Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ବିଶୃଙ୍ଖଳିତ କର୍ମୀଙ୍କୁ ଦଳ ଛାଡ଼ିବାକୁ ତାଗିଦ୍ କଲେ ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ୱେୟାର): ଆଇଏଏସ ଚାକିରି ଛାଡ଼ି ବିଜେପିରେ ସାମିଲ ହେବାର ମାସେ ନପୁରୁଣୁ ଅପରାଜିତା ଷଡ଼ଙ୍ଗୀ ଦଳର ବିଶୃଙ୍ଖଳିତ କର୍ମୀଙ୍କୁ ଅନୁଶାସନର ପାଠ ପଢ଼ାଇଛନ୍ତି।ଏହାସହିତ ଗୋଷ୍ଠୀବାଦରେ ଲିପ୍ତ ଥିବା କର୍ମୀମାନଙ୍କୁ ବିଜେପି ଛାଡ଼ି ଚାଲିଯିବା ପାଇଁ ଚେତାବନୀ ଦେଇଛନ୍ତି।

ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାର ୩ ନମ୍ବର ଜୋନ ଅନ୍ତର୍ଗତ ହାଡ଼ପଡ଼ାସ୍ଥିତ ମା’ ଦକ୍ଷିଣଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ବିଜେପି କର୍ମୀ ସମ୍ମିଳନୀରେ ଅପରାଜିତା ଯୋଗ ଦେଇଥିଲେ।ମାତ୍ର ସେଠାରେ ଦଳୀୟ ସଂଗଠନ ପ୍ରସଙ୍ଗରେ ପୂର୍ବତନ ବିଧାୟକ ଜିତୁ ମିତ୍ର ଓ କାଳୁଚରଣ ଖଣ୍ଡେଇତରାୟଙ୍କ ସମର୍ଥକଙ୍କ ମଧ୍ୟରେ ଯୁକ୍ତିତର୍କ ଓ କଥା କଟାକଟି ହୋଇଥିଲା।ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବାପରେ ଅପରାଜିତା ଅଧାରୁ ଉଠି ପଳାଇ ଆସିଥିଲେ।ତେବେ ପରେ ଉଭୟ ଗୋଷ୍ଠୀର ଛାମୁଆ କର୍ମୀମାନେ ତାଙ୍କୁ ଅନୁରୋଧ କରି ବୈଠକ ସ୍ଥଳକୁ ନେଇଥିଲେ।


କଡ଼ା ଭାଷାରେ ଦଳୀୟ କର୍ମୀମାନଙ୍କୁ ତାଗିଦ୍ କରି ଅପରାଜିତା କହିଥିଲେ ଯେ “ଆମେ ବାରମ୍ବାର ହାରି ଯାଉଛୁ ଏଇଟା କ’ଣ ସମସ୍ତଙ୍କୁ ଲଜ୍ୟା ଲାଗୁନି।ଆମେ କେମିତି ପ୍ରାର୍ଥୀଙ୍କୁ ଜିତାଇବା ଏହା ଚିନ୍ତା କରିବାର ଅଛି । କିନ୍ତୁ ଇଏ ତା’ ଲୋକ ସିଏ ତା’ ଲୋକ କାହିଁକି କୁହାଯାଉଛି।ଆପଣମାନେ କୁହନ୍ତୁ ଆମେ ସମସ୍ତେ ବିଜେପିର ଲୋକ।ଯିଏବି ଏମଏଲଏ ପ୍ରାର୍ଥୀ ହେବ ତାଙ୍କୁ ଜିତାଇବା ହେଉଛି ଆମ ସମସ୍ତଙ୍କର ଧର୍ମ ଓ କର୍ତବ୍ୟ।ମୁଁ ବି ସେମାନଙ୍କୁ ଅନୁରୋଧ କରିବି ଯେଉଁମାନେ ୟା’ଙ୍କ ପାଖରେ ବା ତାଙ୍କ ପାଖରେ ଅଛନ୍ତି ସେମାନେ ପାର୍ଟି ଛାଡ଼ିଦିଅନ୍ତୁ।ସମସ୍ତେ ବିଜେପି ସାଙ୍ଗରେ ରହିବାର ଅଛି। କୌଣସି ଗୋଷ୍ଠୀ ନୁହେଁ ସମସ୍ତେ ବିଜେପି ସାଙ୍ଗରେ ରହିବା ଉଚିତ୍।ମୋର ବିପେିରେ କେହି ଲୋକ ନୁହଁନ୍ତି।ମୁଁ ଆଜି ସତକଥା କହୁଛି।ମୁଁ କୌଣସି ଗ୍ରୁପ୍ କିମ୍ବା ଗୋଷ୍ଠୀର ନୁହେଁ।ମୁଁ ବିକାଶ ଆଭିମୁଖ୍ୟକୁ ଦେଖି ବିଜେପିରେ ସାମିଲ ହୋଇଛି । ଆଦରଣୀୟ ପ୍ରଧାନମନ୍ତ୍ରୀ ମୋଦିଙ୍କଠୁ ପ୍ରେରଣା ପାଇ ମୁଁ ବିଜେପିକୁ ଆସିଛି।ମୁଁ ମିଡିଆରେ କହିଛି ଓ ସମସ୍ତଙ୍କ ସାମ୍ନାରେ କହିଛି।ଆଗାମୀ ୨୫ବର୍ଷ କି ୩୦ବର୍ଷ ଦେଖିବେ ମୁଁ କୌଣସି ଗୋଷ୍ଠୀ କିମ୍ବା କୌଣସି ବ୍ୟକ୍ତିଙ୍କ ସହ ନଥିବି ।”
ଅପରାଜିତା କହିବା ସମୟରେ କେହି ଜୋରରେ ପାଟିତୁଣ୍ଡ କରୁଥିବାରୁ ସେ ମଧ୍ୟ ସେମାନଙ୍କୁ ଚୁପ୍ ରହିବା ପାଇଁ ତାଗିଦ୍ କରିବାକୁ ପଛାଇ ନଥିଲେ।ସାଂଗଠନିକ କାର୍ଯ୍ୟରେ ଅପରାଜିତାଙ୍କ ଏଭଳି କାର୍ଯ୍ୟଶୈଳୀ ଏବେ ଦଳୀୟ ନେତା ଓ କର୍ମୀଙ୍କ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଅପରାଜିତାଙ୍କ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top