଡ଼ିଶା ଆଜି ସାରା ଦେଶରେ ମହିଳା ଅତ୍ୟାଚାର କ୍ଷେତ୍ରରେ ଚତୁର୍ଥ ସ୍ଥାନ ଅଧିକାର କରିଛି। ତାଙ୍କ ପ୍ରତି ହେଉଥୁବା ଅତ୍ୟାଚାର ଅତ୍ୟନ୍ତ ଜଘନ୍ୟ। ଏଭଳି ସଂଗୀନ ଅପରାଧ ଘଟାଉଥିବା ଅପାରାଧ୍ ମାନଙ୍କ ପ୍ରତି ରାଜ୍ୟ ସରକାର ଯେଉଁ କୋଠର କାର୍ଯ୍ୟାନୁଷ୍ଠାନ ନେବା କଥା ତାହା ନେଉନାହାନ୍ତି। ଫଳରେ ଅପରାଧୂମାନଙ୍କ ମନରେ ଭୟ ନାହିଁ, ଆଇନ ପ୍ରତି ସମ୍ମାନ ନାହିଁ ।
ସେ ଆହୁରି କହିଥିଲେ ଆସନ୍ତାକାଲି ଆନ୍ତର୍ଜାତୀୟ ମହିଳା ଦିବସ। ପ୍ରତିବର୍ଷ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମହିଳାଙ୍କ ସୁରକ୍ଷା,ମା କୁ ସମ୍ମାନ,ବେଟି ବଚାଓ,ବେଟି ପଢ଼ାଓ ର ବାର୍ତ୍ତା ଦେଉଛନ୍ତି କେବଳ ନାରା ହୋଇ ରହିଗଲା। କିନ୍ତୁ ବାସ୍ତବରେ ତାହା ସଂପୂର୍ଣ୍ଣ ଓଲଟା।

ସେହିପରି ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ କହିଥିଲେ ଯେ ଓଡ଼ିଶା ଆଜି ସାରା ଦେଶରେ ମହିଳାମାନଙ୍କ ସୁରକ୍ଷା ପ୍ରଦାନ କ୍ଷେତ୍ରରେ ସଂପୂର୍ଣରୂପେ ବିଫଳ ହୋଇଛି।ସେ କହିଥିଲେ ଯେ ରାଜ୍ୟର ଆଦିବାସୀ,ଦଳିତ ଛାତ୍ରୀମାନଙ୍କୁ ଯେଉଁଭଳି ଭାବେ ଧର୍ଷଣ କରିବା ସହିତ ଗର୍ଭବତୀ ହେଉଛନ୍ତି ତାହା ଅତ୍ୟନ୍ତ ଚିନ୍ତାର ବିଷୟ।

ଅନୁରୂପ ଭାବେ ରାଜ୍ୟ ଆଜି ଏକ ଅପରାଧ ପ୍ରବଣ ରାଜ୍ୟରୂପେ ସାରା ଦେଶରେ ପରିଗଣିତ ହୋଇଛି। ଏହା ପ୍ରତ୍ୟେକ ଓଡ଼ିଆ ପ୍ରତି ଘୋର ଅପମାନ । ଏହା ଆମ ଅସ୍ମିତା ପ୍ରତି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ପିସିସି ମୁଖପାତ୍ର ରଜନୀ କୁମାର ମହାନ୍ତି କହିଛନ୍ତି।ସେ କହିଛନ୍ତି ଡବଲ ଇଞ୍ଜିନ ପ୍ରଥମ ସଫଳତା ହେଉଛି ମହିଳା ଅତ୍ୟାଚାର ରାଜ୍ୟରେ ଡବଲ ହେବା।

ଏହି ଅବସରରେ ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ୍ ଦାଶ, ବିଧାୟକ ପାର୍ଥି ପ୍ରଶାନ୍ତ ଚମ୍ପତି,ଅଶୋକ ଦାଶ,ପ୍ରକାଶ ଜେନା,ଗୀତାଞ୍ଜଳି ମହାନ୍ତି,ମନିଷା ଦାଶ ପଟ୍ଟନାୟକ,ପ୍ରାଚୀ ରାଉତରାୟ,କୁସୁମ ପ୍ରଧାନ, ସ୍ନେହା ଜେନା,ସୁବ୍ରତ ମହାପାତ୍ର,ମିହିର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top