Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ପ୍ରଥମ ଥର ରାଜ୍ୟରେ ହେବାକୁ ଯାଉଛି ହାଇବ୍ରିଡ ରୋଡ଼ ଟନେଲ

ଭୁବନେଶ୍ୱର,(ଓଡ଼ିଶା ଓ୍ବେୟାର): ରାଜ୍ୟରେ ହେବାକୁ ଯାଉଛି ପ୍ରଥମ ହାଇବ୍ରିଡ ରୋଡ଼ ଟନେଲ । ପ୍ରଥମ ଥର ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ଦକ୍ଷିଣ ଓଡ଼ିଶାରେ ନିର୍ମାଣ କରୁଛି ଏହି ଦୁଇଟି ରୋଡ଼ ଟନେଲ । ଯାହାର ଲମ୍ବା ୪୬୫ କି.ମି । ରାୟପୁର-ବିଶାଖାପାଟଣା ଇକୋନୋମିକ କରିଡରର ଏକ ଅଂଶ ବିଶେଷ ହେଉଛି ଏହି ରୋଡ଼ ଟନେଲ । ପ୍ରଥମ ପର୍ଯ୍ୟାୟରେ ଭାରତମାଳା ପରିଯୋଜନା ଅଧୀନରେ ଅନୁମୋଦିତ ହୋଇଛି ଏହି ରାସ୍ତା । ଖର୍ଚ୍ଚ ହେବ ୨୦,୦୦୦ କୋଟି ଟଙ୍କା । ଏହି ହାଇବ୍ରିଡ଼ ରାଜପଥ ଛତିଶଗଡ଼, ଓଡିଶା ଓ ଆନ୍ଧ୍ର ପ୍ରଦେଶ ଦେଇ ଅତିକ୍ରମ କରିବ।
ମୁଖ୍ୟ କଥା ହେଉଛି, ଓଡିଶା ଭିତର ଦେଇ ଯାଉଥିବା ରାସ୍ତାଟି ସବୁଠାରୁ ଅଧିକ ୨୪୦ କି.ମି ଲମ୍ବା । ଯେଉଁଥିରେ ନବରଙ୍ଗପୁର ଜିଲ୍ଲାର ୧୨୪ କି.ମି ଓ କୋରାପୁଟ ଜିଲ୍ଲାର ୧୧୬ କି.ମି ଏବଂ ରାସ୍ତା ରହିଛି । ଏହାର ଧାର୍ଯ୍ୟ ନିର୍ମାଣ ଖର୍ଚ୍ଚ ହେଉଛି ୧୦,୦୦୦ କୋଟି ଟଙ୍କା।
ଛତିଶଗଡ଼ ଭିତରେ ୧୨୫ ଓ ଆନ୍ଧ୍ର ପ୍ରଦେଶରେ ୧୦୦ କି.ମି ରାସ୍ତା ନିର୍ମାଣ ହେବ। ଏହି କରିଡରଟି ଓଡ଼ିଶାର କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଦେଇ ଯାଉଛି। ଏହା ମଧ୍ୟରୁ କୋରାପୁଟ ଜିଲ୍ଲାରେ ଥିବା ଇଷ୍ଟର୍ଣ୍ଣ ଘାଟ ପର୍ବତ ମାଳାରେ ନିର୍ମାଣ ହେବ ୬ କି.ମି.ର ଏକ ବୃହତ ଟନେଲ । ଯାହାକି ରାଜ୍ୟର ପ୍ରଥମ ସର୍ବ ବୃହତ ରୋଡ଼ ଟନେଲ। ଯାହାକି ଦୁଇ ଭାଗରେ ବିଭକ୍ତ ହେବ । ଦୁଇଟି ଟନେଲ ମଝିରେ ୧୦ କି.ମି ର ବ୍ୟବଧାନ ରହିଛି। ଏହା କୋରାପୁଟ ଜିଲ୍ଲାର ସୁଙ୍କି ଘାଟିରେ ନିର୍ମିତ ହେବ। ଆସନ୍ତା ଡିସେମ୍ବର ମାସରୁ ଆରମ୍ଭ ହେବାକୁ ଥିବା ଏହି କରିଡର ପ୍ରୋଜେକ୍ଟର ସମସ୍ତ ପ୍ରକ୍ରିୟା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ। ଏ ନେଇ ସୂଚନା ଦେଇଛନ୍ତି ଏନଏଚଆଇ କର୍ତ୍ତୃପକ୍ଷ ।
ଏହି ହାଇବ୍ରିଡ଼ ଟନେଲରେ ସବୁଠି ଉଜ୍ଜ୍ୱଳ ଆଲୋକ ସହ ଜରୁରୀ କାଳୀନ ସ୍ଥିତି ପାଇଁ ପର୍କିଙ୍ଗ, ଗାଡି ମରାମତି ଗ୍ୟାରେଜେ ବ୍ୟବସ୍ଥା କରାଯିବ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଟନେଲ ନିର୍ମାଣ ବେଳେ ପ୍ରାକୃତିକ ପରିବେଶ ନଷ୍ଟ ହେଵ ନାହିଁ କି ପାହାଡ଼କୁ ମଧ୍ୟ ସମ୍ପୂର୍ଣ୍ଣ ଭାଙ୍ଗିବାକୁ ପଡିବ ନାହିଁ । ଏହା ସହିତ ପଡୋଶୀ ରାଜ୍ୟକୁ ଗମନା ଗମନ ଆହୁରି ସହଜ ହୋଇଯିବ । ଦେଶରେ ହିମାଚଳ ପ୍ରଦେଶ ଲେହ-ମନଲି ହାଇୱେ ଅଟଳ ଟନେଲ ପରେ ଓଡ଼ିଶାରେ ଏହି ହାଇବ୍ରିଡ଼ ଟନେଲ ତିଆରି କରିବାକୁ ଯାଉଛି ଏନଏଚଆଇ । ପାହାଡକୁ ଅକ୍ଷତ ଅବସ୍ଥାରେ ରଖି ଏହାକୁ କାଟି ଟନେଲ ତିଆରି କରିବା ଏକ ବଡ ଚ୍ୟାଲେଞ୍ଜ ହେବ । କେନ୍ଦ୍ର ସରକାର ଏହି ପ୍ରକଳ୍ପକୁ ଗୁରୁତ୍ୱ ଦେଉଥିବାରୁ ଆମେ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରି କାମ ଆରମ୍ଭ କରିବୁ ବୋଲି ଏନଏଚଆଇ କର୍ତ୍ତୃପକ୍ଷ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top