Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବନ୍ଧା ହେଲା ସ୍ଵିଗି ବୟ ପତିତପାବନ

ଭୁବନେଶ୍ୱର,(ଓଡ଼ିଶା ଓ୍ବେୟାର): ପତିତପାବନ ପୃଷ୍ଟି ଓରଫ ଚିକୁନ୍‌ ଗିରଫ।ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ସେ ଭୟର ବାତାବରଣ ସୃଷ୍ଟି କରିଥିଲେ । ପୋଲିସ, ପରିବାର ଲୋକ ଓ ଜନସାଧାରଣଙ୍କୁ ଭ୍ରମିତ କରିଥିଲେ । ଏହି ଅପରାଧ ପାଇଁ ତାଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ତାଙ୍କୁ ଖୁବଶୀଘ୍ର କୋର୍ଟଚାଲାଣ କରାଯିବ । ପତିତପାବନ ସ୍ୱିଗୀର କର୍ମଚାରୀ ନୁହନ୍ତି ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି । ପ୍ରେମିକା ସହ ଫେରାର ପାଇଁ ଅପହରଣ ନାଟକ ରଚିଥିଲେ ପତିତପାବନ ।
ୟୁଟ୍ୟୁବରୁ ଅପହରଣ ତରିକା ଶିଖିଥିଲା । ଦୋକାନରୁ କିଣିଥିଲେ ନୂଆ ଛୁରୀ ଓ ସିମ୍‌। ସେହି ସିମ୍‌ରେ ପତ୍ନୀ ଅହଲ୍ୟାଙ୍କୁ ଭଏସ୍‌ ମେସେଜ୍‌ କରିଥିଲେ । ଚିକୁନ୍‌ ଓ ତାଙ୍କ ବାନ୍ଧବୀଙ୍କୁ ମଧ୍ୟପ୍ରଦେଶରୁ ଉତ୍କଳ ଏକ୍ସପ୍ରେସରେ ଓଡ଼ିଶା ଆଣିବା ପରେ ଧଉଳି ଥାନାରେ ପଚରାଉଚରା କରାଯାଇଛି । ଉଦ୍ଧାର ହୋଇଥିବା ଯୁବତୀଙ୍କୁ ପଚରାଉଚରା ସହ ସିଆରପିସିର ୧୬୧ରେ ବୟାନ ରେକର୍ଡ କରାଯାଇଛି । ନିଜ ଇଚ୍ଛାରେ ଚିକୁନ ସହ ଯାଇଥିବା ଯୁବତୀ ଜଣଙ୍କ କହିଛନ୍ତି । ଏଥିସହ ଚିକୁନର ପରିବାର ଲୋକଙ୍କୁ ପଚରାଉଚରା କରିଛି ପୋଲିସ । ଏପଟେ ଅହଲ୍ୟା କହିଛନ୍ତି ସ୍ୱାମୀ ମୋର ନ ହେଲେ ତାଙ୍କ ନାଁରେ କେସ୍‌ ଦେବି ।
ଏପଟେ ଚିକୁନ ଓ ତାଙ୍କ ବାନ୍ଧବୀଙ୍କୁ ଓଡ଼ିଶା ବାହାରକୁ ଖସିବାରେ ସହଯୋଗ କରିଥିବା ଯୁବତୀଙ୍କୁ ଗୋପ ଥାନାରେ ଅଟକ ରଖି ଜେରା କରାଯାଉଛି। ନିଜ ଅପହରଣ ନାଟକ ନିଜେ ରଚିଥିଲା ପତିତପାବନ ପୃଷ୍ଟି । ମିଛ କ୍ରାଇମ ସ୍ପଷ୍ଟ ବି ବନାଇଥିଲା । ବର୍ଷକ ତଳେ ପ୍ରେମ ବିବାହ କରିଥିବା ଚିକୁନ ଗୋପ ଅଞ୍ଚଳର ଜଣେ ପ୍ରେମିକା ସହ ଫେରାର ହୋଇଯାଇଥିଲା । ରାଜ୍ୟ ବାହାରେ ପ୍ରେମିକା ସହ ସେଟଲ୍‌ ହେବାକୁ ପ୍ଲାନ କରିଥିଲେ । ଉତ୍କଳ ଏକ୍ସପ୍ରେସରେ ଗୋପ ଅଞ୍ଚଳର ବାନ୍ଧବୀ ସହ ପତିତ ପଳାଇଥିବା ବେଳେ ସେମାନଙ୍କୁ ମଧ୍ୟପ୍ରଦେଶର କଟନୀ ଷ୍ଟେସରେ ସେମାନଙ୍କୁ ଅଟକ ରଖିଥିଲା ରେଲୱେ ପୋଲିସ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top