Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବିକେ ଶର୍ମାଙ୍କୁ କ୍ଲିନଚିଟ୍‌, ଅକ୍ଟୋବରରେ ନେବେ ଅବସର!

ଭୁବନେଶ୍ୱର(ଓଡ଼ିଶା ୱେୟାର): ଓଡ଼ିଶା ପ୍ରିଂଣ୍ଟିଂ ଓ ପବ୍ଲିକେସନ୍ ନିର୍ଦ୍ଦେଶକ ତଥା ୧୯୮୬ ବ୍ୟାଚ୍ ବରିଷ୍ଠ ଆଇପିଏସ୍ ବିକେ ଶର୍ମା ଚଳିତବର୍ଷ ଅକ୍ଟୋବର ୩୧ତାରିଖରେ ସରକାରୀ ଚାକିରିରୁ ଅବସର ନେବା ପାଇଁ ରାଜ୍ୟ ସରକାର ଅନମୁତି ଦେଇଛନ୍ତି । ଶ୍ରୀ ଶର୍ମା ଅକ୍ଟୋବର ମାସରେ ୬୦ବର୍ଷ ବୟସରେ ଉପନୀତ ହେଉଥିବାରୁ ତାଙ୍କୁ ସରକାରୀ ଚାକିରିରୁ ଅବସର ନେବାକୁ ଗୃହ ବିଭାଗ ମଙ୍ଗଳବାର ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛି । ଏହାସହିତ ରାଜ୍ୟ ଅଗ୍ନିଶମ ବାହିନୀର ଡିଜି ଭାବେ ଶ୍ରୀ ଶର୍ମାଙ୍କ କାର୍ଯ୍ୟକାଳରେ ହୋଇଥିବା ଅନିୟମିତତାର ତଦନ୍ତ ପାଇଁ ସରକାର ଗଢ଼ିଥିବା ୩ଜଣିଆ କମିଟି ତାଙ୍କୁ କ୍ଲିନଚିଟ୍ ଦେଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, ଶ୍ରୀ ଶର୍ମାଙ୍କୁ ୨୦୧୯ ନଭେମ୍ବର ୨୦ତାରିଖରେ ନାଟକୀୟ ଢଙ୍ଗରେ ପୁଲିସ ଡିଜି ପଦବୀରୁ ହଟାଇ ଦେଇ ରାଜ୍ୟ ସରକାର ତାଙ୍କ ବିରୁଦ୍ଧରେ ଅଗ୍ନିଶମ ସାର୍ଟିଫିକେଟ୍ ପ୍ରଦାନକୁ ନେଇ ବ୍ୟାପକ ଅନିୟମିତତାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ୨୦୧୭ ନଭେମ୍ବର ୧ରୁ ୨୦୧୯ ଅକ୍ଟୋବର ମାସ ପର୍ଯ୍ୟନ୍ତ ଶ୍ରୀ ଶର୍ମା ଅଗ୍ନିଶମ ବାହିନୀର ମୁଖ୍ୟ ଭାବେ ଅଗ୍ନିଶମ ସାର୍ଟିଫିକେଟ୍ ପ୍ରଦାନରେ ବ୍ୟାପକ ଅନିୟମିତତା କରିଥିବାର ଅଭିଯୋଗ ଆଣି ତା’ର ତଦନ୍ତ ପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ସରକାର ୩ଜଣିଆ କମିଟି ଗଠନ କରିଥିଲେ । କମିଟିରେ ତତ୍କାଳୀନ ଉନ୍ନୟନ କମିଶନର ଓ ଗୃହ ସଚିବ ମଧ୍ୟ ସଦସ୍ୟ ଥିଲେ । ଏହି କମିଟି କେବେ ବୈଠକ କଲା ଓ କ’ଣ ରିପୋର୍ଟ ଦେଲା ତା’ର କେହି ଟେର ପାଇଲେନି । ଏପରିକି ଗୃହ ବିଭାଗର ଆଇପିଏସ୍ ସେକ୍ସନରେ ମଧ୍ୟ ଶ୍ରୀ ଶର୍ମାଙ୍କ ବିରୁଦ୍ଧରେ ହୋଇଥିବା ତଦନ୍ତର କୌଣସି ରେକର୍ଡ ବି ନଥିବା ଜଣାପଡ଼ିଛି । ଶ୍ରୀ ଶର୍ମାଙ୍କୁ ୨୦୧୯ ନଭେମ୍ବର ମାସରୁ ପ୍ରାୟ ୧୩ମାସ ଧରି ଗୃହ ବିଭାଗର ଓଏସଡି କରି ଘରେ ବସାଇ ରଖିବା ପରେ ରାଜ୍ୟ ସରକାର ପ୍ରିଣ୍ଟିଂ ପ୍ରେସ୍ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି । ଏବେ ସେ ଏହି ପଦବୀରେ କାର୍ଯ୍ୟ କରୁଥିବାବେଳେ ଗୃହ ବିଭାଗ ଏପ୍ରିଲ ୧୮ ଓ ୧୯ତାରିଖରେ ଦୁଇଟି ସମାନ ବିଜ୍ଞପ୍ତି ଜାରି କରି ତାଙ୍କୁ ୨୦୨୨ ଅକ୍ଟୋବର ୩୧ତାରିଖରେ ସରକାରୀ ଚାକିରିରୁ ଅବସର ନେବାକୁ ଅନୁମତି ଦେଇଛି । ଶ୍ରୀ ଶର୍ମା ଅକ୍ଟୋବର ମାସରେ ୬୦ବର୍ଷ ବୟସର ହେଉଥିବାରୁ ତାଙ୍କୁ ସରକାରୀ ଚାକିରିରୁ ଅବସର ନେବାକୁ ପଡ଼ିବ । ତାଙ୍କୁ ଏହି ଅନୁମତି ଦେଇ ଗୃହ ବିଭାଗ ତାଙ୍କ ବିରୁଦ୍ଧରେ ଥିବା ଅନିୟମିତତାର ତଦନ୍ତ ଫାଇଲ୍ ଯେ ବନ୍ଦ ହୋଇଯାଇଛି ତାହା ପରୋକ୍ଷରେ ସୂଚନା ଦେଇଛି ।
ଗୃହ ବିଭାଗର ତଥ୍ୟ ଅନୁସାରେ, ଶ୍ରୀ ଶର୍ମାଙ୍କୁ ଫୁଲଟାଇମ୍ ପୁଲିସ ଡିଜି ନକରାଇ ଦେବା ନିମନ୍ତେ ରାଜ୍ୟ ସରକାର ଯେଉଁ ଆଳ ଦେଖାଇଥିଲେ ଓ ତାଙ୍କ ଉପରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ନେଇଥିଲେ ସେଥିରେ କ’ଣ ସତ୍ୟତା ରହିଛି ତାହା ସର୍ବସାଧାରଣକୁ ଆସିପାରିଲା ନାହିଁ କିମ୍ବା ତଦନ୍ତକାରୀ କମିଟି ମଧ୍ୟ ଏନେଇ ନିରବ ରହିଛନ୍ତି । ଓଡ଼ିଶା ଅଗ୍ନି ନିବାରଣ ଓ ଅଗ୍ନି ନିରାପତ୍ତା ଆଇନ-୨୦୧୭କୁ କାର୍ଯ୍ୟକାରୀ କରାଯିବା ପରେ ସୁଉଚ୍ଚ କୋଠା, ସ୍ୱାସ୍ଥ୍ୟ ପ୍ରତିଷ୍ଠାନ, କ୍ଲିନିକ, ସପିଂ ମଲ୍ ଓ ସିନେମା ହଲ୍ ଆଦିଗୁଡ଼ିକରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ ହୋଇଥିଲା । ଶ୍ରୀ ଶର୍ମା ୨୦୧୭ ନଭେମ୍ବରରୁ ୨୦୧୯ ନଭେମ୍ବର ପର୍ଯ୍ୟନ୍ତ ଅଗ୍ନିଶମ ବାହିନୀର ଡିଜି ଭାବେ କାର୍ଯ୍ୟ କରିଥିଲେ । ତାଙ୍କ କାର୍ଯ୍ୟକାଳରେ ଏହି ଆଇନର ରୁଲସ-୯ ଅନୁସାରେ ୨୦୧୮-୧୯ ଆର୍ଥିକ ବର୍ଷରେ ବିଭିନ୍ନ କୋଠାର ତଦାରଖ କରାଯାଇ ୯୦ଟି ଉଚ୍ଚକୋଠାକୁ ଅଗ୍ନିଶମ ନିରାପତ୍ତା ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲାବେଳେ ୧୩୨ଟି କୋଠା ତିଆରି ସମୟରେ ଅଗ୍ନିଶମ ସାର୍ଟିଫିକେଟ୍ ନିମନ୍ତେ ହାସଲ କରିଥିଲେ । ସେହିପରି ଅଗ୍ନିଶମ ବିଭାଗ ୨୦୧୯-୨୦ ଆର୍ଥିକ ବର୍ଷରେ ମୋଟ ୮୮୫ଟି ଉଚ୍ଚକୋଠାର ତଦାରଖ କରିବା ସହ ୨୩୮ଟି କୋଠାକୁ ଅଗ୍ନିନିରାପତ୍ତା ସାର୍ଟିଫିକେଟ୍ ଦେଇଥିଲା । ବାକି ୨୩୨ଟି କୋଠା ନିର୍ମାଣ ସମୟରେ ଏହି ସାର୍ଟିଫିକେଟ୍ ହାସଲ କରିଥିଲେ । ଅଗ୍ନି ନିରାପତ୍ତା ଆଇନ କାର୍ଯ୍ୟକାରୀ ହେବାର ମାତ୍ର ବର୍ଷକ ମଧ୍ୟରେ ଶ୍ରୀ ଶର୍ମାଙ୍କ ନେତୃତ୍ୱରେ ବିଭାଗ ଦକ୍ଷତାର ସହ ତାକୁ କାର୍ଯ୍ୟକାରୀ କରିଥିବାବେଳେ ଶିଳ୍ପ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ମେଡିକାଲ ଓ ଅନ୍ୟାନ୍ୟ ଉଚ୍ଚକୋଠାକୁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ପ୍ରଦାନ ପାଇଁ ଆବେଦନଗୁଡ଼ିକ ଉପରେ ନିଷ୍ପତ୍ତି ନେବାରେ ବିଳମ୍ବ ଓ ଅନିୟମିତତା ଦର୍ଶାଇ ଶ୍ରୀ ଶର୍ମାଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ କରାଯାଇଥିଲା । ତାଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଏକରକମ୍ ଉଦ୍ୟମ କରାଯାଇଥିଲା । ଅବଶ୍ୟ ଶ୍ରୀ ଶର୍ମାଙ୍କ ଭଳି ଦକ୍ଷ ଅଫିସରଙ୍କ ପାଇଁ ଏହା ଓଡ଼ିଶା ସରକାରଙ୍କ ଏକପ୍ରକାରର ପୁରସ୍କାର ଥିଲା । କାରଣ ବହୁଚର୍ଚ୍ଚିତ ଚିଟଫଣ୍ଡ ଦୁର୍ନୀତି ଗରିବ ଲୋକଙ୍କ ଜମାପୁଞ୍ଜି ହଡ଼ପ କରିଥିବା ଲୋକଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ କ୍ରାଇମବ୍ରାଂଚ ମୁଖ୍ୟ ଭାବେ ଶ୍ରୀ ଶର୍ମା ସେତେବେଳେ ରାଜ୍ୟର ବିଜେଡି ସରକାରଙ୍କୁ ସୁହାଇବା ଭଳି କାର୍ଯ୍ୟ କରି ପ୍ରିୟପାତ୍ର ହେବାକୁ ଉଦ୍ୟମ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top