Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

୨୪ରେ ପ୍ରଧାନମନ୍ତ୍ରୀଙ୍କୁ ଓ ୮ରେ ରାଜଭବନ ଘେରାଉ କରିବେ ଚାଷୀ

ଭୁବନେଶ୍ୱର(ଓଡ଼ିଶା ୱେୟାର):ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗସ୍ତବେଳେ ତାଙ୍କୁ ଖୋର୍ଦ୍ଧାରେ ୨ହଜାର ଚାଷୀ ଭେଟିବା ସହ ଜାନୁୟାରୀ ୮ ତାରିଖରେ ଚାଷୀମାନେ ରାଜଭବନ ଘେରାଉ କରିବେ ବୋଲି ନବ ନିର୍ମାଣ କୃଷକ ସଂଗଠନ ଘୋଷଣା କରିଛି।

ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅକ୍ଷୟ କୁମାର କହିଛନ୍ତି, ‘ବର୍ତ୍ତମାନ ନିର୍ବାଚନୀ ହାୱା ବହୁଥିବାରୁ ଡିସେମ୍ବର ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସି ଖୋର୍ଦ୍ଧାରେ ସମାବେଶ କରିବେ। ସେହିପରି ଜାନୁୟାରୀ ୮ରେ ବିଜୁ ଜନତା ଦଳ (ବିଜେଡ଼ି) ଦିଲ୍ଲୀ ଯାଇ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି ପାଇଁ ସେଠି ସମାବେଶ କରିବ।ଏ ଦିଲ୍ଲୀ ଓ ଭୁବନେଶ୍ୱର ସମାବେଶ ନାଟକବାଜି ଛାଡ଼ି ବିଜେପି ବିଜେଡି ଚାଷୀଙ୍କ ପ୍ରତି ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ। କୁମ୍ଭୀର କାନ୍ଦଣା ବନ୍ଦ କରନ୍ତୁ।’
ଜାନୁୟାରୀ ୮ରେ ବିଜେଡି ଦିଲ୍ଲୀ ଗଲେ ଏଠି ନବନିର୍ମାଣ କୃଷକ ସଂଗଠନ ରାଜଭବନ ଆଗରେ ୨୦୦୦ ଲୋକଙ୍କୁ ଏକତ୍ର କରି ଆନ୍ଦୋଳନ କରିବ ଏବଂ ସ୍ମାରକପତ୍ର ଦେବାକୁ ଠିକ୍ କରିଛି। ସେହିପରି ମୋଦି ୨୪ରେ ଓଡ଼ିଶା ଆସିଲେ ତାଙ୍କୁ ମଧ୍ୟ ସ୍ମାରକପତ୍ର ଦିଆଯିବ ବୋଲି ଅକ୍ଷୟ କହିଛନ୍ତି।
ଅକ୍ଷୟ କୁମାର ଆହୁରି କହିଛନ୍ତି, ‘ଚାଷୀ ସୁରକ୍ଷା ଭତ୍ତାକୁ ନେଇ ରାଜନୈତିକ ଦଳ ଗୁଡ଼ିକ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ। ବିଜେଡି ଦିଲ୍ଲୀ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସୁଛନ୍ତି। ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଓଡ଼ିଶା ଗସ୍ତ କରିବେ। ଏଭଳି ସମୟରେ ଏହି ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ଚାଷୀଙ୍କ ସ୍ୱାର୍ଥ, ସେମାନଙ୍କୁ ଉଚିତ ପ୍ରାଇସ୍, ପ୍ରେଷ୍ଟିଜ୍ ଏବଂ ପେନ୍‌ସନ୍‌କୁ ନେଇ କେତେ ସମ୍ବେଦନଶୀଳ ତାହା ସ୍ପଷ୍ଟ କରନ୍ତୁ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top