ଜଗତସିଂହପୁର : ଏକ ଦୁଃଖଦ ଘଟଣାକ୍ରମରେ ପୋଖରୀରେ ବୁଡ଼ି ୨ଜଣ ଶିଶୁ ପ୍ରାଣ ହରାଇଛନ୍ତି। ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ମୂଳଗାଁ ପଂଚାୟତ ନିକଟସ୍ଥ ସିଙ୍ଗରି ଗାଁରେ ଏହି ଦୁଃଖଦ ଘଟଣା ଘଟିଛି।
ମିଳିଥିବା ସୂଚନା ଅନୁସାରେ, ଆଜି ଗାଁ ପୋଖରୀରେ ଗାଧେଉଥିବାବେଳେ ପ୍ରତାପ ରାଉତଙ୍କ ପୁଅ ଆର୍ଯ୍ୟ ସୁମନ ରାଉତ(୭ବର୍ଷ) ଓ ସରୋଜ ବିଶ୍ୱାଳଙ୍କ ପୁଅ ଓମପ୍ରକାଶ ବିଶ୍ୱାଳ(୧୦ବର୍ଷ)ଙ୍କର ମୃତ୍ୟୁ ଘଟିଛି। ଦୁଇଜଣ ଯାକ ଆଜି ସକାଳ ପ୍ରାୟ ୯ଟାବେଳେ ପୋଖରୀକୁ ଗାଧେଇବାକୁ ଯାଇଥିଲେ।ବହୁ ସମୟ ଧରି ଉଭୟ ନଆସିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ।ତେବେ ଉଭୟଙ୍କ ମୃତଦେହ ପୋଖରୀରୁ ଉଦ୍କଧାର କରାଯାଇଥିଲା।ସେମାନଙ୍କୁ ସଙ୍ଗେସଙ୍ଗେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚକିତ୍ସାଳୟକୁ ଅଣାଯାଇଥିଲା।ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇଁ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ ମୁଦୁଲି ସିଙ୍ଗରି ଗାଁକୁ ଯାଇ ମୃତ ଶିଶୁଙ୍କ ଅଭିଭାବକଙ୍କୁ ସାକ୍ଷାତ କରିବା ସହ ସମବେଦନା ଜଣାଇଛନ୍ତି।


