Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ପୁଣି ଟାଟା ଦଖଲକୁ ଯିବ ଏୟାର ଇଣ୍ଡିଆ, ସରକାର ଆହ୍ଵାନ କଲେ ଟେଣ୍ଡର

ନୂଆଦିଲ୍ଳୀ : ଏୟାର ଇଣ୍ଡିଆକୁ ଘରୋଇକରଣ କରିବାକୁ ସରାକାର ଚିନ୍ତା କରୁଛନ୍ତି । ଏଥିପାଇଁ ନିଲାମ ଡାକିଛନ୍ତି ସରକାର । ଏୟାର ଇଣ୍ଡିଆକୁ ନେବା ପାଇଁ ବହୁ କମ୍ପାନୀ ସେମାନଙ୍କର ଟେଣ୍ଡର ପକାଇଛନ୍ତି । ଏଥିରେ ଟାଟା କମ୍ପାନୀ ନାମ ସମସ୍ତଙ୍କ ଆଗରେ ରହିଛି ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଭାରତରେ ବିମାନ ସେବା ଆରମ୍ଭ ହୋଇଥିଲା । ସେତେବେଳେ ଏହାର ନାମ ରଖାଯାଇଥିଲା ଏୟାର ଇଣ୍ଡିଆ । ୧୯୩୨ ମସିହାରେ ପ୍ରଥମେ ଟାଟା କମ୍ପାନୀ ଏୟାର ଇଣ୍ଡିଆର ଆରମ୍ଭ କରିଥିଲା । ଟାଟା ଗ୍ରୁପ୍‌ର ଜେ.ଆର.ଡି ଟାଟା ଏହାର ଆରମ୍ଭ କରିଥିଲେ । ସେ ନିଜେ ମଧ୍ୟ ଜଣେ ଭଲ ପାଇଲଟ ଥିଲେ । ଏବେ ପୁଣି ଥରେ ଏହାକୁ ଟାଟା କମ୍ପାନୀ କିଣିବାକୁ ଟେଣ୍ଡର ଭରିଛି ।
୧୯୪୭ ରେ ପ୍ରଥମେ ଏୟାର ଇଣ୍ଡିଆରେ ଭାରତ ସରକାର ୪୯ ପ୍ରତିଶତ ଅଂଶ ଧନ ଲଗାଇଥିଲେ । ପରେ ଭାରତ ସରକାର ଏୟାର କର୍ପୋରେସନ ଆକ୍ଟ କଲେ ଓ ଏଥିରେ ଟାଟା ସର୍ବାଧିକ ଅଂଶ ଧନ ଲଗାଇଥିଲା। ଏହିପରି ସେତେବେଳେ ଏୟାର ଇଣ୍ଡିଆ ସରକାରୀ ହୋଇଥିଲା ।
ଏହାପରେ ବହୁବାର ଏୟାର ଇଣ୍ଡିଆକୁ ଘରୋଇକରଣ କରାଯିବାକୁ ଚେଷ୍ଟା କରାଯାଇଛି । ୨୦୧୮ ମସିହାରେ ସରକାର ଏଥିପାଇଁ EOI ଆହ୍ଵାନ କରିଥିଲେ । ତେବେ ଏହା ସମ୍ଭବ ହୋଇ ପାରିନଥିଲା । ଏହାପରେ କରୋନା ପାଇଁ ଏଥିରେ ବିଳମ୍ବ ଦେଖାଯାଇଥିଲା । ଚଳିତ ଆର୍ଥିକ ବର୍ଷରେ ସରକାର ପୁଣି ଥରେ ଏୟାର ଇଣ୍ଡିଆକୁ ଘରୋଇ କରଣ କରିବାକୁ ଟେଣ୍ଡର ଆହ୍ଵାନ କରିଛନ୍ତି । ଏଥର ଯଦି ଟାଟା ଗ୍ରୁପ ଏଥିରେ ସଫଳ ହୁଏ ତେବେ ଏୟାର ଇଣ୍ଡିଆ ପୁଣି ଥରେ ଟାଟା ଅଧୀନକୁ ଚାଲିଯିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top