Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ପୂଜା ଛୁଟି ପରେ ଖୋଲିପାରେ ଅଷ୍ଟମ ଓ ଏକାଦଶ ଶ୍ରେଣୀ!

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟରେ ପାର୍ବଣ ଛୁଟି ପରେ ଖୋଲିପାରେ ଅଷ୍ଟମ ଓ ଏକାଦଶ ଶ୍ରେଣୀ । ଅଷ୍ଟମ ଓ ଏକାଦଶ ଶ୍ରେଣୀ ପିଲାଙ୍କୁ ବିଦ୍ୟାଳୟ ଆସିବାକୁ ଅନୁମତି ମିଳିପାରେ । ଏମିତି ଆଶା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ତେବେ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଯାହା କିଛି ନିଷ୍ପତ୍ତି ନିଆଯିବ । ଏଥିପାଇଁ ଗଣ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଏବେ ନବମରୁ ଦ୍ୱାଦଶ ଯାଏ କେବଳ ହେଉଛି ଅଫଲାଇନ କ୍ଲାସ । କିନ୍ତୁ ଅନ୍ୟ ଶ୍ରେଣୀ ପାଇଁ ଏଯାଏ କୌଣସି ନିଷ୍ପତ୍ତି ହୋଇନାହିଁ। ଅନ୍ୟପକ୍ଷରେ ଏବେ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ଭିତରେ ରହିଛି। କେବଳ ଭୁବନେଶ୍ୱରେ ସଂଖ୍ୟା ବଢୁଛି କମୁଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଆଶା କରିବା ପୂଜା ଛୁଟି ପରେ ସ୍ଥିତି ଭଲ ହୋଇଯିବ। ଅନ୍ୟ କ୍ଲାସ ଖୋଲିବ ।
କୋଭିଡ ପାଇଁ ଏବେ ଅନଲାଇନରେ ଚାଲିଛି ଶିକ୍ଷାଦାନ । ଏହାର ନକାରାତ୍ମକ ପ୍ରଭାବ ବି ଛାତ୍ରଛାତ୍ରୀଙ୍କ ଉପରେ ପଡୁଛି । ଅନଲାଇନରେ ପାଠ ପଢ଼ା ଯୋଗୁ ପିଲାମାନେ ମୋବାଇଲ ଆଡିକ୍ଟ ହୋଇଯାଉଛନ୍ତି । ଏଥିପାଇଁ ଅଭିଭାବକ ଅଧିକ ଯତ୍ନଶୀଳ ହେବା ଦରକାର ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।
ପିଲାଙ୍କ ପାଇଁ କୋଭିଡ ଟିକା ଏଯାଏ ଆସିନାହିଁ । ୨ରୁ ୧୮ ବର୍ଷ ଯାଏ ପିଲାଙ୍କ ପାଇଁ କୋଭାକ୍ସିନ ଟିକାକୁ ଖୁବଶୀଘ୍ର DCGI ଅନୁମତି ଦେଇପାରେ । ସମ୍ଭାବ୍ୟ ତୃତୀୟ ଲହରରେ ପିଲାମାନେ ଅଧିକ ସଂକ୍ରମିତର ସମ୍ଭାବନା ଥିବା ବିଶେଷଜ୍ଞ କହୁଛନ୍ତି ।
ହେଲେ ତୃତୀୟ ଲହର କେବେ ଆସିବ ତାହା କାହାକୁ ଜଣାନାହିଁ । ଏସବୁ ଭିତରେ ପ୍ରାୟ ଦୁଇ ବର୍ଷ ହେଲାଣି ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଛାଡ଼ିଦେଲେ ଅନ୍ୟ କ୍ଲାସର ପିଲାମାନେ ସ୍କୁଲ ଦୁଆର ମାଡ଼ି ନାହାନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top