ଭୁବନେଶ୍ୱର:ଛତିଶଗଡ଼ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି।ସେପ୍ଟେମ୍ବର ରାତି ୧୧ଟା ୩୯ମିନିଟରେ ଏହି ଭୂମିକମ୍ପ ଛତିଶଗଡ଼ର କୋରିୟା ଜିଲ୍ଲାରେ ସଂଘଟିତ ହୋଇଥିବାବେଳେ ଏହାର ପ୍ରଭାବ ଝାଡ଼ଖଣ୍ଡ ଓ ଓଡ଼ିଶା ସୀମାରେ ଅନୁଭୂତ ହୋଇଛି।
ରାଜ୍ୟ ଆଚଂଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ଆର ବିଶ୍ୱାସଙ୍କ କହିବା ଅନୁସାରେ ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍ଲେଲରେ ୪.୭ ଆକଳନ କରାଯାଇଛି।ଏହା ସେପ୍ଟେମ୍ବର ୧ ତାରିଖ ରାତି ୧୧ଟା ୩୯ମିନିଟ୍ ୫୭ ସେକେଣ୍ଡରେ ଅନୁଭୂତ ହୋଇଛି।


