Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଭୁବନେଶ୍ୱରରେ ମାଗଣା ୱାଇଫାଇ ସୁବିଧା

ଭୁବନେଶ୍ୱର(ଓଡବ୍ଲ୍ୟୁ): ବିଶ୍ୱକପ୍ ହକି ମ୍ୟାଚ ପୂର୍ବରୁ ଭୁବନେଶ୍ୱର ସହରରେ ଆଜିଠୁ ମାଗଣା ୱାଇଫାଇ ସୁବିଧା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟସିଟି ପ୍ରକଳ୍ପର ଏହି ମାଗଣା ୱାଇଫାଇ ସୁବିଧାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ସହରରେ ୧୦୦ଟି ୱାଇଫାଇ ହଟସ୍ପଟ୍ ଓ ୨୭୫ ଆକସେସ୍ ପଏଂଟ ମାଧ୍ୟମରେ ଏହି ସୁବିଧା ପାଇପାରିବେ ।
ଏହି ମାଗଣା ୱାଇଫାଇ ସୁବିଧା ଆଗାମୀ ଦନରେ ସମସ୍ତ ମହାନଗର ନିଗମ ଓ ପୁରୀ ସହରରେ ଉପଲବ୍ଧ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ୱାଇଫାଇ ସୁବିଧା ମାଧ୍ୟମରେ ଭୁବନେଶ୍ୱର ସହରରେ ଜଣେ ମୋବାଇଲ ଗ୍ରାହକଙ୍କୁ ଦୈନିକ ୨ଏମବିିପିଏସ୍ ସ୍ପିଡରେ ୨୫୦ଏମବି ମାଗଣା ଡାଟା ପାଇପାରିବେ । ମାତ୍ର ଏଥିପାଇଁ ଗ୍ରାହକଙ୍କୁ ପ୍ରଥମେ ନିଜର ମୋବାଇଲ ପଞ୍ଜିକରଣ କରିବାକୁ ପଡ଼ିବ । ଗୋଟିଏ ୱାଇଫାଇ ହଟସ୍ପଟ ଅଧୀନରେ ସର୍ବାଧିକ ୧୫୦ଜଣ ଏକକାଳୀନ ଇଂଟରନେଟ ଉପଯୋଗ କରିପାରିବେ । ସହରର ୮୦ କିମି ଲମ୍ବ ମୁଖ୍ୟ ରାସ୍ତାରେ ଏହି ସେବା ଉପଲବ୍ଧ ହେବ । ଭୁବନେଶ୍ୱରର ସମସ୍ତ ପ୍ରମୁଖ ରାସ୍ତା ଯଥା ଏୟାରପୋର୍ଟ ଛକରୁ ରାଜଭବନ ଦେଇ କିଟ ଛକ ପର୍ଯ୍ୟନ୍ତ, ଆଚାର୍ଯ୍ୟ ବିହାରରୁ ଏଜି ଛକ, ବାଣୀବିହାରରୁ ଶିଶୁଭବନ ଛକ ଓ ନାଲକୋ ଛକରୁ ଆଚାର୍ଯ୍ୟ ବିହାର ଛକ ପର୍ଯ୍ୟନ୍ତ ଏବେ ଏହି ସୁବିଧା ଉପଲବ୍ଧ ହେବ । ଆଗାମୀ ଦିନରେ କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଓ ପୁରୀ ସହରରେ ଏହି ମାଗଣା ୱାଇଫାଇ ସେବା କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top