Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଅସୁସ୍ଥ !

ନୂଆଦିଲ୍ଲୀ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି । ଏଥର ଚର୍ଚ୍ଚାର କାରଣ ହେଉଛି ତାଙ୍କ ମୁଣ୍ଡର ପଛ ଭାଗରେ ଲାଗିଥିବା ମେଡିକାଲ୍ ବ୍ୟାଣ୍ଡେଜ୍ । କୋରିଆ ପିପୁଲ୍ସ ଆର୍ମି ଇଭେଣ୍ଟରେ ଏହି ବ୍ୟାଣ୍ଡେଜ୍ ଦେଖିବାକୁ ମିଳିଥିଲା । ଏହି କାର‌୍ୟ୍ୟକ୍ରମ ଜୁଲାଇ ୨୪ରୁ ୨୭ ପର‌୍ୟ୍ୟନ୍ତ ହୋଇଥିଲା । କିମ୍ ଏଥିରେ ସାମିଲ ହୋଇଥିଲେ । ଏହି ବ୍ୟାଣ୍ଡେଜ୍ ଯୋଗୁଁ କିମଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି । କୋରିଆର ଷ୍ଟେଟ ମିଡିଆର ଫଟୋରେ କିମଙ୍କ ମୁଣ୍ଡରେ ଡାକ ଷ୍ଟାମ୍ପ ଆକାରର ବ୍ୟାଣ୍ଡେଜ୍ ଦେଖାଯାଇଥିଲା ।
ଏହା ବ୍ୟତୀତ ଜୁଲାଇର ଶେଷ ଦିନରେ ଘଟିଥିବା ଅନ୍ୟ ଏକ ଘଟଣାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ବ୍ୟାଣ୍ଡେଜ୍ ବଦଳରେ ଏକ ଗାଢ଼ ସବୁଜ ଦାଗ ଦେଖାଯାଇଥିଲା ।
କୋରିଆରେ କିମଙ୍କ ସ୍ୱାସ୍ଥ୍ୟକୁ ପ୍ରାୟତଃ ଗୁପ୍ତ ରଖାଯାଇଥାଏ । ଏହା ପ୍ରଥମ ଥର ନୁହେଁ କିମ ଜୋଙ୍ଗ ଉନଙ୍କ ଆଘାତ କିମ୍ବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଜନସାଧାରଣଙ୍କ ନିକଟକୁ ଆସିଛି । ଯଦିଓ କିମ୍ ସେଠାରେ ଥିବା ଗଣମାଧ୍ୟମ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିଛନ୍ତି, କିମଙ୍କର କିଛି ଫଟୋ ଏହା ପୂର୍ବରୁ ମଧ୍ୟ ଜୁନ୍ ମାସରେ ସାମ୍ନାକୁ ଆସିଥିଲା । ଏଥିରେ କିମ ବହୁତ ପତଳା ଦେଖାଯାଉଥିଲେ । ଉତ୍ତର କୋରିଆର ଗଣମାଧ୍ୟମ ଦଶନ୍ଧି ଧରି ପ୍ରଚାର ପ୍ରସାର କରିଆସୁଛି ଯେ ସର୍ବୋଚ୍ଚ ନେତା ଜନସାଧାରଣଙ୍କ ମଙ୍ଗଳ ପାଇଁ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତି ନାହିଁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top