Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ସ୍ୱାଦିଷ୍ଟ ଭେଜ କବାବ ବ୍ରେଡ ପକୋଡା

ବ୍ରେଡ ପକୋଡା ତ ଆପଣ ଅନେକ ଥର ଖାଇଥିବେ । କିନ୍ତୁ କେବେ ଭିତରେ କବାବ ଥିବା ବ୍ରେଡ ପକୋଡା ଖାଇଛନ୍ତିକି । ଯଦି ଖାଇନାହାନ୍ତି କେବେ ଚାଖିନାହାନ୍ତି ତେବେ ଥରେ ଟ୍ରାଏ କରି ନିଅନ୍ତୁ ।

ଆବଶ୍ୟକ ସାମଗ୍ରୀ

ବେସନ- ଦେଢ଼ କପ
ଲୁଣ- ଗୋଟେ ଚାମଚ
ଲଙ୍କା ଗୁଣ୍ଡ- ଗୋଟେ ଚାମଚ
ହଳଦୀ ଗୁଣ୍ଡ- ଅଧା ଚାମଚ
ବେକିଙ୍ଗ ପାଉଡର- ଅଧା ଚାମଚ
ଆବଶ୍ୟକତା ଅନୁସାରେ ପାଣି
ପୁର ପାଇଁ- ପିଆଜ ଗୋଟେ
ଗାଜର- ଗୋଟେ
ବନ୍ଧା କୋବି- ଅଧା କପ
କ୍ୟାପ୍ସିକମ- ଅଧା କପ
ମେୟୋନିଜ ସସ – ଗୋଟେ କପ
ବ୍ରେଡ ପିସ- ଆବଶ୍ୟକତା ଅନୁସାରେ
କୋଟିଙ୍ଗ ପାଇଁ ସାମଗ୍ରୀ
ଭେଜିଟେବଲ ଫିଲିଙ୍ଗ ପାଇଁ
ଛାଣିବା ପାଇଁ ତେଲ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଗୋଟେ ପାତ୍ରରେ ବେସନ, ଲୁଣ, ଲଙ୍କା ଗୁଣ୍ଡ, ବେକିଙ୍ଗ ସୋଡା଼ ଆଦିକୁ ଗୋଳାଇ ଦିଅନ୍ତୁ ।
ଏବେ ସେଥିରେ ଅଳ୍ପ ପାଣି ଦେଇ ବହଳିଆ ଏକ ପେଷ୍ଟ ତିଆରି କରନ୍ତୁ ।
ଏବେ ଆଉ ଏକ ପାତ୍ରରେ ପିଆଜ, ଗାଜର, ବନ୍ଧା କୋବି, କ୍ୟାପ୍ସିକମ ଆଦି ପରିବା ଆଦିକୁ ଟିକି ଟିକି କାଟି ଗୋଳାଇ ଦିଅନ୍ତୁ ।
ସେଗୁଡିକୁ କଡେଇରେ ଅଳ୍ପ ଟିକେ ଭାଜି ଦିଅନ୍ତୁ ।
ଏବେ ହାତରେ ଖଣ୍ଡେ ବ୍ରେଡ ନିଅନ୍ତୁ । ସେଥିରେ ପରିବା ଫିଲିଙ୍ଗ ଦିଅନ୍ତୁ । ଆଉ ଖଣ୍ଡେ ବ୍ରେଡକୁ ଗୁଡ଼ାଇ ଦିଅନ୍ତୁ ।
ତିନି କୋଣିଆ କରି କାଟି ଦିଅନ୍ତୁ ।
ଏବେ ସେହି ବ୍ରେଡକୁ କୋଟିଙ୍ଗ ମିକଶ୍ଚରରେ ବୁଡ଼ନ୍ତୁ ।
ତେଲରେ ଛାଣି ଦିଅନ୍ତୁ |
ଏବେ ଟମାଟୋ ସସ କିମ୍ବା ଲଙ୍କା ସସ ସହିତ ଅନ୍ୟ ମାନଙ୍କୁ ପରସନ୍ତୁ |

Click to comment

Leave a Reply

Your email address will not be published. Required fields are marked *

Most Popular

To Top