Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଚାଷୀମାନଙ୍କ ନାମ ତୁରନ୍ତ ପଞ୍ଜୀକରଣ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଆଜି ରାଜ୍ୟର ସମସ୍ତ ଜିଲ୍ଲା ଯୋଗାଣ ଅଧିକାରୀ, ସହକାରୀ ଯୋଗାଣ ଅଧିକାରୀ, ସମବାୟ ସମିତି ସମୂହର ଉପନିବନ୍ଧକ ଓ ସହକାରୀ ନିବନ୍ଧକ ଏବଂ କେନ୍ଦ୍ର ସମବାୟ ବ୍ୟାଙ୍କର ପରିଚାଳକମାନଙ୍କୁ ୨୦୧୮-୧୯ ବର୍ଷ ପାଇଁ ଧାନ କ୍ରୟ ଉଦ୍ଦେଶ୍ୟରେ ଚାଷୀମାନଙ୍କ ନାମ ତୁରନ୍ତ ପଞ୍ଜୀକରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ୨୦୧୭ ଖରିଫ୍‌ ଋତୁରେ ୧୧ଲକ୍ଷ ୨୦ ହଜାର ୨୪୪ ଜଣ ଚାଷୀ ପଞ୍ଜୀକୃତ ହୋଇଥିବାବେଳେ ଚଳିତ ବର୍ଷ ୧୫ ଲକ୍ଷ ଚାଷୀଙ୍କୁ ପଞ୍ଜୀକୃତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିରେ ଅଧିକରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସାମିଲ କରିବା ସହ ପ୍ରକୃତ ଚାଷୀଙ୍କୁ ପଞ୍ଜୀକୃତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ‘ଚାଷୀ ପଞ୍ଜୀକରଣ ସଚେତନତା ରଥ’ ମାଧ୍ୟମରେ ପ୍ରତି ଗ୍ରାମର ଚାଷୀମାନଙ୍କୁ ସଚେତନ କରାଯିବ । ସମବାୟ ବିଭାଗ ପକ୍ଷରୁ ରାଜ୍ୟରେ ନୂଆକରି ବିଭିନ୍ନ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଓ ସେମାନଙ୍କ ଅଧୀନରେ ଥିବା ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)ଜରିଆରେ ବର୍ତ୍ତମାନ ସୁଦ୍ଧା ୧୪ହଜାର ୭୭୮ ଟି ଯୁଗ୍ମ ଦେୟ ଗୋଷ୍ଠୀ (ଜେଏଲ୍‌ଜି)କୁ ପଞ୍ଜୀକୃତ କରାଯାଇଥିବାବେଳେ ୧୦ ହଜାର ୭୨୨ଟି ଯୁଗ୍ମଦେୟ ଗୋଷ୍ଠୀଙ୍କୁ ଋଣ ପ୍ରଦାନ କରାଯାଇଛି । ‘ସମବାୟ ଆପଣଙ୍କ ଦ୍ୱାର’ରେ କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରତ୍ୟେକ ପ୍ୟାକ୍ସ ଅନ୍ତତଃ ପକ୍ଷେ ୧୦ଟି ଜେଏଲ୍‌ଜିକୁ ଋଣ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଯେଉଁ ସମବାୟ ସମିତିଗୁଡ଼ିକ ବର୍ତ୍ତମାନ ସୁଦ୍ଧା ଅନ୍ତତଃ ୧୦ଟି ଜେଏଲ୍‌ଜିକୁ ଋଣ ପ୍ରଦାନ କରିନାହାନ୍ତି ସେମାନଙ୍କ ତାଲିକା ଜିଲ୍ଲାରେ କାର୍ଯ୍ୟରତ ସମବାୟ ବିଭାଗର ଅଧିକାରୀମାନେ ତୁରନ୍ତ ସମବାୟ ବିଭାଗକୁ ଜଣାଇବା ପାଇଁ ମନ୍ତ୍ରୀ ଶ୍ରୀ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଏହି ଭିଡ଼ିଓ କନ୍‌ଫରେନ୍‌ସିଂ ସମୟରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସଚିବ ବୀର୍‌ ବିକ୍ରମ ୟାଦବ ଓ ସମବାୟ ବିଭାଗର ସଚିବ ରଞ୍ଜନା ଚୋପ୍ରା ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top