Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଲିଭରକୁ ସୁସ୍ଥ ରଖେ ଶୁଖିଲା ଅମୃତଭଣ୍ଡା

ଅମୃତଭଣ୍ଡା ମାର୍କେଟରେ ବହୁତ ସହଜରେ ମିଳିଯାଏ । ପୋଷଣରେ ଭରପୂର ଥିବା ଭଣ୍ଡାରେ ଅନେକ ରୋଗକୁ ମାତ୍ ଦେବାର ଗୁଣ ରହିଥାଏ। ପାଚନ ନ ହେବା ଭୋକ ନ ଲାଗିବା ଭଳି ସମସ୍ଯା ରହିଥିବା ଲୋକଙ୍କୁ ଅମୃତଭଣ୍ଡା ଖାଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। କଞ୍ଚା ଭଣ୍ଡା ହେଉ ଅବା ପାଚିଲା ଦୁଇଟି ଯାକ ସ୍ବାସ୍ଥ୍ଯ ପାଇଁ ଲାଭଦାୟକ। ଅମୃତଭଣ୍ଡାରେ ଭିଟାମିନ ଏ, ଭିଟାମିନ ସି, ନିୟାସିନ, ମ୍ଯାଗ୍ନେସିଅମ, କେରୋଟିନ, ଫାଇବର, ଫୋଲେଟ, ପୋଟାସିୟମ, କପର, କ୍ଯାଲସିଅମ ଏବଂ ଅନେକ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ। ଏହାଛଡା କିଛି ମାତ୍ରାରେ ପ୍ରୋଟିନ ଏବଂ କାର୍ବୋହାଇଡ୍ରେଟ ମଧ୍ୟରହିଥାଏ।
ଅମୃତଭଣ୍ଡାକୁ ଶୁଖାଇବା ପାଇଁ ଫ୍ରିଜ ଡ୍ରାଇଂ ଟେକନିକର ବ୍ଯବହାର କରାଯାଏ। ଏଥିରେ ଭଣ୍ଡାକୁ ପାଣିକୁ କଢାଯାଇ ଶୁଖାଇବା ପାଇଁ ସ୍ପ୍ରେ ଡ୍ରାଇଂ କରାଯାଏ। ଏହି ବିଧିରେ ମଲ୍ଟୋଡେକ୍ସଟିନ୍ ଭଳି ଏନକେପ୍ସୁଲେଟିଂ ଏଜେଣ୍ଟ ରହିଥାଏ। ଯାହା ଏହାକୁ ଗୋଟେ ଥରରେ ଶୁଖିଲା କରିଦିଏ।
କିନ୍ତୁ କେବେ ଆପଣ ଶୁଖିଲା ଅମୃତଭଣ୍ଡା ଖାଇଛନ୍ତି କି ? ତେବେ ଆଜି ଆମେ ଆପଣଙ୍କୁ ଶୁଖିଲା ଅମୃତଭଣ୍ଡାର ଫାଇଦା ବିଷୟର କହିବୁ। ତେବେ ଜାଣନ୍ତୁ ଏହାର ଫାଇଦା କ’ଣ..
ଶୁଖିଲା ଅମୃତଭଣ୍ଡାରେ ଗ୍ଲୁକୋଜ ଏବଂ ଫ୍ରୁଟୋଜ କମ୍ ରହିଥାଏ। ଏହି କାରଣରୁ ସୁଗାର ଏବଂ କ୍ଯାଲୋରୀ କମ୍ ରହିଥାଏ। ଏଥିରେ ଫାଇବର ଅଧିକ ରହିଥାଏ। ଯାହା କାରଣରୁ ପେଟ ଅଧିକ ସମୟ ପୂର୍ଣ୍ଣ ହୋଇ ରହିଲା ପରି ଲାଗିଥାଏ। ଯାହାଦ୍ବାରା ଓଜନ ମଧ୍ୟ କମ ହୋଇଥାଏ।
ଶୁଖିଲା ଅମୃତଭଣ୍ଡାରେ ଫାଇବର ଅଧିକ ରହିଥାଏ। ଯାହା କାରଣ ଯୋଗୁଁ ଶରୀରକୁ ଉର୍ଜା ମିଳିଥାଏ।
ଶୁଖିଲା ଅମୃତଭଣ୍ଡା ଖାଇବା ଦ୍ବାରା ଆଣ୍ଟି ହେପେଟୋଟାକ୍ସିକ ଆକ୍ଟିଭିଟି ରହିଥାଏ। ଯାହା ଲିଭରକୁ ଔଷଧ ଦ୍ବାରା ହେଉଥିବା କ୍ଷତିରୁ ରକ୍ଷା କରିଥାଏ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top