Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

୫ଟି ରାଜ୍ୟରେ ନିର୍ବାଚନ ଲଢିବ ଆପ ୟୁପିରେ ୩୦୦ ୟୁନିଟ ବିଦ୍ୟୁତ ମାଗଣା ହେବ: ଆପ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି ତାର ରଣନୀତି ଆରମ୍ଭ କରିଦେଇଛି। ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ମଧ୍ୟ ଘୋଷଣା କରିସାରିଛି ଦଳ । ତେବେ ଏହାରି ମଧ୍ୟରେ ଉତ୍ତରପ୍ରଦେଶରେ ବିପୁଳ ବିଜୟର ଆଶା ରଖିଛି ଆମଆଦମୀ ପାର୍ଟି । ଫଳରେ ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏକ ବଡ଼ ଘୋଷଣା କରିଛନ୍ତି। ଶ୍ରୀ ସିସୋଦିଆ କହିଛନ୍ତି କି ରାଜ୍ୟରେ ଆପ ସରକାର ଗଢିଲେ ସମସ୍ତ ଘରୋଇ ବ୍ୟବହାର ପାଇଁ ୩୦୦ ୟୁନିଟ ବିଜୁଳି ସମ୍ପୂର୍ଣ୍ଣ ଭାବେ ମାଗଣା ଦିଆଯିବ।
କେବଳ ଏତିକି ନୁହେଁ, ସିସୋଦିଆ ଲକ୍ଷ୍ନୌରେ ପହଞ୍ଚି କହିଛନ୍ତି କି ଉତ୍ତରପ୍ରଦେଶର ଲୋକମାନଙ୍କୁ ଏହି ମହଙ୍ଗା ବିଜୁଳିରୁ ମୁକ୍ତି ଦିଆଯିବାର ଆବଶ୍ୟକତା ରହିଛି। ସୂଚନା ଯୋଗ୍ୟ ଉତ୍ତରପ୍ରଦେଶ ବ୍ୟତୀତ ଯେଉଁ ରାଜ୍ୟରେ ବର୍ତ୍ତମାନ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ସେହି ରାଜ୍ୟ ଗୁଡ଼ିକରେ ମାଗଣାରେ ବିଦ୍ୟୁତ ଯୋଗାଇ ଦେବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଘୋଷଣା କରିଛନ୍ତି। ଏହା ମଧ୍ୟରେ ଗୁଜୁରାଟ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ସାମିଲ ରହିଛି। ସେପଟେ ଆପର ଏହି ଘୋଷଣା ପରେ ଅନ୍ୟ ରାଜନୈତିକ ଦଳଗୁଡ଼ିକର ଚିନ୍ତା ବଢିବା ନେଇ ରାଜନୈତିକ ବିଶ୍ଲେଷକମାନେ ଅନୁମାନ କରିଛନ୍ତି।
ଏଠାରେ କହି ରଖୁଛୁ କି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ୧୦୦ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ବୁଧବାର ଦିନ ଆପର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଇନ୍-ଚାର୍ଜ ତାଲିକା ପ୍ରକାଶ କରିଛନ୍ତି। ସଞ୍ଜୟ ସିଂ କହିଛନ୍ତି ଯେ ନିର୍ବାଚନ ସମୟରେ ଏହି ଇନ୍-ଚାର୍ଜମାନେ ମଧ୍ୟ ପ୍ରାର୍ଥୀ ହୋଇପାରିବେ। କାହା ସହିତ କୌଣସି ମେଣ୍ଟ ନକରି ୟୁପିରେ ଏକାକୀ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆମ୍ ଆଦମୀ ପାର୍ଟି ନିଷ୍ପତ୍ତି ନେଇଛି। ଆମ୍ ଆଦମୀ ପାର୍ଟି ୩୫ ପ୍ରତିଶତ ଆସନରେ ଅଧିକାଂଶ ପଛୁଆ ପ୍ରାର୍ଥୀଙ୍କୁ ସ୍ଥାନିତ କରିଛି, ଅନୁସୂଚିତ ଜାତିରୁ ୧୬ ଜଣ ପ୍ରାର୍ଥୀ ଘୋଷଣା ହୋଇଥିବାବେଳେ ୨୦ଟି ବ୍ରାହ୍ମଣ ଏବଂ ମୁସଲମାନ ପ୍ରାର୍ଥୀଙ୍କୁ ୫ଟି ଆସନରେ ଟିକେଟ ଦିଆଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top