Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଭୁବନେଶ୍ୱରରେ ମ୍ୟାଲେରିଆ ଗବେଷଣା ହବ୍‍ ପାଇଁ ପ୍ରସ୍ତାବ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟରେ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କ୍ଷେତ୍ରରେ ଆଇସିଏମ୍‍ଆର, ଆରଏମ୍‍ଆରସି ସହିତ ଏନ୍‍ଆଇଏମ୍‍ଆର ଓ ଏନ୍‍ଭିବିଡିସିର ଅବଦାନ ଅନସ୍ୱୀକାର‌୍ୟ୍ୟ। ଓଡିଶାରେ ମ୍ୟାଲେରିଆ ଓ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କ୍ଷେତ୍ରରେ ଭୁବନେଶ୍ୱର ଆରଏମ୍‍ଆରସି୍‍ ପ୍ରମୁଖ ଗ୍ରହଣ କରିଆସୁଛି । ତେଣୁ ଆରଏମ୍‍ଆରସି ଏ କ୍ଷେତ୍ରରେ ନେତୃତ୍ୱ ନେବା ସହିତ ଭୁବନେଶ୍ୱର ଠାରେ ମ୍ୟାଲେରିଆ ଗବେଷଣା ହବ୍‍ ପ୍ରତିଷ୍ଠା କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ପ୍ରସ୍ତାବ ଦେଇଛନ୍ତି ।
ଆଜି ଏଠାରେ ତିନିଦିନ ବ୍ୟାପି ଆରମ୍ଭ ହୋଇଥିବା ନେସ୍‍ନାଲ ଏକାଡେମୀ ଅଫ୍‍ ଭେକ୍ଟର ଆଣ୍ଡ ଭେକ୍ଟର ବର୍ଣ୍ଣ ଡିଜିଜ୍‍ (ଏନ୍‍ଏଭିବିଡି)ର ୧୪ତମ ଆର୍ନ୍ତଜାତୀୟ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଜେନା ଏହା କହିଛନ୍ତି । ଅଣସଂକ୍ରମିତ ରୋଗ ନିୟନ୍ତ୍ରଣ କ୍ଷେତ୍ରରେ ସଂସ୍ଥାର ଭୂମିକାକୁ ମନ୍ତ୍ରୀ ପ୍ରଶଂସା କରିବା ସହିତ ଦିନକୁ ଦିନ ଏହିଭଳି ରୋଗ ବୃଦ୍ଧି ପାଉଥିବା ଦର୍ଶାଇଥିଲେ । ଅଣସଂକ୍ରମିତ ରୋଗକୁ ଭାରତବର୍ଷରେ ଅଣଦେଖା କରାଯାଇ ପାରିବନାହିଁ । ଗତ ୨୫ବର୍ଷ ମଧ୍ୟରେ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କ୍ଷେତ୍ରରେ ଏନ୍‍ଏଭିବିଡିର କାର‌୍ୟ୍ୟକୁ ସମଗ୍ର ଦେଶ ଧନ୍ୟବାଦ ଦେବା ଆବଶ୍ୟକ।
ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ ରାଜ୍ୟରେ ମ୍ୟାଲେରିଆ ନିୟନ୍ତ୍ରଣର ସଫଳତା ବିଶ୍ୱ ମ୍ୟାଲେରିଆ ରିପୋର୍ଟ-୨୦୧୮ରେ ସ୍ଥାନ ପାଇଛି । ମ୍ୟାଲେରିଆ ନିୟନ୍ତ୍ରଣ ଓଡିଶା ପାଇଁ ବଡ ଆହ୍ୱାନ ହୋଇ ଥିବାବେଳେ ରାଜ୍ୟର ୨୨ଟି ଜିଲ୍ଲାର ୪୬ ନିୟୁତ ଲୋକ ଏହାଦ୍ୱାରା ପ୍ରଭାବିତ ହେଉଥିଲେ । ତେଣୁ ରାଜ୍ୟ ସରକାର ଆରମ୍ଭ କରିଥିଲେ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ (ଦମନ) କାର‌୍ୟ୍ୟକ୍ରମ । ତଳ ସ୍ତରରେ ଥିବା ଆଶା ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ପରିଶ୍ରମ ଯୋଗୁଁ ଦମନରୁ ସଫଳତା ମିଳିଛି । ୨୦୩୦ ସୁଦ୍ଧା ସମଗ୍ର ଦେଶରୁ ମ୍ୟାଲେରିଆ ବିଲୋପ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମୟସୀମା ଦେଇ ଥିବାବେଳେ ଆଜିର ଏହି ସମ୍ମିଳନୀ ଏ କ୍ଷେତ୍ରରେ ବେଶ୍‍ ସହାୟକ ହେବ । ଦମନ କାର‌୍ୟ୍ୟକ୍ରମ ରାଜ୍ୟ ସରକାରଙ୍କର ଫ୍ଲାଗସିପ ଯୋଜନା ହୋଇଥିବାବେଳେ ଆଇସିଏମ୍‍ଆର, ଆରଏମ୍‍ଆରସି ଓ ଏନ୍‍ଭିବିଡିସି ଏବଂ ଗ୍ଲୋବାଲ ଫଣ୍ଡ ମଧ୍ୟ ଏ କ୍ଷେତ୍ରରେ ସହଯୋଗ କରିଛନ୍ତି । ସ୍ୱାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା କହିଛନ୍ତି ଯେ ଓଡିଶାରେ ଏବେ ଆଉ ବିଗତ ଦିନର ମ୍ୟାଲେରିଆ ସ୍ଥିତି ନାହିଁ । ରାଜ୍ୟ ସରକାରଙ୍କ ସଫଳ ମ୍ୟାଲେରିଆ ନିୟନ୍ତ୍ରଣ କାର‌୍ୟ୍ୟକ୍ରମ ଯୋଗୁଁ ଏହା ୮୦ ପ୍ରତିଶରୁ ଅଧିକ ହ୍ରାସ ପାଇଛି । ତେବେ ଏହି ଧାରାକୁ ଆଗାମୀ ଦିନରେ ବଜାୟ ରଖିବା ଆମ ସମସ୍ତପାଇଁ ଏକ ଆହ୍ୱାନ ।
ଭୁବନେଶ୍ୱର ଆରଏମ୍‍ଆରସିର ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ତାଙ୍କ ସ୍ୱାଗତ ଭାଷଣରେ ଏହି ଆର୍ନ୍ତଜାତୀୟ ସମ୍ମିଳନୀର ଆୟୋଜନର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ ଆଲୋକପାତ କରି ଭେକ୍ଟର ଏବଂ ଭେକ୍ଟର ବାହିତ ରୋଗ ନିରାକରଣ ଦିନରେ ଆରଏମ୍‍ଆରସିର କାର‌୍ୟ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇସିଏମ୍‍ଆରର ପୂର୍ବତନ ନିର୍ଦ୍ଦେଶକ ପଦ୍ମଭୂଷଣ ପ୍ରଫେସର ଏନ୍‍.କେ.ଗାଙ୍ଗୁଲି, ତାମିଲନାଡୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏସ୍‍.ପି.ଦାଶ, ଆଇସିଏମ୍‍ଆର-ଏନ୍‍ଆଇଏମ୍‍ଆର ନୂଆଦିଲ୍ଲୀର ନିର୍ଦ୍ଦେଶକ ଡାକ୍ତର ନବୀନ ଭାଲେଚା, ଏନ୍‍ଏଭିବିଡିର ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ଆର.ଏସ୍‍.ଶର୍ମା ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top