Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଜମ୍ମୁ ବିମାନବନ୍ଦରରେ ଆତଙ୍କବାଦୀଙ୍କ ବିସ୍ଫୋରଣ

ଶ୍ରୀନଗର: ଜମ୍ମୁ ବିମାନବନ୍ଦରରେ ଘଟିଛି ବିସ୍ଫୋରଣ। ଭାରତୀୟ ବାୟୁ ସେନା ଦ୍ୱାରା ପରିଚାଳିତ ସତଓ୍ୱାରି ବିମାନବନ୍ଦରର ଟେକ୍ନିକାଲ ଏରିଆରେ ଗତକାଲି ବିଳମ୍ବିତ ରାତିରେ ଦୁଇଟି ବିସ୍ଫୋରଣ ହୋଇଛି। ପ୍ରଥମ ବିସ୍ଫୋରଣଟି ରାତି ପ୍ରାୟ ୧ଟା ୪୫ ମିନିଟ୍ରେ ହୋଇଥିବା ବେଳେ ଦ୍ୱିତୀୟ ବିସ୍ଫୋରଣ ଏହାର ପ୍ରାୟ ୫ ମିନିଟ୍ ପରେ ହୋଇଥିଲା।
ପ୍ରଥମ ବିସ୍ଫୋରଣଟି ଗୋଟିଏ ଘର ଭିତରେ ହୋଇଥିବାବେଳେ ଏଥିରେ କୋଠାର ଛାତ ଉଡ଼ି ଯାଇଛି। ସେହିପରି ଦ୍ୱିତୀୟ ବିସ୍ଫୋରଣଟି ବାହାରେ ହୋଇଥିଲା। ଏହି ଘଟଣା ପରେ ବିମାନବନ୍ଦର ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଦିଆଯାଇଛି। ତା’ ସହିତ ବିସ୍ଫୋରଣ ଅଞ୍ଚଳକୁ ସିଲ୍ କରି ଦିଆଯାଇଛି।
ବୋମା ନିଷ୍କ୍ରିୟକାରୀ ଦଳ ଓ ଫୋରେନସିକ୍ ଟିମ୍ ବିମାନବନ୍ଦରରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ତା’ସହିତ ବିସ୍ଫୋରଣ ନେଇ ଥାନାରେ ଏତଲା ଦିଆଯାଇଛି।
ଏହି ବିସ୍ଫୋରଣରେ କୌଣସି ପ୍ରାଣହାନି ହୋଇ ନଥିବା ବେଳେ ଘଟଣାର ଘଟଣାର ତଦନ୍ତ ଆରମ୍ଭ ହୋଇଛି ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି। ଏହି ବିମାନବନ୍ଦରଟି ଉଭୟ ବାୟୁସେନା ଓ ବେସାମରିକ ବିମାନ ଚଳାଚଳ ପାଇଁ ବ୍ୟବହାର ହୋଇଥାଏ।
ଅନ୍ୟପକ୍ଷରେ କଶ୍ମୀରର ନରଓ୍ୱାଲ ସେକ୍ଟରରୁ ଜଣେ ଆତଙ୍କବାଦୀକୁ ପୁଲିସ ଗିରଫ କରିଛି। ତା’ ପାଖରୁ ୫ କିଲୋଗ୍ରାମ ଓଜନର ଆଇଇଡି ଜବତ କରାଯାଇଛି। ଏହା ସହିତ ଘଟଣାର ତଦନ୍ତ ଜାରି ରହିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top