Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ରାଜ୍ୟରେ ସୁଧୁରୁଛି ସଂକ୍ରମିତଙ୍କ ସ୍ଥିତି, ମାତ୍ର ୪ ଜିଲ୍ଲା ରେଡ୍‌ଜୋନରେ

ଭୁବନେଶ୍ୱର(ଓଡ଼ିଶା ୱେୟାର):ସାମୁହିକ ଟିକାକରଣ ଓ ଲକଡାଉନ୍ ଏବଂ ଶଟଡାଉନ୍ କଟକଣା ଯୋଗୁ ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ରାଜ୍ୟରେ ଆଜି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୧ହଜାରରୁ ଅଧିକ ଥିବାବେଳେ ମାତ୍ର ୪ଟି ଜିଲ୍ଲା ରେଡ୍ ଜୋନରେ ରହିଛି। ଏବେ ଏକ ହଜାର ସକ୍ରିୟ ସଂକ୍ରମିତଙ୍କ ପରିବର୍ତ୍ତେ ଅଢ଼େଇ ହଜାରରୁ ଅଧିକ ସକ୍ରିୟ ସଂକ୍ରମିତ ଥିବା ଜିଲ୍ଲାକୁ ସରକାର ରେଡ୍ ଜୋନ୍ ଭାବେ ଘୋଷଣା କରିଛନ୍ତି।
ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଆଜି ୩୪୦୫ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମୋଟ ୪୪୩୦୫ ଜଣ ସକ୍ରିୟ ସଂକ୍ରମିତ ଏବେ ଚିକିତ୍ସିତ ହେଉଛନ୍ତି। ଆରମ୍ଭରୁ ଗତକାଲି ମଧ୍ୟରାତ୍ରି ସୁଦ୍ଧା ରାଜ୍ୟରେ ମୋଟ ୮ଲକ୍ଷ ୫୯ହଜାର ୫୨୬ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ୮.୧୧ଲକ୍ଷ ସୁସ୍ଥ ହୋଇସାରିଛନ୍ତି। ରାଜ୍ୟରେ ସଂକ୍ରମିତଙ୍କ ମଧ୍ୟରେ ସର୍ବାଧିକ ୪.୫୭ଲକ୍ଷ ହେଉଛନ୍ତି ୧୫ରୁ ୪୦ବର୍ଷ ବୟସର। ରାଜ୍ୟର ୦ରୁ ୧୪ବର୍ଷ ବୟସର ୪୪୫୬୪ଜଣ ଶିଶୁ ଏପର୍ଯ୍ୟନ୍ତ କରୋନା ସଂକ୍ରମିତ ହୋଇଛନ୍ତି। ରାଜ୍ୟରେ ଖୋର୍ଦ୍ଧା ୬୫୬୩ ଜଣ,କଟକରେ ୩୯୧୫ଜଣ, ଯାଜପୁରରେ ୩୫୬୧ଜଣ ଓ ବାଲେଶ୍ୱରରେ ୩୧୭୧ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ଏହି ସବୁ ଜିଲ୍ଲା ରେଡ୍ ଜୋନରେ ରହିଛି। ଅନ୍ୟ ୧୧ଟି ଜିଲ୍ଲାରେ କରୋନା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଏକ ହଜାରରୁ ଅଧିକ ରହିଛି।
ଅନ୍ୟପକ୍ଷରେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,ଟେଷ୍ଟିଂ, ଟ୍ରାକିଂ ଓ ଆଇସୋଲେସନ ସହ ଘରକୁ ଘର ସର୍ଭେ କରାଯାଉଛି । ହସ୍ପିଟାଲ ଉପରୁ ଧିରେ ଧିରେ ଚାପ କମୁଛି। ପର୍ଯ୍ୟାପ୍ତ ପରିମାଣର ବେଡ୍ ରହିଛି। ଆଇସିୟୁ ଓ ଭେଣ୍ଟିଲେଟରରେ ୫୬ପ୍ରତିଶତ ରୋଗୀ ଅଛନ୍ତି। ସାଧାରଣ ବେଡର ବ୍ୟବହାର ବହୁତ କମିଛି। ଯେଉଁଠି ଅଧିକ ସଂକ୍ରମିତ ବାହାରୁଛନ୍ତି ସେଠାରେ ସର୍ଭେଲାନ୍ସ କରାଯାଉଛି। ଅଧିକ ଟେଷ୍ଟ କରି ଆଇସୋଲେନ୍ କରାଯାଉଛି । ପଜେଟିଭ ହାର ଅଧିକ ଥିବା ଜିଲ୍ଲାରେ ସମାନ ପ୍ରଣାଳୀ ଉପଯୋଗ କରାଯାଉଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top