Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଡିଏଫଓଙ୍କୁ କ୍ଲିନଚିଟ , ସୌମ୍ୟଙ୍କ ମୃତ୍ୟୁ ଦୁର୍ଘଟଣାଜନିତ

ଭୁବନେଶ୍ବର,(ଓଡ଼ିଶା ୱେୟାର): ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଏକ ବଡ଼ ଖୁଲାସା କରିଛି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ଏଡ଼ିଜି ସଞ୍ଜିବ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ସୌମ୍ୟଙ୍କ ମୃତ୍ୟୁ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିଛନ୍ତି। କ୍ରାଇମବ୍ରାଞ୍ଚ କହିଛି କି, ସୌମ୍ୟଙ୍କ ମୃତ୍ୟୁ ଏକ ଦୁର୍ଘଟଣାଜନିତ। ଏଥିରେ କାହାର କୌଣସି ପ୍ରକାର ସମ୍ପୃକ୍ତି ନାହିଁ ବୋଲି କ୍ରାଇମବ୍ରାଞ୍ଚ ଏଡ଼ିଜି ସୂଚନା ଦେଇଛନ୍ତି। ଟିକିନିଖି ଛାନଭିନ, ଲାଏ ଡିଟେକ୍ସନ ରିପୋର୍ଟ ଓ ସାକ୍ଷ୍ୟଙ୍କ ପ୍ରମାଣକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ ପରେ ଏହା ଏକ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି କ୍ରାଇମବ୍ରାଞ୍ଚ କହିଛି।

ସେ ଆହୁରି ମଧ୍ୟ କହିଛନ୍ତି କି ଏସିଏଫଙ୍କ ମୃତ୍ୟୁ ତାଙ୍କ ବାସଭବନରେ ଘଟିଥିଲା। ସୌମ୍ୟଙ୍କ ମୃତ୍ୟୁ କାଳୀନ ଜମାନବନ୍ଦୀ ଓ ତଦନ୍ତରୁ ଏହା ଏକ ଦୁର୍ଘଟଣାଜନିତ ବୋଲି ସେ କହିଛନ୍ତି। ତାଙ୍କ ମୃତ୍ୟୁରେ ଡିଏଫଓ ଓ ରୋଷେୟାଙ୍କର କୌଣସି ସମ୍ପର୍କ ନାହିଁ। ଏପରିକି ଡିଏଫଓ ଓ ବିଦ୍ୟାଭାରତୀଙ୍କ ମଧ୍ୟରେ ଯେଉଁ ସମ୍ପର୍କ ନେଇ ଚର୍ଚ୍ଚା ଜୋର ଧରିଥିଲା, ତାହା ମଧ୍ୟ ଏକ ଗୁଜବ ଥିଲା ବୋଲି ସେ କହିଛନ୍ତି।

ତେବେ ସୌମ୍ୟଙ୍କ ମୃତ୍ୟୁ ସମୟରେ ପତ୍ନୀ ବିଦ୍ୟାଭାରତୀ ଅବହେଳା କରିଛନ୍ତି ବୋଲି ତଦନ୍ତ ବେଳେ ଜଣାପଡିଛି। ସୌମ୍ୟଙ୍କ ଦେହରେ ନିଆଁ ଲାଗିଥିବା ବେଳେ ପତ୍ନୀ ବିଦ୍ୟାଭାରତୀ ନିଆଁ ଲିଭାଇନଥିଲେ ବୋଲି ଏଡିଜି ସୂଚନା ଦେଇଛନ୍ତି। ଫଳରେ ଏନେଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି। ଏନେଇ ବିଦ୍ୟାଙ୍କ ନାଁରେ ୨୮୫, ୩୦୪(ଏ) ଧାରାରେ ମାମଲା ରୁଜୁ ହୋଇଥିବା ଏଡିଜି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top