Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

କାର୍ଯ୍ୟାନୁଷ୍ଠାନ ଭୟରେ ବଦଳିଲା ଦାମଙ୍କ ସ୍ୱର

ଜଗତସିଂହପୁର :  ରାଜ୍ୟ ସରକାର ଓ ଦଳର ନେତାମାନଙ୍କୁ କଡ଼ା ସମାଲୋଚନା କରୁଥିବା ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ ଦଳୀୟ କାର୍ଯ୍ୟାନୁଷ୍ଠାନ ଆଶଙ୍କାରେ ନରମ ପଡ଼ିଛନ୍ତି । ଗତକାଲି ପର୍ଯ୍ୟନ୍ତ ବିଜେଡି ଓ ସରକାରକୁ ଅଡ଼ୁଆରେ ପକାଇବା ଭଳି ମନ୍ତବ୍ୟ ଦେଉଥିବା ଡାକ୍ତର ଆଜି ହଠାତ୍ ନରମ ଆଭିମୁଖ୍ୟ ଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହ ଦଳ କିମ୍ବା ସରକାର ବିରୁଦ୍ଧରେ ସେ କିଛି କହିନାହାନ୍ତି ବୋଲି ଗଣମାଧ୍ୟମକୁ ସଫେଇ ଦେଇଛନ୍ତି । ଏପରିକି ଦୁର୍ନୀତିରେ ଲିପ୍ତ ଥିବା ପ୍ରଶାସନିକ ଅଫିସରଙ୍କ ସମ୍ପର୍କରେ ସେ ଗଣମାଧ୍ୟମକୁ ମନ୍ତବ୍ୟ ଦେଇଥିବା କହିଥିଲେ ।
ଆଜି ବିଧାନସଭା ପରିସରରେ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ଡାକ୍ତର ରାଉତ କହିଛନ୍ତି ଯେ ‘ଦୁର୍ନୀତିର ପର୍ଦ୍ଦଫାସ କରିବା ହେଉଛି ବିରୋଧୀ ଦଳର କାମ । କିନ୍ତୁ ସେମାନେ ତାହା କରୁନାହାନ୍ତି । ତେଣୁ ସିଏ ଦୁର୍ନୀତି ସମ୍ପର୍କରେ କହିଥିଲେ ଓ ଏବେ ବି କହୁଛନ୍ତି । କିନ୍ତୁ ସରକାର କିମ୍ବା ଦଳ ବିରୋଧରେ କୌଣସି ମନ୍ତବ୍ୟ ଦେଇନାହାନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରି ସେ କହିଛନ୍ତି ଯେ ଦେଶର ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ଅପେକ୍ଷା ଆମ ମୁଖ୍ୟମନ୍ତ୍ରୀ ସର୍ବାଧିକ ଲୋକପ୍ରିୟ । ସେ ପୃଥିବୀର ଅନେକ ଦେଶ ଭ୍ରମଣ କରିଛନ୍ତି । ଲେଖକ ଓ ଚିତ୍ରକର ଭାବେ ତାଙ୍କର ଆନ୍ତର୍ଜାତିକସ୍ତରରେ ନାଁ ଅଛି । ତାଙ୍କର କିଛି ଦୋଷ ନାହିଁ । ଯେଉଁମାନେ ତାଙ୍କ ଅଧସ୍ତନ ଅଛନ୍ତି ସେମାନେ ହେରଫେର କରୁଛନ୍ତି । ନଗଡ଼ାରେ ଅପପୃଷ୍ଟିରେ ପିଲା ମଲେ । ସମସ୍ତେ ଏକାସ୍ୱରରେ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କଲେ । କିନ୍ତୁ ମୁଁ କହିଥିଲି ମୁଖ୍ୟମନ୍ତ୍ରୀ ତ ନଗଡ଼ାକୁ ୨୪୫ କୋଟି ଟଙ୍କା ଦେଇଛନ୍ତି । ନବୀନବାବୁ କ’ଣ ଯାଇକି ଲୋକଙ୍କୁ ଖାଇବାକୁ ଦେଇଥାନ୍ତେ । ତେଣୁ ଯେଉଁ ଅଫିସର ଓ କର୍ମଚାରୀମାନେ ଦାୟିତ୍ୱରେ ରହୁଛନ୍ତି ସେମାନେ ହେରାଫେରି କରୁଛନ୍ତି ବୋଲି ଡାକ୍ତର ରାଉତ କହିଛନ୍ତି ।
ଅନ୍ୟପକ୍ଷରେ ଡାକ୍ତର ରାଉତଙ୍କ ଦ୍ୱାରା କ୍ରମାଗତ ସରକାର ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଓ ଏରସମାରେ କଂଗ୍ରେସ-ବିଜେପି ନେତାଙ୍କ ସଙ୍ଗେ ମିଶି ବିପ୍ଲବ ଦିବସ ସମାରୋହରେ ସ୍ଥାନୀୟ ବିଧାୟକଙ୍କ ବିରୁଦ୍ଧରେ ବିଷୋଦଗାର ଘଟଣାକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱର ସହ ନେଇଛନ୍ତି । ଏପରିକି ଏରସମା-ବାଲିକୁଦାର ହଜାର ହଜାର କର୍ମୀ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଡାକ୍ତର ରାଉତଙ୍କ ଦ୍ୱାରା ପ୍ରାୟୋଜିତ ଏରସମା, କୁଜଙ୍ଗ ଓ ପାରାଦୀପରେ ବିରୋଧ ପ୍ରଦର୍ଶନ ଖବରରେ ବିଜେଡି ସୁପ୍ରିମୋ କ୍ଷୁବ୍ଧ ହୋଇଥିବା ଜଣାପଡ଼ିଛି ।
ଡାକ୍ତର ରାଉତ ଦଳୀୟ କାର୍ଯ୍ୟାନୁଷ୍ଠାନ ଭୟରେ ନିଜର ମତ ବଦଳାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବା ପରେ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ନବୀନ ନିବାସ ସୂତ୍ରରୁ ସୂଚନା ମିଳିଛି ।
Click to comment

Leave a Reply

Your email address will not be published. Required fields are marked *

Most Popular

To Top